ନିମାପଡା ଦହିଜଙ୍ଗ ବ୍ରିଜ ଉପରେ ଘୁରି ବୁଲୁଛି ବିଷ୍ଣୁ । ପଥିକଙ୍କୁ ପଚାରୁଛି ମୋତେ ନ୍ୟାୟ କେବେ ମିଳିବ । ବିନା ଉତ୍ତରର ଧାଇଁ ପଲାଉ ଛନ୍ତି ପଥିକ ହେଲେ ଏହି ବିଷ୍ଣୁ କିଏ । ରାତି ଅଧରେ ପ୍ରେମିକାର ଫୋନ ଆସେ ଧନ ଘର ପାଖକୁ ଆସ ଦେଖା କରିବା । ଏହା ଶୁଣି ମନର ନାଇକାକୁ ଦେଖା କରିବା ପାଇଁ ପ୍ରେମିକ ବାହାରିଯାଏ ପ୍ରେମିକାର ଘର ପାଖକୁ । ହେଲେ ସକାଳୁ ପୋଲ ତଳେ ମିଳେ ପ୍ରେମିକର ମୃତ ଦେହ ।
ଧର୍ମର ନିକିତିରେ ପଳାୟମାନଙ୍କ ପାଇଁ ଆଜି ଶକ୍ତିହୀନ ହୋଇଯାଇଛି । ଏମିତି ଏକ ନ୍ୟାୟ ଆଗରେ ଅନ୍ୟାୟ ଜିତି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ପୌର ପରିଷଦ ଦକ୍ଷିଣା ସାହିରେ । ବାପା-ମା ଦିନ ରାତି କାନ୍ଦୁ ଛନ୍ତି । ପୁଅ ଯିବାର ଏକ ବର୍ଷ ହେଇଗଲାଣି ହେଲେ ସେମାନଙ୍କୁ ନ୍ୟାୟ ମିଳୁ ନାହିଁ ଆଉ ଏବେ ସେମାନେ ବି ନିଜ ଜୀବନ ହାରିବା ପାଇଁ ଚିନ୍ତା କଲେଣି ।
ଯୁବକଙ୍କ ମାଙ୍କ ମତରେ, ଝିଅ, ଝିଅର ବାପା ଆଉ ଝିଅର ଦାଦା ପୁଅକୁ ମାରି ବ୍ରିଜ ତଳେ ପକେଇ ଦେଲେ । ପୁଅ ଯିବା ପରେ ପରିବାର ଲୋକ ଥାନାରେ ଏଫଆଇଆର ଦେଲେ ଆଉ ସମସ୍ତ ଚେଷ୍ଟା ନ୍ୟାୟ ପାଇବା ପାଇଁ କରିଲେ ହେଲେ ପ୍ରଶାସନ ତାଙ୍କ କଥା କିଛି ବି ବୁଝିଲା ନାହିଁ । ଆଉ କେତେ ଦିନ ଅପେକ୍ଷା କରିବୁ ଆମେ ଦଳିତ ବୋଲି କଣ ଆମ ପାଇଁ ନ୍ୟାୟ ନାହିଁ । ଦଳିତ ପରିବାରରେ ଜନ୍ମ ହୋଇଥିଲୁ ଆଉ ଏହା କଣ ଆମର ସବୁଠାରୁ ବଡ ଦୋଷ ।
ପ୍ରଶାସନ ଆଗରେ ହାତ ଯୋଡି ପ୍ରଶାସନକୁ ଏମିତି କିଛି ପ୍ରଶ୍ନ ପଚାରି ଛନ୍ତି ଦଳିତ ପରିବାର । ଖବର ମୁତାବକ ଦକ୍ଷିଣା ସାହିର ବଳରାମ ଭୋଇଙ୍କ ପୁଅ ବିଷ୍ଣୁ ଭୋଇଙ୍କ ସହ ନିମାପଡା ଗାଁର ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଜଣକ ବିଷ୍ଣୁଙ୍କ ଘର ଛାଡି ବିବାହ କରିବା ପାଇଁ ବିଷ୍ଣୁଙ୍କ ଘରକୁ ଚାଲି ଆସିଥିଲେ । ହେଲେ ଝିଅ ଘର ଲୋକେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଝିଅକୁ ନେଇ ଚାଲିଯାଇଥିଲେ ।
କିଛି ଦିନ ପରେ 10 ଅଗଷ୍ଟ 2021ରେ ଯୁବତୀ ବିଷ୍ଣୁଙ୍କୁ ଫୋନ କରି ତାଙ୍କ ସହ ଦେଖା କରିବା ପାଇଁ କହିଥିଲେ । ବିଷ୍ଣୁ ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ହେଲେ ସକାଳେ ତାଙ୍କ ମୃତ ଦେହ ମିଳି ଥିଲା । ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ ।
ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।