ମୋ ପିଲାକୁ ଜୁଇ ଉପରକୁ ଓହ୍ଲାଇ ଦିଅ, ତାକୁ କଷ୍ଟ ହେବ… ସେ ବହୁତ ଛୋଟ ପିଲାଟା ଶ୍ମଶାନ ଭିତରେ ଶୁଭୁଛି ଏମିତି…

ଆମ ପିଲାଙ୍କୁ ଆମ ଠାରୁ ଛଡାଇ ନିଅ ନାହିଁ… ହଁ ଆଜ୍ଞା ଶ୍ମଶାନ ଭିଆତ୍ରେ କିଛି ଏମିତିକା ଚିତ୍କାର ଶୁଭାଯାଉଛି । ଗୋଟିଏ ମା’ ର ଚିତ୍କାର ଆଜି ତା’ ର କୁନି ସନ୍ତାନ ପାଇଁ । ଯେଉଁ କୁନି ପିଲାଟି ନିଜର ଅଙ୍ଗ ଦାନ କରି ସବୁଦିନ ପାଇଁ ଅମର ହୋଇଯାଇଛି । ଯାହାଙ୍କର ଅନ୍ତିମ ସଂସ୍କାରକୁ ମା’ ଜଣଙ୍କ ଜମାରୁ ବି ସହି ପାରୁନାହାନ୍ତି । ଯେଉଁ ପିଲା ଦିନେ ଗଦି ଉପରେ ଶୋଉଥିଲା । ସେହି ପିଲାକୁ ଯୂଈ ଉପରେ ଶୋଇଥିବାର ଦେଖି ମା’ ଜଣଙ୍କ ସହି ପାରୁନାହାନ୍ତି ।

ହଁ ଆଜ୍ଞା କୁନି ପୁଅ ଶୁଭଜିତଙ୍କର ଏ ଥିଲା ଅନ୍ତିମ ସମୟର କଥା । ଶୁଭଜିତଙ୍କର ଶେଷ ଯାତ୍ରାରେ ତାଙ୍କୁ ଦେଖିବା ପାଇଁ ଶହ ଶହ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଛି । ଘର ଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ, ଆତ୍ମୀୟ ସ୍ଵଜନ ସମସ୍ତଙ୍କ ମନରେ ଶୁଭଜିତଙ୍କ ଚାଲିଯିବାର ଦୁଖ ଭରି ଯାଇଛି । ସମସ୍ତେ ସେହି କୁନି ପୁଅ ଶୁଭଜିତଙ୍କ କଥା ମନେ ପକାଇ ତାଙ୍କୁ ଝୁରୁଛନ୍ତି । ସେଥିପାଇଁ ତ ଏଭଳି ଦୁଃଖକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଖାସ୍ କରି ଶୁଭଜିତଙ୍କ ପରିବାରରେ କାନ୍ଦବୋବାଳି ଲାଗି ରହିଛି । କୁନି ପୁଅ ଶୁଭଜିତର ବାପା ଓ ମାଆ ନିଜ ପୁଅକୁ ହରାଇ ବେସାହାରା ହୋଇପଡିଛନ୍ତି । ଆଉ ଯୂଈ ଉପରେ ନିଜ ପୁଅକୁ ଶୋଇଥିବାର ଦୃଶ୍ୟ ଦେଖି ମା’ ଜଣଙ୍କ ବୁକୁ ଫଟାଇ କାନ୍ଦୁଛି । ଆଉ କାନ୍ଦି କାନ୍ଦି ଦୁଃଖରେ କହୁଛି । ମୋ ପୁଅ ସେଠରୁ ନେଇ ଆସ । ତାକୁ ବହୁତ କଷ୍ଟ ହେବ । ତେବେ ଏହାରି ଭିତରେ କୁନି ପୁଅ ଶୁଭଜିତଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି ।

ଦେଶ ପାଇଁ ସେ ନଲଢିବି ସମସ୍ତଙ୍କ ପାଇଁ ସେ ଚିର ଅମର ପାଲଟି ଯାଇଛନ୍ତି । ସେଥିପାଇଁ ତ ଯବାନ ମନେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବା ପାଇଁ ଶୁଭଜିତଙ୍କର ଶେଷ ସମୟରେ ଆସିଛନ୍ତି । ଖବର ମୁତାବିକ ଶୁଭଜିତଙ୍କର ବ୍ରେନ ଡେଡ୍ ହେବା ପରେ ପରିବାର ଲୋକ ତାଙ୍କ ପୁଅର ଅଙ୍ଗକୁ ଡୋନେଟ କରିଦେଇଥିଲେ । ଯାହା 8 ଜଣଙ୍କ ଦେହରେ ଲାଗିବାକୁ ଯାଉଛି । ତେବେ ଶୁଭଜିତଙ୍କର ଅମର ଆତ୍ମାର ସଦଗତି ହେଉ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *