‘ମୋ ଝିଅ ଡିମ୍ପଲ୍ ର ଯଦି ଅସୁବିଧା ହୁଏ, ମୁଁ କାହାକୁ ଛାଡିବିନି, ଜେଲ୍ ଯିବି ହେଲେ…’ ହଠାତ ରାଗିଗଲେ Pramila Tripathy, ମିଡିଆ ଆଗରେ କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଫେରାର ହେବା ପରେ ପତ୍ନୀ ତପସ୍ଵିନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । କୋର୍ଟ ନିଷ୍ପତ୍ତି ଅନୁସାରେ ଉଭୟ ସୁମିତ ଓ ତପସ୍ଵିନୀ ଗୋଟେ ଘରେ ୭ ଦିନ ପର୍ଯ୍ୟନ୍ତ ରହିଥିଲେ ହେଲେ ଗତ କିଛି ଦିନ ତଳେ ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇଯାଇ ଥିଲେ । ଫେରାର ହେବା ପରେ ସୁମିତଙ୍କର କୌଣସି ଖୋଜ ଖବର ନାହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲା ବିଷୟରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଏକ ବଡ ବୟାନ ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ପ୍ରମିଳାଙ୍କ ଏହି ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପ୍ରଥମ ଦିନରୁ ହିଁ ପ୍ରମିଳା ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଭାବି ତାଙ୍କ ସହ ଧାରଣାରେ ବସିଥିଲେ । ପ୍ରମିଳା ତପସ୍ଵିନୀଙ୍କ ପାଇଁ ବହୁତ କଷ୍ଟ କରିଛନ୍ତି । ସୁମିତଙ୍କ ଏଭଳି କାମକୁ ଦେଖି ପ୍ରମିଳା ନିଜର ପାଟି ଖୋଲିଛନ୍ତି ।

ପ୍ରମିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ତ ୧୧ ଦିନ ଯାଏଁ ଧାରଣାରେ ବସିଲୁ ବଡ ଘରେ ବଡ ଗୁମର ଦାଣ୍ଡ ରୋଡ ମଝିରେ ଶୋଇଲୁ । ସୁମିତ ଓ ତାଙ୍କ ବାପା ଗୋଟିଏ କଥା କହୁଥିଲେ ଯେ, କୋର୍ଟ ନିଷ୍ପତ୍ତିର ସେମାନେ ପାଳନ କରିବେ । କୋର୍ଟ ରାୟ ଦେଲା ପରେ ସେମାନେ ସ୍ଵାମୀ ସ୍ତ୍ରୀ ହୋଇ ଆସିଲେ ବର୍ତ୍ତମାନ ତପସ୍ଵିନୀଙ୍କୁ ଜଙ୍ଗଲ ଭିତରେ ଯେଉଁ ଭଳି ଭାବରେ ରଖିଛନ୍ତି ତାହା ଠିକ ନୁହେଁ’ ।

ଆଗକୁ ପ୍ରମିଳା କହିଛନ୍ତି-‘ଆପଣ ଜାଣି ଥିଲେ ଏଠି ୨ଟି ହତ୍ୟା କରାଯାଇଛି । ସୁମିତ ଆଜି ଯାଇଛି କେମିତି ତାଙ୍କ ବାପା ପ୍ରେସରରେ ଓ ପୋଲିସ ପ୍ରେସରରେ ଯାଇଛନ୍ତି । ଆମେ କୋର୍ଟ ରାୟର ସମ୍ମାନ କରୁଛୁ ଏବେ ଆମ ଓକିଲ ଯାହା ବୁଝିବେ । ହେଲେ ଯଦି ମୋ ଝିଅକୁ କିଛି ହୁଏ ମୁ ଛାଡିବିନି । ମୋ ଝିଅ ମତେ ଫୋନ କଲା କହିଲା, ମା ମତେ ଅଧର୍ଜ୍ୟ ଲାଗୁଛି ଜଙ୍ଗଲ ଭିତରେ ଅଛି ପୋଲିସ ପ୍ରଶାସନ ନାହିଁ’ ।

ଆଗକୁ ପ୍ରମିଳା କହିଛନ୍ତି-‘କିଛି ଡରିବା ଦରକାର ନାହିଁ ମୁ ତାକୁ କହିଛି । ମୁ ରହୁଛି ବାହାରେ ମୋ ଉପରେ ବି ପାଞ୍ଚଟା କେସ ଲଦି ସାରିଲେଣି ହେଲେ ମୁ ଡରିନାହିଁ ଆଉ ୪ଟା କେସ କଲେ ବି ମୁ ଜେଲ ଭିତରେ ଧାରଣା ଦେଇ ବସିବି ହେଲେ ମୁ ଡରିବି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମିଳା ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ତେବେ ପ୍ରମିଳାଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *