ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଏମିତି କଥା କହିଦେଲେ ସୁପରଷ୍ଟାର ଉତ୍ତମ ମହାନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏମିତି କହିଲେ ସୁପରଷ୍ଟାର ଉତ୍ତମ ମହାନ୍ତି ! ହଁ ଆଜ୍ଞା ଯେଉଁ ଲୋକ ଦିନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ସମସ୍ତଙ୍କ ମନକୁ କିଣି ନେଉଥିଲେ । ସମସ୍ତେ ତାଙ୍କ ଅଭିନୟକୁ ଦେଖି ତାଙ୍କୁ ଖୁବ ସାରା ଭଲ ପାଉଥିଲେ । ସେହି ସୁପରଷ୍ଟାର ଉତ୍ତମ ମହାନ୍ତି ଏବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦେଖିବାକୁ ଆସିଛନ୍ତି । ହଁ ଆଜ୍ଞା ଓଲିଉଡ ସିନେ ଜଗତର ବରିଷ୍ଟ ଅଭିନେତା ଉତ୍ତମ ମହାନ୍ତି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ।

ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରି ବହୁତ ଖୁସି ହୋଇଯାଇଥିଲେ । ତେବେ ଉତ୍ତମ ମହାନ୍ତିଙ୍କ ହସ ଦେଖି ଓ ତାଙ୍କ ମୁହଁରୁ କଥା ଶୁଣି ସତେ ଏମିତି ଲାଗୁଥିଲା । ଯେ ସତରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରିଷ୍ଟ ଅଭିନେତା ଉତ୍ତମ ମହନୀୟ ବେଶ ଖୁସି ଅଛନ୍ତି । ଓଡିଶାରେ ନୂତନ ଭାବେ ସରକାର ଗଢିବା ପରେ ନୂଆ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ଭେଟି ଥିଲେ । ଏଥିସହ ସାଧାରଣ ଜନତା ମଧ୍ୟ ଲୋକ ମାନଙ୍କ ସହ ଭେଟି ତାଙ୍କ ସହ ନିଜର ସବୁ ଅସୁବିଧା ସମ୍ପର୍କରେ ଜଣାଉଥିଲେ ।

ତେବେ ଏହାରି ମଧ୍ୟରେ ସୁପରଷ୍ଟାର ଉତ୍ତମ ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଲାଗି ଖୁବ ଆଗ୍ରହର ସହ ତାଙ୍କ ନିକଟକୁ ଆସିଥିଲେ। ଭଲରେ ସେ ଚାଲିପାରୁନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସେ ଧାଇଁ ଆସିଥିଲେ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଟିକେ ଝଲକ ପାଇବାକୁ କାହିଁ କେଉଁଠାରୁ ଲୋକଙ୍କର ରାଜ୍ୟ ଅତିଥି ଭବନରେ ଭିଡ ଦେଖିବାକୁ ମିଳିଥିଲା । ସମସ୍ତେ ଧାଡି ବାନ୍ଧି ଜଣ ଜଣ କରି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାର ସୁଯୋଗ ପାଇଥିଲେ ।

ଏଥିସହ ବହୁ ବିନମ୍ରତାର ସହ ମଧ୍ୟ ସାଧାରଣ ଜନତାଙ୍କୁ ଭେଟି ତାଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଓଡିଶାରେ ଏବେ 5 ବର୍ଷରେ 50 ବର୍ଷ ଭଳି ବିକାଶ ହେବାକୁ ଯାଉଛି ବୋଲି ସାଧାରଣ ଜନତାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି । ଏହାରି ଭିତରେ ସାଧାରଣ ଜନତା ମାନେ ରାଜ୍ୟ ଅତିଥି ଭବନରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହିଭଳି ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *