Tapaswini ଙ୍କ ପ୍ରତି ଅନ୍ୟାୟ ଦେଖି ମୁହଁ ଖୋଲିଲେ ଏହି ବୁଢୀ ମାଉସୀ, କହିଲେ ଏମିତି ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଜନସାଧାରଣ ମାନଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଗତ ଅନେକ ଦିନ ଧରି ଏହି ମାମଲା ଚାଲିଥିବା ବେଳେ ଏବେ ନାରୀ ଶକ୍ତିର ଉତ୍ତେଜନା ଦେଖିବାକୁ ମିଳିଛି । ଏବେ ଏହି ନ୍ୟାୟର ଲଢେଇରେ ତପସ୍ଵିନୀ ଏକା ନାହାନ୍ତି ତାଙ୍କ ସହ ପୋଲିସ ପ୍ରଶାସନ ଓ ଜନସାଧାରଣ ମାନେ ଛିଡା ହୋଇଛନ୍ତି । ସମସ୍ତ ଲୋକ ତପସ୍ଵିନୀଙ୍କୁ ଠିକ ଓ ସୁମିତଙ୍କୁ ଭୁଲ ବୋଲି କହୁଛନ୍ତି କାରଣ ତପସ୍ଵିନୀ ସବୁ କଥା ସତ କହି ସାମ୍ନାରେ ଛିଡା ହେଉଥିବା ବେଳେ ସୁମିତ ଲୁଚି ଯାଇଛନ୍ତି ।

ବର୍ତ୍ତମାନ ତପସ୍ଵିନୀଙ୍କ ଧାରଣା ସ୍ଥଳରେ ଜନସାଧାରଣ ମାନଙ୍କ ଗହଳି ଦେଖିବାକୁ ମିଳିଛି । ଅନେକ ମହିଳା ସେହି ସ୍ଥାନକୁ ଆସି ଏହି ମାମଲା ବିଷୟରେ ପ୍ରତିକ୍ରିୟା ଦେଉଛନ୍ତି ଓ ତପସ୍ଵିନୀଙ୍କୁ ସମର୍ଥନ କରୁଛନ୍ତି । ତେବେ ଗତ କିଛି ସମୟ ହେବ ଜଣେ ବୃଦ୍ଧ ମହିଳା ସୁମିତଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବୃଦ୍ଧ ମହିଳା ଜଣକ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ସେ ତା ଘରର ବୋହୁ ହେଲେ ଆମ ଘରର ଝିଅ ତମର ଭଉଣୀ ଆଉ ମୋର ଝିଅ ବୋଲି ତମେ ଭାବ । ଝିଅ ଯଦି ଦାଣ୍ଡରେ ଛିଡା ହେବ ପାଞ୍ଚ ମିନିଟ ପର୍ଯ୍ୟନ୍ତ ତା ହେଲେ ଆମେ ଝିଅକୁ ଘରକୁ ଆସିବା ପାଇଁ କହୁଛୁ ନା ନାହିଁ’ । ଆଗକୁ ମାଉସୀ କହିଛନ୍ତି-‘ଆଜି ବୋହୁ ଯଦି ବସିଛି ମାସେ ହେଲା ତା ହେଲେ ଶାଶୁ ଶଶୁରଙ୍କର କଣ ବିବେକ ନାହିଁ ।

କେତେଜଣ କହୁଛନ୍ତି ତାର ବଡ ହାତ ତା ହେଲେ ଆମକୁ କଣ ଜଗନ୍ନାଥ ହାତ ଦେଇ ନାହାନ୍ତି କି । ଆମକୁ ଭଗବାନ ହାତ ଦେଇଛନ୍ତି, ଗୋଡ ଦେଇଛନ୍ତି ପାଟି ଦେଇଛନ୍ତି ଇଜ୍ଜତ ଦେଇଛନ୍ତି ସେତିକି ଦେଖିକି ପିଲାକୁ ନେବା କଥା । ମାସ ହେଲା ତମେ ଏମିତି ରଖିଲ ତା ପରେ ସେମାନେ ମିଶିକି ରହିଲେ ପୁଣି ପୁଅକୁ ଡକେଇ ଦେଲ ଏବେ ଝିଅ ଆସି ରୋଡରେ ବସିବ’ ।

ଆଗକୁ ମାଉସୀ କହିଛନ୍ତି-‘ମୁ ଏହି ଘଟଣା ବିଷୟରେ ଶୁଣିଥିଲି ତା ପରେ ଆସିଲି ହେଲେ ଫେରିକି ପଳେଇ ଯାଇଥିଲି କିନ୍ତୁ ଆଜି ମୁ ଆଉ ରହି ପାରିଲି ନାହିଁ । ସେ ସୁମିତ ଡାକ୍ତର ନୁହେଁ ସେ ହେଉଛି ଗୋଟେ ମୂର୍ଖ । ମୂର୍ଖ ମାନେ ବି ଏମିତି କାମ କରିବେ ନାହିଁ । ଆଜିକାଲି ଯେଉଁ ମାନେ ଜରି ଗୋଟାଉ ଛନ୍ତି ସେ ବି ନିଜ ସ୍ତ୍ରୀ ସହ ଏମିତି କରୁ ନଥିବ ହେଲେ ଏଠି କିଛି ନାହିଁ’ । ତା ହେଲେ ବନ୍ଧୁଗଣ ଏହି ମାଉସୀଙ୍କ କଥାରେ ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *