ମୋବାଇଲରେ ଗୀତ ଦେଖି ଖୁସି ହେଇ ହସୁଛି Rahul, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦୀର୍ଘ ୫ ଦିନର ସଂଘର୍ଷ ପରେ ରାହୁଲ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ତାକୁ ତୁରନ୍ତ ବିଳାସପୁର ସ୍ଥିତ ଆପୋଲା ହସ୍ପିଟାଲକୁ ନେଇ ସେଠାରେ ଚିକିତ୍ସା କରାଯାଉଛି । ଶେଷ ଖବର ସୁଦ୍ଧା ରାହୁଲ ସୁସ୍ଥ ଥିବା ଖବର ମିଳିଛି । ସେ ବର୍ତ୍ତମାନ ସ୍ୱାଭାବିକ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେଉଛି, ବ୍ଲଡ ପ୍ରେସର, ସୁଗାର, ନର୍ମାଲ ଥିବା ବେଳେ ହୃଦସ୍ପନ୍ଦନ ମଧ୍ୟ ନର୍ମାଲ ଥିବା ସୂଚନା ମିଳିଛି ।

ରାହୁଲ ଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର । ସୂଚନାଯୋଗ୍ୟ ଛତିଶଗଡର ଜାଂଞ୍ଜଗିର-ଚାମ୍ପା ପିହରିଦ ଗାଁରେ ବୋରୱେଲ ଭିତରେ ଫସି ଥିବା ରାହୁଲଙ୍କୁ ୧୦୫ ଘଣ୍ଟା ର ଉଦ୍ଧାର ଅପରେସନ ସଫଳ ହୋଇଥିଲା । ୮୦ ଫୁଟ୍ ଗଭୀର ବୋରୱେଲ ଗାତରୁ ରାହୁଲ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲା ।

ଛତିଶଗଡ ପ୍ରଶାସନ,ଏସଡିଆରଏଫ, ଏନଡିଆରଏଏ, ସେନା ଯବାନ ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଥିଲା । ବୋରୱେଲ ଗାତରୁ ସୁଡଙ୍ଗ ଦେଇ ବାହାର କରିବା ପରେ ସୁଡଙ୍ଗ ମୁହଁରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତୁରନ୍ତ ତାକୁ ଅକ୍ସିଜେନ ଦେଇ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଅଣା ଯାଇଥିଲା ।

ଏହା ପରେ ଗ୍ରୀନକରିଡର ଦେଇ ଅତ୍ୟାଧୁନିକ ଚିକିତ୍ସା ସୁବିଧାଯୁକ୍ତ ଆମ୍ବୁଲାନ୍ସରେ ୧୧୨ କିଲୋମିଟର ଦୂର ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା । ତେବେ ବର୍ତ୍ତମାନ ହସ୍ପିଟାଲରେ ରାହୁଲ ର ଚିକିତ୍ସା ସଠିକ ଭାବରେ ଚାଲିଛି । ଏହା ସହିତ ରାହୁଲ ବେଶ ଖୁସି ଥିବାର ମଧ୍ୟ ଜଣା ପଡୁଛି । ସୋସିଆଲ ମିଡିଆ ରେ ହସ୍ପିଟାଲ ରୁ ରାହୁଲ ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ରାହୁଲ ହସ୍ପିଟାଲ ବେଡ୍ ରେ ଶୋଇଥିବା ବେଳେ ମୋବାଇଲ ରେ ଗୀତ ଦେଖି ବହୁତ ଖୁସି ହୋଇ ଯାଉଛି ଏବଂ ଏହା ସହିତ ଗୀତ ରେ ତାଳ ଦେଇ ଶୋଇଥିବା ଅବସ୍ଥାରେ ନାଚୁଛି ମଧ୍ୟ । ଏହି ଭିଡିଓ ଦର୍ଶକ ମାନେ ଦେଖି ବହୁତ ଖୁସି ହେଉଛନ୍ତି ଏବଂ ରାହୁଲ କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଏହା ସହିତ ରାହୁଲ କିପରି ଶୀଘ୍ର ସୁସ୍ଥ ହୋଇଯିବ ସେଥି ନିମନ୍ତେ ପ୍ରାର୍ଥନା କରିଛନ୍ତି ମଧ୍ୟ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *