ଜୀବନରେ ସଫଳ ହେବାକୁ ଚାହାଁନ୍ତି ତ ମୋର ଏହି 3 ଟି କଥା ସବୁବେଳେ ମନେ ରଖିଥିବେ (Dr APJ Abdul Kalam Motivational Tips)

ବନ୍ଧୁଗଣ ଆଜି ଆମେ ଭାରତର ପୂର୍ବତ୍ତମ ରାଷ୍ଟ୍ରପତି  ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୀବନର ତିନୋଟି ସତ୍ୟ ଘଟଣା ବିଷୟରେ ଜାଣିବା । ଏହି ତିନୋଟି ସତ୍ୟ ଘଟଣାରୁ ତିନୋଟି ମହାନ ଶିକ୍ଷା ବିଷୟରେ ଜାଣିବା । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଡକ୍ଟର ଏପିଜେ ଅବଦୁଲ କଲାମ କହିଛନ୍ତି ଆମେ ଆମ ଭବିଷ୍ୟତକୁ ପରିବର୍ତ୍ତନ କରିପାରିବା ନାହିଁ କିନ୍ତୁ ଆମେ ଆମ ଗୁଣ ଓ ଆମ ଅଭ୍ୟାସକୁ ପରିବର୍ତ୍ତନ କରିପାରିବା । ଆଉ ସେହି ଅଭ୍ୟାସ ଓ ଗୁଣ ଦିନେ ଆମ ସୁନ୍ଦର ଭବିଷ୍ୟତ ତିଆରି କରିପାରିବ ।

୧. ଯେତେବେଳେ ଡକ୍ଟର ଅବଦୁଲ କଲାମ ଜଣେ ସିନିୟର ବୈଜ୍ଞାନିକ ରୂପେ କାମ କରୁଥିଲେ ସେତେବେଳେ ତାଙ୍କର ଜଣେ ଜୁନିୟର ବୈଜ୍ଞାନିକ ଆସି କହିଲେ ସେ କିଛି ସମୟ ଛୁଟିରେ ରହିବେ ଆଉ ନିଜ ଛୁଆଙ୍କୁ ବଳେଇବାକୁ ନେବେ । ଅବଦୁଲ ହଁ କହିଲେ ହେଲେ ବୈଜ୍ଞାନିକ ଜଣକ କାମରେ ବ୍ୟସ୍ତ ରହି ଆଉ ଯାଇପାରିଲେ ନାହିଁ ।

କିନ୍ତୁ ଅବଦୁଲ ତାଙ୍କ ଛୁଆ ମାନଙ୍କୁ ନେଇ ବୁଲେଇ ଆଣିଥିଲେ ଏହା ଦେଖି ବୈଜ୍ଞାନିକଙ୍କ ଆଖିରୁ ଲୁହ ଝରିଆସିଲା । ସେ ପଚାରିଲେ ଆପଣ ମୋତେ କହିପାରିଥାନ୍ତେ ହେଲେ ଆପଣ କାହିଁକି ଗଲେ । ଅବଦୁଲ କହିଲେ ମୁଁ ତମ କାମରେ ବ୍ୟାଘାତ କରିବାକୁ ଚାହୁଁ ନଥିଲି ହେଲେ ତମ ଇଛା ବି ପୂରଣ କରିବା ମୋ କର୍ତ୍ତବ୍ୟ ।

୨. ଡକ୍ଟର ଅବଦୁଲ କଲାମ ପ୍ରେସିଡେନ୍ଟ ହେବା ପରେ ବାରଣାସୀର ଏକ ଶିକ୍ଷାନୁଷ୍ଠାନକୁ ଯାଇଥିଲେ । ସେଠାରେ ସେ ଦେଖିଲେ ବହୁତ ସୁନ୍ଦର ଭାବରେ ଚେୟାର ଗୁଡିକ ସଜା ଯାଇଛି ଆଉ ତାଙ୍କ ପାଇଁ ଏକ ବଡ ଦାମିକା ଚେୟାର ରଖାଯାଇଛି । ସେତେବେଳେ ଅବଦୁଲ କହିଲେ ମୁଁ ବି ଆପଣକ ଭଳି ଏକ ସାଧାରଣ ଲୋକ । ଯଦି ଆପଣ ମୋତେ ଏକ ସାଧାରଣ ଚେୟାର ଆଣି ଦେବେ ତା ହେଲେ ମୁଁ ବହୁତ ଖୁସି ହେବି । ବନ୍ଧୁଗଣ ଡକ୍ଟର ଏପିଜେ ଅବଦୁଲ କଲାମ କେବେ ଅହଙ୍କାରୀ ନଥିଲେ । ସେ ନିଜକୁ ଏକ ସାଧାରଣ ମଣିଷ ଭାବୁଥିଲେ ।

୩. ଅବଦୁଲ କଲାମ ରାଷ୍ଟ୍ରପତି ହେବା ପରେ ଥରେ କେରଳ ଯାଇଥିଲେ । କେରଳର ରାଜ ଭବନରେ ତାଙ୍କୁ କିଛି ଦିନ ରହିବା ପାଇଁ ସୁଯୋଗ ମିଳିଥିଲା । ସେତେବେଳେ ତାଙ୍କୁ ଦୁଇଟି ଲୋକଙ୍କୁ ଆମନ୍ତ୍ରଣ କରିବା ପାଇଁ କୁହାଯାଇଥିଲା । ସମସ୍ତେ ଭାବିଲେ ଦୁଇଟି ବଡ ଧରଣର ଲୋକଙ୍କୁ ଅବଦୁଲ ଡାକିବେ ହେଲେ ଅବଦୁଲ ଯାହା କରିଲେ ତାହା ଅତ୍ୟନ୍ତ ଗୌରବର କଥା ।

ସେ ଗୋଟେ ରାସ୍ତା କଡରେ ବସିଥିବା ମୋଚି ଓ ଗୋଟେ ଛୋଟ ହୋଟେଲ ମାଲିକକୁ ଡକାଇ ଥିଲେ । ଅବଦୁଲ କହିଥିଲେ, ସେ ସେମାନଙ୍କୁ ପିଲା ବେଳରୁ ଜାଣିଛନ୍ତି । ଆଉ ରାଷ୍ଟ୍ରପତି ହେବା ପରେ ଯେମିତି ସେମାନେ ନ ଭାବିବେ ମୁଁ ତାଙ୍କୁ ଭୁଲି ଯାଇଛି । ତେଣୁ ବନ୍ଧୁଗଣ ଆପଣ ଯେତେ ଉପରକୁ ଉଠି ଯାନ୍ତୁ ନା କାହିଁକି ନିଜ ସମ୍ପର୍କୀୟ ଓ ନିଜ ବନ୍ଧୁ ମାନଙ୍କୁ ସବୁବେଳେ ମହତ୍ଵ ଦେବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *