ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି । ଗତ କାଲି ରାତିରେ ତାଙ୍କର ପରଲୋକ ଘଟିଛି । ସୂଚନା ମୁତାବକ ଗତ କାଲି ରାତି 11 ଟା 25ରେ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ପିଣ୍ଟୁଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ ଏବଂ ତାଙ୍କ ପରିବାର ଲୋକ । ପିଣ୍ଟୁ ଜଣେ ଆଗ ଧାଡିର ଅଭିନେତା ଥିଲେ ସିରିଏଲ ହେଉ ବା ଫିଲ୍ମ ସେ ସବୁଥିରେ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସାରା ଓଡିଶାରେ ଲୋକପ୍ରିୟତା ହାସଲ କରିଥିଲେ ।
ପିଣ୍ଟୁ ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଆଉ ଏହାରି ମଧ୍ୟରେ ପିଣ୍ଟୁଙ୍କ ମାଉସୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପିଣ୍ଟୁଙ୍କ ମାଉସୀ ଗଣମାଧ୍ୟମ ଆଗରେ କହିଛନ୍ତି-‘ତାର ସବୁ ଭଲ କେଉଁଠି କଳି ନାହିଁ କିଛି ନାହିଁ ହସିଲା ଲୋକକୁ ହସେଇବ ଯିଏ ଦୁଃଖରେ ଥିବ ତାକୁ ଟେକି ଦେବ । ଆମ ବନ୍ଧୁ ଘର ପୁଅ କରିଥିଲେ ମୋ ଝିଅ ତାକୁ ରାକ୍ଷୀ ପିନ୍ଧାଏ । ସେ ସବୁ ବର୍ଷ ଘରକୁ ଆସିବ ମାଉସୀ ମାଉସୀ ହେବ ଛୁଆଙ୍କ ସହ ଖେଳିବ ।
ଏ ଝିଅର ଜନ୍ମ ଦିନ ହେଇଥାନ୍ତା ସେ ବସି ଥାନ୍ତା ପୂଜାରେ ହେଲେ ପଳେଇଲା କଣ କରିବି । ସେ ମୋତେ ବହୁତ ଭଲ ପାଏ ସବୁବେଳେ ମାଉସୀ ମାଉସୀ ଡାକେ । ସେସବୁ ଭଲ ତାର କିଛି ଖରାପ ଗୁଣ ନାହିଁ । କଣ ହେଲା କେଜାଣି କଣ ତାର ମୁଣ୍ଡରେ ଢୁକିଲା ଆଉ କିଛି ନାହିଁ । ଆଉ ମାଉସୀ ଡାକ ମାସେ ଦୁଇ ମାସ ହେବ ନାହିଁ ସେ ତ ସିଆଡେ ରହିଲା ଆଉ ।
ଆଉ କଣ ମାଉସୀ ଡାକ ଫେରିବ ନା ସେ ଡାକିବ ଗଲା ମୋ ପୁଅ ଗଲା । ମୁଁ ପୁଅ ଜନ୍ମ କରିଛି ସେ ବି ଏମିତି କରି ନଥିଲା ହେଲେ ସେ ମୋର ଯାହା କରିଛି ଗୋଡ ହାତ ମୋଡି ଦିଏ । ମୋତେ ଭାରି ଭଲ ଲାଗେ ମୋ ପୁଅକୁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।