ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ଅଧିକାଂଶ ସମୟ ଅନେକ ବିବାଦ ପାଇଁ ଚର୍ଚ୍ଚାରେ ରୁହନ୍ତି ।
ତେବେ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାଣୀ ଏକ ଏପରି ବୟାନ ଦେଇଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଏହି ସାକ୍ଷାତ୍କାରରେ ରାଣୀ ପଣ୍ଡା କହିଛନ୍ତି-‘ଖଣ୍ଡଗିରିରେ କଣ କହିବି କି ବ୍ଳାଉଜ ଖୋଲି ଥିଲି ଯେ ମୋତେ ପୁରା ବ୍ୟାନ କରିଦେଇଛନ୍ତି । ଗତ ଦୁଇ ବର୍ଷ କରୋନାରେ ଗଲା ତା ପୂର୍ବରୁ ଯେଉଁ ବର୍ଷ ହୋଇଥିଲା ଯାତ୍ରା ମୁଁ ସଚିତାନନ୍ଦରେ ଥିଲି ଆଉ ସଚିନ୍ତାନନ୍ଦକୁ ମନା କରିଦେଇଥିଲେ ଯେ, ରାଣୀ ପଣ୍ଡା ଅଛି ସେ ଅନୁଷ୍ଠାନ ଆସିବ ନାହିଁ । ମୁଁ ପ୍ରଶାସନର କଣ ଚିତା କାଟି ଦେଇଛି କିଛି ଯାତ୍ରା ମାଲିକ କିଛି ଯାତ୍ରା କଳାକାର କିଛି ଯାତ୍ରାର ମ୍ୟାନେଜମେଣ୍ଟ ମୋ ପାଇଁ ତାଙ୍କର କଣ ଭାସି ଯାଉଛି ସେଇଟା ମୁଁ ଜାଣିନି ।
ହେଲେ ସେମାନେ ଏମିତି କରିଲେ ମୋ ଅନୁଷ୍ଠାନ ଗଲା ନି କି ମୁଁ ଗଲିନି 200 ପରିବାରଙ୍କ ପେଟରେ ଲାତ ମରାଗଲା । କିନ୍ତୁ ମୁଁ ଏ ବର୍ଷ ଏମିତି ଆଶା ରଖିବିନି ମୁଁ ଆଶା ରଖିବି ମୋ ଅନୁଷ୍ଠାନ ସେହି ଜାଗାକୁ ଯାଉ ତାର ପ୍ରତିଭା ଦେଖାଉ । ରାଣୀ ପଣ୍ଡାକୁ ବି ସେ ସୁଯୋଗ ମିଳୁ ତାର ଟ୍ୟାଲେଣ୍ଟ ଦେଖେଇବା ପାଇଁ ।
ମୋତେ କାମ କରିବାର ସୁଯୋଗ ମିଳୁ ସବୁଠାରୁ ବଡ କଥା ହେଉଛି ମୋ ରିଅଲ ଲାଇଫ ଷ୍ଟୋରିକୁ ନେଇ ନାଟକ । ମୁଁ ଚାହୁଁଛି ଯେ, ଖଣ୍ଡଗିରିଟା ହେଉଛି ବହୁତ ଭଲ ଜାଗା ଯେତେ ଯାତ୍ରା ପଡେ ଖଣ୍ଡଗିରି ହେଉଛି ବହୁତ ବଡ ଜାଗା । ମୁଁ ଚାହୁଁଛି ସବୁ ଦର୍ଶକ ଆସି ରାଣୀ ପଣ୍ଡାର ରିଅଲ ଲାଇଫ ଷ୍ଟୋରି ଦେଖିକି ଯାଅନ୍ତୁ’ । ତା ହେଲେ ବନ୍ଧୁଗଣ ରାଣୀଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।