ମୁଖ୍ୟମନ୍ତ୍ରୀ ବିଦେଶ ଗଲେ, ବିଧାୟକ ମଉଜ କଲେ ! Photo ଦେଖି ଆପଣ ବି କହିବେ- ବାଘ ନଥିଲେ ମିରିଗ ନାଟ

ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଇଥିବା ବେଳେ ବିଧାୟକଙ୍କ ମନ ବାହାର ବୁଲାରେ ରହିଛି । ମନ୍ତ୍ରୀ ଲୋକସେବା ଭବନ ଯାଉ ନାହାନ୍ତି, ଯାହାଫଳରେ ସଚିବଙ୍କୁ ସବୁ କାର୍ଯ୍ୟ ତୁଲାଇବାକୁ ପଡୁଛି । ଏହାକୁ ବାଘ ନଥିଲେ ମିରିଗ ନାଟ ଭଳି ବର୍ତ୍ତମାନ ଓଡିଶା ଶାସନ ଓ ପ୍ରଶାସନର ଅବସ୍ଥା ବୋଲି ଲୋକେ କୁହାକୁହି ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଅଛନ୍ତି । ତାଙ୍କ ସହ ବ୍ୟକ୍ତିଗତ ସଚିବ ତଥା ୫ଟି ସେକ୍ରେଟାରୀ ଭି.କେ. ପାଣ୍ଡିୟାନ ମଧ୍ୟ ରୋମରେ ଡେରା ପକାଇଛନ୍ତି ।

ଏପଟେ ଏଭଳି ଏକ ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ । ଏକ ଫଟୋରେ ଦେଖିବାକୁ ମିଳିଛି କି ବିଜେଡିର ଦୁଇଜଣ ବରିଷ୍ଠ ବିଧାୟକ ହିଲ୍ ଷ୍ଟେସନରେ ଚିଲ୍ କରୁଛନ୍ତି । ସେମାନେ ନିଆରା ଢଙ୍ଗରେ ଫଟୋ ପୋଜ୍ ମଧ୍ୟ ଦେଉଛନ୍ତି । ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ବ୍ୟୋମକେଶ ରାୟଙ୍କ ମଧ୍ୟରେ କଣ କେମିଷ୍ଟ୍ରି ରହିଛି ତାହା ତ ଭିନ୍ନ କଥା, କିନ୍ତୁ ଏକ ନିଆରା ଅନ୍ଦାଜରେ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଛନ୍ତି ବିଧାୟକ ବ୍ୟୋମକେଶ ।

ସେ ସିକ୍କିମର ଗ୍ୟାଙ୍ଗଟକ ମଧ୍ୟ ଯାଇଛନ୍ତି । ନିଜ ପରିବାର ସହ ପ୍ରାକୃତିକ ଆନନ୍ଦର ମଜା ନେବା ସହ ସେ ନିଜ ଖୁସିକୁ ସୋସିଆଲ ମିଡିଆରେ ସାର୍ବଜନୀନ ମଧ୍ୟ କରିଛନ୍ତି । ବାହାର ଭ୍ରମଣ କରିବା ତାଙ୍କର ବ୍ୟକ୍ତିଗତ ବ୍ୟାପାର ହୋଇପାରେ, କିନ୍ତୁ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଯୁବ ବିଧାୟକଙ୍କ କାର୍ଯ୍ୟକଳାପ କିଛି ବୁଝା ପଡୁନାହିଁ ।

ସେପଟେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ମିଟିଂ ଚାଲିଥିବା ଦେଖିବାକୁ ମିଳିଛି । ଚଳିତ ଖରିଫ ଏବଂ ଆସନ୍ତା ରବି ଋତୁରେ ମୋଟ ୧୭ଟି ଫସଲ ବୀମାଭୁକ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଅନେକ ଖବରକାଗଜରେ ଏହା ପ୍ରଥମ ପୃଷ୍ଠାର ଖବର ହୋଇଥିବା ମଧ୍ୟ ଦେଖାଯାଇଛି । ମାତ୍ର ଏହି ବୈଠକରେ କୃଷି ମନ୍ତ୍ରୀ ନିଜେ ଅନୁପସ୍ଥିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିବାରୁ ବିଧାୟକ ଏବଂ ମନ୍ତ୍ରୀ ମନ ଇଚ୍ଛା ମନଇଛା କାର୍ଯ୍ୟ କରୁଥିବା ନେଇ ଲୋକେ ସମାଲୋଚନା କରୁଛନ୍ତି । ତେବେ ପ୍ରକୃତ କଥା କଣ ତାହା ତ କେବଳ ବିଧାୟକ ଏବଂ ମନ୍ତ୍ରୀ ନିଜେ ହିଁ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *