ଦର୍ଶକ ବନ୍ଧୁ ଓଡିଆ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ସେ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଓଡିଶାରେ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଗତ କିଛି ଦିନ ତଳେ ସେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ସେ କହିଥିଲେ ତାଙ୍କ ବାପାଙ୍କ ଦେହ ବି ଅସୁସ୍ଥ ଅଛି ତେଣୁ ସେ ପିଣ୍ଟୁଙ୍କ ସହ ଦିଲ୍ଲୀ ଯାଇ ପାରୁ ନାହାନ୍ତି ।
ବନ୍ଧୁଗଣ ଏବେ ପୁଣି ଅର୍ଦ୍ଧେନ୍ଦୁ ନିଜ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏନେଇ ଅର୍ଦ୍ଧେନ୍ଦୁ କହିଛନ୍ତି-‘ମୋ ବାପାଙ୍କ ଦେହ ଖରାପ ବୋଲି ଆମେ ଦୁଇ ଦେଢ ମାସ ପର୍ଯ୍ୟନ୍ତ ଆପୋଲୋ ହସ୍ପିଟାଲରେ ଅଛୁ ।
ପିଣ୍ଟୁ ଭାଇ ନିଜର ଜୀବନର 27 ବର୍ଷ ଓଡିଆ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ଓଡିଶା ଲୋକ ମାନଙ୍କ ପାଇଁ କାମ କରିଛନ୍ତି । ସମସ୍ତଙ୍କୁ ହସାଉ ଥିଲେ କନ୍ଦାଉ ଥିଲେ ମନୋରଞ୍ଜନ କରୁଥିଲେ । ସେହି ହିସାବରେ ମୋରର ବ୍ୟକ୍ତିଗତ ଭାବରେ ସାନ ଭାଇ ହିସାବରେ ଭଲ ପାଇବା ଥିଲା ।
ମୁଁ ତାଙ୍କୁ ଯାହା ବି ଦେଇଛି ସେଇଟା କିଛି ବଡ କଥା ନୁହେଁ । ଓଡିଶା ବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ସେ ମୋତେ କାଲି କହୁଥିଲେ । ସେ କହୁଥିଲେ ମୁଁ ଜାଣି ନଥିଲି ଓଡିଶାବାସୀ ମୋତେ ଏତେ ଭଲ ପାଉ ଛନ୍ତି ସେହି ମାନଙ୍କ ଯୋଗୁଁ ମୁଁ ଦିଲ୍ଲୀ ଆସି ପାରିଲି । ଗୋଟେ 10 ଟଙ୍କା ବି ମୋତେ ଜଣେ ଦେଇଛନ୍ତି ତାଙ୍କ ପାଇଁ ବି ମୁଁ ଋଣି ସେ କଥା ସେ କହୁଥିଲେ । ସେ ଯେତେ ଲାଉଡ ଦେଖା ଗଲେ ବି ହାର୍ଟ ତାଙ୍କର ସେତେ ସଫ୍ଟ ଥିଲା ।
ସେ ବହୁତ ଭଲ ଲୋକ ନିଜ ଭିତରେ କଷ୍ଟ ଲୁଚାଇ ରଖିଥିଲେ । ଆଜି ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅର୍ଦ୍ଧେନ୍ଦୁ ପିଣ୍ଟୁ ନନ୍ଦଙ୍କ କଥା କହିବା ସହ ତାଙ୍କ ବାପାଙ୍କ ପାଇଁ ଓଡିଶା ବାସୀ ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।