ମୋର 10ଟି ଘର ଅଛି କାହାର କଣ କରିବାର ଅଛି କରିକି ଦେଖାଅ । ମୁଁ ବମ୍ବେ ଗଲେ ମୋ ପକେଟରେ ଲୋକ ଆସି ପଇସା ପୁରାଇ ଦେବେ । କାହାର କଣ କରିବାର ଅଛି କରିକି ଦେଖାଅ । ଦିନେଶ ଏହି ବ୍ରହ୍ମପୁରରେ ଅଛି ଏହି ସାହିରେ ଅଛି କାହାର କଣ କରିବାର ଅଛି କରିକି ଦେଖାଅ । ଏହି ସାହିରେ ମୋର 5ଟି ଘର ଅଛି ମୋ ପୁଅ ଦିନେଶ ଯାହା କରୁଛି କରୁ । ଦିନେଶ ଏଇଠି ଅଛି କାହାର ଦମ୍ ଅଛି ତାକୁ ବାହାର କରି ଦେଖାଅ ।
ଦର୍ଶକ ବନ୍ଧୁ ଏସବୁ କଥା ଆମେ କହୁନୁ ନିଜେ ଦିନେଶଙ୍କ ବାପା-ମାଆ କହୁଛନ୍ତି । ଆଜିକୁ ଦୁଇ ମାସ ହେବ ଧାରଣାରେ ବସିଥିବା ଦୀପିକାଙ୍କ ଶାଶୁ-ଶଶୁର ଏପରି କହୁଛନ୍ତି । ଆଉ ନିଜ ପୁଅର କାର୍ଣ୍ଣମାକୁ ଘଣ୍ଟ ଘୋଡାଇ ରଖୁଛନ୍ତି । ଗଣମାଧ୍ୟମ ସାମ୍ନାରେ ସେ ଏପରି କିଛି କଥା କହିଛନ୍ତି ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆହୁରି ବି ସେ କହିଛନ୍ତି, କାହାର ଦମ୍ ନାହିଁ ମୋ ପୁଅକୁ ଖୋଜି ବାହାର କରିବା ପାଇଁ, କାହାର ଦମ୍ ନାହିଁ ଆମ ପୁଅ କରିଥିବା ଭୁଲ ପାଇଁ ତାକୁ ଦଣ୍ଡ ଦେବା ପାଇଁ । ଦର୍ଶକ ବନ୍ଧୁ ଏମାନଙ୍କ ପାଖରେ ଯଥେଷ୍ଟ ପଇସା ଅଛି ତାଙ୍କ ପୁଅକୁ ଦଣ୍ଡ ମୁକ୍ତ କରିବା ପାଇଁ । ଆଉ ତାଙ୍କ ପାଖରେ ଯଥେଷ୍ଟ ଘର ଅଛି ତାଙ୍କ ପୁଅକୁ ଲୁଚେଇ ରଖିବା ପାଇଁ । ଯଥେଷ୍ଟ ଟଙ୍କା ରଖିଛନ୍ତି ଏମାନେ ତାଙ୍କ ପୁଅକୁ ମୁମ୍ବାଇ ପଠାଇ ଦେବା ପାଇଁ ।
ଆଉ ଏମାନଙ୍କର ଏହି ବ୍ୟବହାର ଦେଖି ସାରିବା ପରେ ସାହି ପଡିଶା ଏବେ କହୁଛନ୍ତି ସବୁଦିନ ଏହି ଟଙ୍କାର ଗରମ ରହିବ ନାହିଁ । ଆଉ ସବୁଦିନ ଏହି ସମ୍ପତ୍ତିକୁ ନେଇ ଏମାନଙ୍କର ଗର୍ବ ରହିବ ନାହିଁ । ସମୟ ଅଛି ଏ ସମସ୍ୟାକୁ ସମଧାନ କରିବା ପାଇଁ ଅଣ୍ଟା ଭିଡ । ବାପା-ମାଆର କର୍ତ୍ତବ୍ୟ କର । ଯଦି ପୁଅ ଭୁଲ କରିଛି ତା ହେଲେ ବାପା-ମାଆ ହୋଇ ନିଜ ପୁଅକୁ ବୁଝାଅ ।
ଅବାଟରେ ଯାଉଥିବା ପୁଅକୁ ବାଟରେ ଆଣିବା ପାଇଁ ଚେଷ୍ଟା କର । ଦିନେଶ ଯେମିତି ଆପଣଙ୍କ ପୁଅ ଠିକ ସେମିତି ଦୀପିକାକୁ ଝିଅ ଭାବରେ ଗ୍ରହଣ କରି ବିଚାର କର । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।