ଆଜି ସକାଳୁ ସକାଳୁ ଖବର କାଗଜ ପଢିଥିଲା ଗୋପାଳ ଦାସ । ଆଉ ଖବର କାଗଜରେ ଲେଖା ହେଇଥିଲା ଗୋପାଳ ଆଉ ତା ପରିବାରକୁ ସୁରକ୍ଷା ପ୍ରସଙ୍ଗ । ଆଉ ଏ ଖବର ପଢି ସାରିବା ପରେ ଗୋପାଳ କହିଲା କୁଆଡେ ମୋ ପରିବାରର କିଛି ହେଲେ କାହାକୁ ବି ଛାଡିବିନି । ହଁ ଦର୍ଶକ ବନ୍ଧୁ ଗୋପାଳ ଜୀବନ ପ୍ରତି ବିପଦ ରହିଛି ଗୋପାଳ ପରିବାର ସଦସ୍ୟ ମାନେ ମଧ୍ୟ ଭୟବିତ ଅବସ୍ଥାରେ ରହିଛନ୍ତି ।
ଆଉ ଏଭଳି ସ୍ଥିତିରେ ଗୋପାଳ ସୁରକ୍ଷା ପ୍ରସଙ୍ଗ ଚିନ୍ତା ଜନକ ସ୍ଥିତିରେ ରହିଛି । ଗୋପାଳକୁ ତୁରନ୍ତ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଉ । ଜେଲ ଭିତରେ ଗୋପାଳକୁ 24 ଘଣ୍ଟା ସିସିଟିଭି କାମେରା ନଜରରେ ରଖା ଯିବା ଆବଶ୍ୟକ । ଗୋପାଳ ଉପରେ ନଜର ରଖା ଯିବା ସହିତ ତାର ସୁରକ୍ଷା ସୁନିଶ୍ଚିତ କରା ଯାଉ ।
ଏହା ସହ ଗୋପାଳ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଏକ ପିଟିସନ ହାଇକୋର୍ଟଏ ଫେବୃୟାରି 20 ରେ ଦାୟର ହୋଇଥିଲେ ଆଉ ଯାହାର ଶୁଣାଣି କରିଛନ୍ତି ହାଇକୋର୍ଟ । ଦର୍ଶକ ବନ୍ଧୁ ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତୟଆକାଣ୍ଡରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଏବଂ ତାଙ୍କ ପରିବାର ସୁରକ୍ଷିତ ବୋଲି ଦର୍ଶାଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ।
ଗୋପାଳ ଦାସଙ୍କ ପରିବାର ଲୋକେ ଅସୁରକ୍ଷିତ ଥିଲେ ସେମାନେ କୋର୍ଟକୁ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଆଉ କୋର୍ଟରେ ବିଚାରପତି ସଂଜୀବ କୁମାର ପାଣିଗ୍ରାହୀଙ୍କ ପୀଠ ଆଇନଜୀବୀ ସନ୍ତୋଷ କୁମାର ସ୍ଵାଇଁଙ୍କ ଦ୍ଵାରା ହୋଇଥିବା ଏଭଳି ଆବେଦନରେ ପୂର୍ଣ୍ଣଛେଦ ପକାଇ ଛନ୍ତି । ଆବେଦନକାରୀ ଦର୍ଶାଇ ଥିଲେ ଯେ, ନବ ଦାସ ଜଣେ ଲୋକପ୍ରିୟ ନେତା ଥିଲେ ତାଙ୍କ ହତୟଆ ଏକ ଗୁରୁତ୍ଵର ଘଟଣା ହୋଇଥିବା ବେଳେ ଅତୀତରେ ଗୋପାଳ ପୋଲିସ ବିଭାଗ ଦ୍ଵାରା ପୁରସ୍କୃତ ହୋଇଥିଲେ ।
ଗୋପାଳର କୌଣସି ଅପରାଧିକ ରେକର୍ଡ ନାହିଁ କିନ୍ତୁ ଏ ଘଟଣାରେ ଗିରଫ ହେବା ପରେ ଗୋପାଳକୁ ତଦନ୍ତକାରୀ ଏଜେନ୍ସି ଏବଂ ରାଜନୈତିକ ଦଳ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଆଉ ଯାହା ଉପରେ ହାଇକୋର୍ଟ ରାୟ ଶୁଣାଇ ଛନ୍ତି । ଆଉ ଏଭଳି କିଛି ଖବର ଆଜି ପେପରରେ ପଢିବା ପରେ ଗୋପାଳ ଚିତ୍କାର କରି କହି ଥିଲା ଯଦି ପରିବାରର କିଛି ହୁଏ ମୁଁ କାହାକୁ ଛାଡିବିନି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।