ଏତେ ଦିନ ପରେ ଧରା ପଡିଲା ଅସଲ ଖେଳ ! ମାନବପ୍ରେମୀ Aditya Das ଙ୍କ ମା’ କାନ୍ଦି କାନ୍ଦି କହିଲେ ‘ମୋ ପୁଅର ଆଶ୍ରମ କହିଲେ ବିକାଶ ମତେ ପାଟି କରୁଛି, ଆଉ କହୁଛି ତୁମେ…’ ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ୨୦୨୦ ମସିହା ଜୁଲାଇ ୭ ତାରିଖରେ ଭୁବନେଶ୍ୱରର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ଆଦିତ୍ୟ ଦାଶଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖା ଯାଇଥିଲା । ଆଦିତ୍ୟଙ୍କ ସହ ଏହାର ମାତ୍ର ମାସକ ତଳେ ବିବାହ କରିଥିବା ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଏହା ଏକ ହତ୍ୟା । ଏହି ଘଟଣାର ତଦନ୍ତ ପ୍ରଥମେ ସରକାରୀ ରେଳ ପୋଲିସ ଓ ତା’ ପରେ ରାଜ୍ୟ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ କରିଥିଲା ।

ଗତ ମାସ କ୍ରାଇମ୍‌ ବ୍ରାଞ୍ଚ ସ୍ପଷ୍ଟ କରିଥିଲା ଯେ ଆଦିତ୍ୟଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ଥିଲା । ହେଲେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମାତାପିତା ଏହା ଏକ ହତ୍ୟା ବୋଲି ଦାବି କରି ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ବର୍ତ୍ତମାନ ଆଦିତ୍ୟ ଦାସ ଙ୍କ ମାଆ ମିଡ଼ିଆ ଆଗରେ କାନ୍ଦି କାନ୍ଦି ନିଜର କଥା ରଖିଛନ୍ତି । ତେବେ ସେ କହିଛନ୍ତି କି ଯେତେବେଳେ ଆଶ୍ରମ କୁ ଭିଜିଟର ମାନେ ଆସନ୍ତି ସେତେବେଳେ ସେ ମୋତେ ଆଦିତ୍ୟ ବିଷୟରେ ପଚାରନ୍ତି ଏବଂ ମୁଁ ମୋ ପୁଅ କଥା ଶୁଣି କାନ୍ଦି ପକାଇଥାଏ ।

ତେବେ ସେତେବେଳେ ବିକାଶ ମୋତେ ପାଟି କରେ ମାଉସୀ କାହିଁକି କାନ୍ଦୁଛ ତୁମ ପାଇଁ କେହି ଆସୁ ନାହାନ୍ତି ଆଉ ଆଦିତ୍ୟ ଆଶ୍ରମ ବୋଲି କାହିଁ କହୁଛ ବିଦ୍ୟାଶ୍ରୀ କୁ କାହିଁ ଆସିବାକୁ ଦେଉଛ । ତେବେ ଏହି ୯ ତାରିଖ ଦିନ ତାଙ୍କ ପୁଅ ର ବିବାହ ବାର୍ଷିକ ଥିଲା ତେବେ ସେ ସେହି କଥା ଭାବି ଭାବି ମନ ଦୁଃଖ କରି କାନ୍ଦି କରି ନିଜର କାମ କରୁଥିଲେ ଠାକୁର ପୂଜା କରୁଥିଲେ ।

ତେବେ ସେହି ସମୟରେ ଆଶ୍ରମ ରୁ ତାଙ୍କ ପାଖକୁ ଜଣେ ପୁଅ ସେ ଫୋନ କରିଥିଲେ ଏବଂ ପଚାରି ଥିଲେ କି କଣ ମାଉସୀ ରୋଷେଇ କରି ସାରିଲେଣି ତେବେ ସେ ମନା କରିଥିଲେ ଏହା ପରେ ସେ କହିଥିଲେ କି ଆଜି ରୋଷେଇ କର ନାହିଁ ଏହି ଆଶ୍ରମ ରେ ଖାଇଦେଵ । ତେବେ ସେ ମଧ୍ୟ ଆଶ୍ରମ ଯାଇଥିଲେ ଏବଂ ପ୍ରାୟଃ ୧ଟା ସମୟରେ ବିଦ୍ୟାଶ୍ରୀ ସେଠାକୁ ଆସିଥିଲେ ଏବଂ ସମସ୍ତଙ୍କୁ ଖାଇବା ପିଇବା ଦେଇ ଯାଇଥିଲେ ।

ତେବେ ବିକାଶ ମୋତେ ପାଟି କରୁଛି କି ସେ ବିଦ୍ୟାଶ୍ରୀ କାହିଁକି ଆସିଥିଲା କଣ ପାଇଁ ଆଶ୍ରମ କୁ ଆସୁଛି ଆଗରୁ ଆସୁ ନଥିଲା ଏବେ କଣ ପାଇଁ ଆସୁଛି । ତେବେ ମୁଁ କହିଥିଲି କି ଏଇଟା ତ ଆଶ୍ରମ ଯିଏ ଚାହିଁବ ସେ ଆସି ପାରିବ ବାହାର ଲୋକ ଜନ୍ମଦିନ ପାଳନ କରୁଛନ୍ତି ଯଦି ତେବେ ସେ ବି କରିବ । ତେବେ ସେ କଣ ପାଇଁ ଆସୁଛି ତାକୁ ପଚାର । ତେବେ ଏହା ପରେ ସେ କାନ୍ଦିଥିଲେ ।

ତେବେ ସେ କହିଥିଲେ କି ୨୪ବର୍ଷ ବୟସରେ ବହୁତ କଷ୍ଟ ରେ ମୋ ପୁଅ ଏହି ଆଶ୍ରମ କରିଛି । ଯେତେବେଳେ ସମସ୍ତେ ଖେଳନ୍ତି ବୁଲନ୍ତି ସେତେବେଳେ ମୋ ପୁଅ ପରିଶ୍ରମ କରି ଏହି ଆଶ୍ରମ କରିଛି ଆଉ ମୋ ପୁଅ ଆଶ୍ରମ ବୋଲି କହିବି ନାହିଁ । ତେବେ ବିକାଶ ମୋ ଉପରେ ସବୁବେଳେ ପାଟି କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *