ମୁଖ୍ୟମନ୍ତ୍ରୀଙ୍କୁ ସେଦିନ ଅପମାନିତ କରିଥିବା IIC ଙ୍କର କି ଅବସ୍ଥା ହେଲା…? CM Mohan Majhi

ଅପମାନ ଦେଇଥିବା ଥାନା ବାବୁଙ୍କର ହେଲେ ଏମିତି ଅବସ୍ଥା ! ଗତ କିଛି ଦିନ ପୂର୍ବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସେଦିନ ର ବିଧାୟକ ମୋହନ ଚରଣ ମାଝିଙ୍କୁ ଅପମାନ କରିଥିଲେ ଜଣେ ଥାନା ବାବୁ । କେନ୍ଦୁଝର ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ତ୍ରିନାଥ ସେଠି ସେଦିନ ମୋହନ ଚରଣ ମାଝି ଅର୍ଥାତ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ଦେଇଥିଲେ । ଏପରିକି ତାଙ୍କୁ ଥାନା ଭିତରୁ ବାହାରି ଯିବା ପାଇଁ ମଧ୍ୟ କହିଥିଲେ । ଯେତେବେଳେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ।

ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଥିଲା । ସେତେବେଳେ କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ଗୋପୀନାଥପୁରର ପଂଚାୟତର ବାସିନ୍ଦା ପାନୀୟ ଜଳ ସମସ୍ଯାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ । ବହୁ ସଂଖ୍ୟାରେ ମହିଳା ଗରା, ବାଲଟି ଆଦି ଥୋଇ ରାସ୍ତା ରୋକ କରିଥିଲେ । ସେତେବେଳେ ବିଧାୟକ ମୋହନ ମାଝିଙ୍କୁ ମଧ୍ୟ ସେଠାକୁ ଆସିବାକୁ ମଧ୍ୟ କହିଥିଲେ । ସେଠାରେ ମୋହନ ମାଝି ପହଞ୍ଚି ସେମାନଙ୍କର ସମସ୍ଯା ବୁଝି ତାହାର ସମାଧାନ କରିବାକୁ ମଧ୍ୟ ଆଗେଇ ଆସିଥିଲେ ।

ତେବେ ଲିଖିତ ପ୍ରତିଶ୍ରୁତି ନମିଳିଲେ ମହିଳା ମାନେ ରାସ୍ତା ଛାଡିବେ ନାହିଁ ବୋଲି କହିଥିଲେ । ତେବେ ସେଠାରେ ମହିଳା ମାନଙ୍କୁ ବୁଝାଇ ରାସ୍ତା ଅବରୋଧ ହଟାଇବାକୁ ମହିଳା ମାନଙ୍କୁ ମୋହନ ମାଝି ଚେଷ୍ଟା କରୁଥିଲେ । ସେତେବେଳେ କେନ୍ଦୁଝର ସଦର ଥାନାର ଆଇଆଇସି ତ୍ରିନାଥ ସେଠି ମହିଳା ମାନଙ୍କୁ ଥାନାକୁ ଡାକି ସେମାନଙ୍କର ସମସ୍ଯାର ସମାଧାନ କରିଦେବେ ବୋଲି କହିଥିଲେ । ମହିଳା ମାନେ ଥାନାକୁ ଆସିବା ସହ ବିଧାୟକ ମଧ୍ୟ ଆସିଥିଲେ । ତେବେ ଥାନାରେ ବିଧାୟକ ମୋହନ ମାଝିଙ୍କୁ ଦେଖି ଆଇଆଇସି ତ୍ରିନାଥ ସେଠି ଚିହିଙ୍କି ଉଠିବା ସହ ତୁମେ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ ?

ଏଥିସହ ଭଲ ଭାବେ ଜଣେ ବିଧାୟକଙ୍କୁ ବସିବା ପାଇଁ ମଧ୍ୟ କହିନଥିଲେ । ଏହା ମଧ୍ୟ ଆଇଆଇସି କହିଥିଲେ, ଯେ ତୁମେ ଯଦି ଥାନାରୁ ନଯାଅ । ତେବେ ତୁମ ଉପରେ ମୁଁ ଆକ୍ସନ ନେବି । ଏହି ଅପମାନ ପାଇବା ପରେ ଏହାର ପ୍ରତିବାଦରେ ନ୍ୟାୟ ପାଇବା ପାଇଁ ଥାନା ଆଗରେ ବସିଥିଲେ ବିଧାୟକ । ତେବେ ସେହି ବିଧାୟକ ମୋହନ ମାଝି ଯେ ଏବେକାର ମୁଖ୍ୟମନ୍ତ୍ରୀ ହୋଇଯିବେ । ଏହା କେବେ ଭାବିନଥିଲେ ଆଇଆଇସି ତ୍ରିନାଥ ସେଠି ।

ତେବେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେଲା ପରେ ସେହି ଥାନା ବାବୁଙ୍କର ଅବସ୍ଥା ଯେ କଣ ହେଁ ତାହାକୁ ନେଇ ଚର୍ଚା ଲାଗି ରହିଛି । ତେବେ ସେଦିନର ସେହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନରେ ଆଇଆଇସି ପ୍ରତି କୌଣସି ଆକ୍ରୋଶ ନାହିଁ ବୋଲି ସେ କହିଛନ୍ତି । ଅପର ପକ୍ଷରେ ସେଦିନର ଦୁର୍ବ୍ୟବହାର ପାଇଁ ଥାନା ବାବୁଙ୍କୁ କ୍ଷମା କରିଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *