ମୋ ଝିଅକୁ ଫାଶୀ ଦିଆଯାଉ… ଏଭଳି ଝିଅ ବଞ୍ଚିକି କିଛି ଲାଭ ନାହିଁ…Anjan case

ମୋ ଝିଅକୁ ଫାଶୀ ଦେଇ ଦିଅ ! ତେବେ ବର୍ତ୍ତମାନର ଗୁରୁତ୍ଵପୂର୍ଣ୍ଣ ଖବର ଅନୁଯାଇ ଭୁବନେଶ୍ବରରେ ପ୍ରେମକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୂକ୍ତ ଥିବା ପ୍ରେମିକା ନିହାରିକାଙ୍କ ବଡ ମାଆ ଗଣ ମାଧ୍ୟମ ସାମ୍ନାରେ ଝିଆରୀକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ମୋ ଝିଅ ନିହାରିକା ମରିଯାଉ । ଗୋଟେ ପରିବାରକୁ ସେ ଛାରଖାର କରିଦେଲା ଆଉ ଆମ ସମସ୍ତଙ୍କ ମୁହଁ ମଧ୍ୟ ତଳକୁ କରିଦେଲା । ସେ ବଞ୍ଚିକି ଆଉ କିଛି ବି ଲାଭ ନାହିଁ ।

ତେବେ ଚିନ୍ତାମଣୀସ୍ଵର ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତକାରିଣୀ ନିହାରିକା ନିଜ ପିଉସୀ ମାନଙ୍କ ପାଖରେ ରହି ପାଠ ପଢୁଥିଲେ । ହେଲେ ପାଠ ପଢିବା ଓ କଲେଜ ଯିବା ବାହାନାରେ ପ୍ରେମ ନାଟ ଚଳାଉ ଥିଲେ । ପ୍ରେମ ବ୍ୟାପାରକୁ ନେଇ ପୂର୍ବତନ ପ୍ରେମିକକୁ ମାରିବା ପାଇଁ ନିଜ ନୂଆ ପ୍ରେମିକ ସହ ସାଂଘାତିକ ପ୍ଳାନ ମଧ୍ୟ କରିଥିଲେ । ହେଲେ ପୁରୁଣା ପ୍ରେମିକ ବଦଳରେ ପ୍ରେମିକର ବନ୍ଧୁଙ୍କୁ ମାରିଦେଇଥିଲେ ନିହାରିକାର ପ୍ରେମିକ ପୀଙ୍କୁ ।

ଏହାପରେ ମିଡିଆ ସାମ୍ନାରେ ନିହାରିକାଙ୍କ ବଡ ମାଆ କହିଛନ୍ତି । ଯେ ଏଭଳି ଝିଅ ମରିଯିବା ହିଁ ବହୁତ ଭଲ । ବାପା ମରିଗଲା ପରେ ପିଉସୀ ମାନେ ଝିଅକୁ ଭଲ ପାଠ ପଢାଇ ଭଲ ମଣିଷ କରାଇବାକୁ ଚାହୁଁଥିଲେ । ହେଲେ ଝିଅ ଯଦି ପାଠ ନପଢି ଅନ୍ୟ ଖରାପ ରାସ୍ତାକୁ ଯିବ । ସେ ଝିଅ ବଞ୍ଚିକି ଆଉ କଣ କରିବ । ସେ କଳଙ୍କିନୀର ମୁହଁ ଆମେ ମାନେ ଦେଖିବାକୁ ଚାହୁଁନାହୁଁ । ତେବେ ଘରର ଝିଅ ନିହାରିକାଙ୍କୁ ନେଇ ବଡ ମାଆ ଜଣଙ୍କ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟ ପରେ ସାମାନ୍ୟ ପ୍ରେମ ପାଇଁ ନିଜର ଜଣେ ଭଲ ବନ୍ଧୁଙ୍କୁ ହରାଇ ଦେଇଛନ୍ତି ବନ୍ଧୁ ଗୌତମ । ନିହାରିକା ଓ ପୀଙ୍କୁ ସହ ଗୌତମ ଓ ଅଞ୍ଜନ କଥାବାର୍ତ୍ତା ହୋଇ କିଛି ସମାଧାନ କରିବା ଭିତରେ ନିହାରିକା ହଟାତ ରାଗିଜାଇ ପୀଙ୍କୁକୁ ମାରିବା ପାଇଁ କହିବାରୁ ପୀଙ୍କୁ ଅଞ୍ଜନଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଦେଲା । ତେବେ ଏ ଘଟଣାକୁ ପୋଲିସ ବର୍ତ୍ତମାନ ପୀଙ୍କୁ ଓ ନିହାରିକାକୁ ଥାନାରେ ଅଟକ ରଖି ତଦନ୍ତ ପାଇଁ ପଚରା ଉଚରା ଚଳାଇଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ଆପଣ ମାନେ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *