ମୋବାଇଲ ଖେଞ୍ଚୁ ଛନ୍ତି ଅଧିକ ପାଠ ପଢାଉ ଛନ୍ତି କମ, ଖେଞ୍ଚି ଖେଞ୍ଚି ଥକି ପଡିବା ପରେ ଶୋଇ ପଡ଼ୁଛନ୍ତି ଦିଦି । ପାଠ ପଢେଇବାର ନାହିଁ ମନ ହେଲେ ମାସକୁ ମାସ ପାଉ ଛନ୍ତି ଧନ । ଦିଦିଙ୍କ ବିରୋଧରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ଖବରକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଆଜିର ଛାତ୍ର ଛାତ୍ରୀ ଆଗାମୀ ଦିନର ଭବିଷ୍ୟତ ହେଲେ ସରକାରୀ ସ୍କୁଲରେ ପାଠ ପଢେଇଲେ ଆପଣଙ୍କ ପିଲାର ଭବିଷ୍ୟତ ତିଆରି ହୋଇପାରିବ ତ ।
କାହିଁକି ନା ଏବେ ସରକାରୀ ସ୍କୁଲ କହିଲେ କେମିତି ଭବିଭାବକ ମୁହଁ ମୋଡୁ ଛନ୍ତି ତାହା ସମସ୍ତଙ୍କୁ ବେସ ଭଲ ଭାବରେ ଜଣା । ସବୁ ସ୍କୁଲ ନୁହେଁ କିଛି କିଛି ସ୍କୁଲରୁ କିଛି ଏଭଳି ଚିତ୍ର ଆସୁଛି ଯାହା ସବୁ ସ୍କୁଲକୁ କଳଙ୍କିତ କରିବା ଭଳି ଲାଗୁଛି । ଯେଉଁଠି ପିଲା ମାନଙ୍କ ଭବିଷ୍ୟତ ତିଆରି ହେବା କଥା ଏବେ ସେଇଠି ପିଲା ମାନଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇ ଯାଉଛି ।
ଦେଖୁ ନାହାନ୍ତି କେମିତି ପିଲା ମାନଙ୍କୁ ପାଠ ପଢାଉ ଛନ୍ତି ଦିଦି । ଦିଦି ପାଠ ପଢେଇବେ କଣ ଶୋଇ ପଡି ଛନ୍ତି । ଆଉ ଏହାର ଫଟୋ ଭାଇରାଲ ହେବାରେ ପରେ ଦିଦି କବିତା ଜେନାଙ୍କ କାର୍ଣ୍ଣମା ପଦାରେ ପଡିଛି । ଢେଙ୍କାନାଳ କାମାକ୍ଷା ନଗର ବ୍ଲକ ଜଗନ୍ନାଥ ପୁର ହରିଜନ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଉ ଏହାକୁ ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ତେବେ ଛାତ୍ର ଛାତ୍ରୀଙ୍କ କହିବା ମୁତାବକ, ଦିଦି କେବଳ ଆସୁଛନ୍ତି ସଂଖ୍ୟା ଶିଖାଉ ଛନ୍ତି ଶୋଇ ପଡୁ ଛନ୍ତି । ସଂଖ୍ୟା ବିଷୟରେ ଆଗରୁ ଛାତ୍ର ଛାତ୍ରୀ ସବୁ ଜାଣି ଥିବା ସତ୍ବେ ଦିଦି ବାରମ୍ବାର କେବଳ ସଂଖ୍ୟା ପଚାରୁ ଛନ୍ତି । ଅନ୍ୟ ପଟେ ନିକଟରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ସର୍ମେଶ୍ଵର ସାମଲଙ୍କୁ ଅନେତ୍ର୍ୟ ସ୍ଥାନକୁ ବଦଳି କରା ଯାଇଛି ।
ଫଳରେ ସର୍ମେଶ୍ଵର ସାମଲଙ୍କୁ ପୁନର୍ବାର ବିଦ୍ୟାଳୟକୁ ଆଣିବା ସହ କବିତା ଜେନାଙ୍କ ବଦଳି ପାଇଁ ଦାବି କରୁଛନ୍ତି ଅଭିଭାବକ ଏବଂ ଛାତ୍ର ଛାତ୍ରୀ । ତେବେ ଦର୍ଶକ ବନ୍ଧୁ ଏହି ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମନକର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।