ମୋଦୀଙ୍କ ଜୀବନରେ ହୋଇଛି ବହୁତ ବଡ ପରିବର୍ତ୍ତନ, ଧ୍ୟାନ ସାଧନାରୁ ଜନ୍ମ ହୋଇଛି ନୂଆ ସଂକଳ୍ପ I PM Modi

ଧ୍ୟାନ କରି ବଦଳିଗଲେ ମୋଦୀ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଯାଇଥିବା କନ୍ୟାକୁମାରୀ ଗସ୍ତ ବେଶ ଚର୍ଚାକୁ ଆସିଥିଲା । ମେ’ 30 ରୁ ଜୁନ 1 ତାରିଖ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ପ୍ରାୟ 45 ଘଣ୍ଟା ଧରି କନ୍ୟାକୁମାରୀ ଠାରେ ଧ୍ୟାନରେ ବସିଥିଲେ । ଜୁନ 1 ରୁ ମୋଦୀ କନ୍ୟାକୁମାରୀରୁ ଫେରୁଥିବା ବେଳେ ସେ ବିମାନରେ ବସି ନିଜର ମନର କଥାକୁ ଲେଖିଥିଲେ । ଯେଉଁ ଲେଖାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲୋକଙ୍କ ସହ ଶେୟାର ମଧ୍ୟ କରିଥିଲେ ।

ଯେଉଁଥିରେ ସେ କନ୍ୟାକୁମାରୀ ଠାରେ ଥିବା ସବୁ ସ୍ମୃତି ଓ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । କନ୍ୟାକୁମାରୀକୁ ଯାଇ ସେଠାରେ ଧ୍ୟାନ କରିସାରିବା ପରେ ତାଙ୍କ ଜୀବନରେ ଘଟିଥିବା ପରିବର୍ତ୍ତମାନ ସମ୍ପର୍କରେ ଲୋକଙ୍କ ସହ ଶେୟାର କରିଛନ୍ତି । ଯାହାକୁ ଶୁଣି ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଧ୍ୟାନରୁ ଫେରିବା ପରେ ମୋଦୀ ପୁରା ଶାନ୍ତ ପଡିଯାଇଛନ୍ତି । ତାଙ୍କ ମୁଖମଣ୍ଡଳର ଉଜ୍ଜଳତା ଅଧିକ ବଢିଯାଇଛି । ନରେନ୍ଦ୍ର ମୋଦୀ ନିଜ ଲେଖାରେ ଏଭଳି କିଛି ଲେଖି ଜଣାଇଛନ୍ତି ।

ଯେ କନ୍ୟାକୁମାରୀର ବିବେକାନନ୍ଦ ମେମୋରିଆଲ ଠାରେ ସେ ଧ୍ୟାନ କରିବା ପରେ ତାଙ୍କ ଭିତରେ ଏକ ଅଲୌକିକ ଊର୍ଜାର ସଂଚାର ହୋଇଛି । ଧ୍ୟାନ ସାଧନାରୁ ଜନ୍ମ ହୋଇଛି ଏକ ନୂଆ ସଂକଲ୍ପ । ତେବେ ସେ କହିଛନ୍ତି । ଧ୍ୟାନ ସହକାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧନା କରିବା ଏତେ ମଧ୍ୟ ସହଜ କଥା ନୁହେଁ । ହେଲେ କନ୍ୟାକୁମାରୀର ମାଟି ଓ ସ୍ଵାମୀ ବିବେକାନନ୍ଦଙ୍କ ପ୍ରେରଣା ମୋର ସାଧନାକୁ ସହଜ କରିଦେଇଥିଲା ।

ବୈରାଗ ମଧ୍ୟରେ ଶାନ୍ତ ଓ ନୀରବତା ମଧ୍ୟରେ ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ନିରନ୍ତର ବିଚାରରେ ବୁଡି ରହିଥିଲେ । ନରେନ୍ଦ୍ର ମୋଦୀ ସ୍ଵାମୀ ବିବେକାନନ୍ଦଙ୍କ କଥାକୁ ଅନୁସରଣ କରି ଆଗାମୀ 25 ବର୍ଷ ସେ ଦେଶ ପାଇଁ ନିଜକୁ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କର ସବୁଠାରୁ ପ୍ରମୁଖ ଉଦ୍ଧେଶ୍ୟ ହେଉଛି ଭାରତର ଉଜ୍ଜଳ ଭବିଷ୍ୟତର ସ୍ଵପ୍ନକୁ ବହୁତ ଶୀଘ୍ର ସାକାର କରି ଦେଖାଇବା ।

ସ୍ଵାମୀ ବିବେକାନନ୍ଦଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ଭାରତ ଦେଶ ପାଇଁ ନିଜକୁ ସମର୍ପଣ କରି କାମ କରିବା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *