ମୁହଁ ଖୋଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିରୋଧୀଙ୍କୁ ଓଲଟା ପଡିଲା ନିଜ ଚାଲ୍ !

ଗତକାଲି ନୂଆ ସଂସଦ ଭବନର ଉଦଘାଟନୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଏହାକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ତାକୁ ନେଇ ପୁରା ଦେଶ ଉଠୁଥିଲା ପଡୁଥିଲା । ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରିବା ଉଚିତ ବୋଲି ବିରୋଧୀ ଦଳ ଦର୍ଶାଇବା ସହ ମାମଲା ସୁପ୍ରିମକୋର୍ଟ ଯାଏଁ ଯାଇଥିଲା । ହେଲେ ବିପକ୍ଷଙ୍କୁ ତାଙ୍କ ଓଲଟା ପଡିଛି ନିଜ ଚାଲ୍ । ଏ ମାମଲାରେ ଶେଷରେ ଜବାବ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସଂସଦ ଭବନ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ମେସେଜ୍ ପଢି ସମସ୍ତଙ୍କ ମୁହଁ ଚୁପ୍ କରି ଦେଇଛନ୍ତି ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂ । ରାଷ୍ଟ୍ରପତି ସେହି ମେସେଜରେ ଲେଖିଥିଲେ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନୀ କରୁଛନ୍ତି ଏଥିପାଇଁ ମୁଁ ସନ୍ତୁଷ୍ଟ ଅଛି ।

ହରିବଂଶ ସିଂ ଆହୁରି ମଧ୍ୟ କହିଛନ୍ତି କି, ନୂଆ ସଂସଦ ଭବନ ନିଶ୍ଚିତ ଭାବେ ଦେଶର ସବୁ ବର୍ଗର ଲୋକଙ୍କ ଆବଶ୍ୟକତା ଓ ସମସ୍ଯା ସମାଧାନ କରିବାରେ ସକ୍ରିୟ ହେବ । ଏହା ଲୋକତନ୍ତ୍ରର ମୂଳଦୁଆ । ସେ ଆହୁରି ମଧ୍ୟ କହିଛନ୍ତି କି, ଆମ ଦେଶ ଭାରତ ବିଶ୍ବରେ ଗଣତନ୍ତ୍ରର ରକ୍ଷା ଏବଂ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ।

ନୂଆ ସଂସଦ ଭବନ ଦେଶର ସାଂସ୍କୃତିକ ଐତିହ୍ୟ ର ପ୍ରତୀକ । ଏହି ଗୌରବଶାଳୀ ଭବନ ନୂଆ ଇତିହାସ ରଚିବ । ଦାସତ୍ଵ ର ମାନସିକତାରୁ ମୁକ୍ତି ର ପ୍ରତୀକ ଅଟେ ଏହି ନୂଆ ସଂସଦ ଭବନ । ତେବେ ହରିବଂଶ ସିଂଙ୍କ ଭାଷଣ ଶୁଣିବା ପରେ ବିରୋଧୀଙ୍କ ମୁହଁ ଏକଦମ ଚୁପ୍ ହୋଇଯାଇଛି । ଅଯଥା ବିବାଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନର ଉଦଘାଟନୀ କରି ବିରୋଧୀଙ୍କୁ ଶକ୍ତ ଚାପୁଡା ଦେଇଛନ୍ତି । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *