ଦର୍ଶକ ବନ୍ଧୁ ଆପଣଙ୍କର ମନେ ଥିବ ଯେତେବେଳେ ଓଲିଉଡରେ କାଷ୍ଟିଙ୍ଗ କାଉଚ କଥା ଉଠି ଥିଲା ଯେତେବେଳେ ଓଲିଉଡରେ ବେଡ ପାର୍ଟନରର କଥା ଉଠି ଥିଲା ସେତେବେଳେ ଅନେକ କଳାକାର ଛନ୍ଦି ହୋଇ ରହିଥିଲେ । ଆଉ ସେତେବେଳେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା କହୁଥିଲେ କି ମୋ ସିନେମାରେ ଏମିତି ହୁଏନା । ହଁ ଦର୍ଶକ ବନ୍ଧୁ ସତରେ ତାଙ୍କ ସିନେମାରେ ଏମିତି ହୁଏନା ।
ତାଙ୍କ କ୍ୟାମେରା ଆଗରେ କିଛି ହୁଏନା ହେଲେ କ୍ୟାମେରା ପଛରେ ସବୁ କିଛି ହୁଏ । କ୍ୟାମେରା ପଛରେ ବନ୍ଦ କୋଠରିରେ ଅନ୍ଧାର ଘରେ ସବୁ ବେଳେ ଚାଲେ ଅଶ-ଲିଳ ସିନେମା ଯାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଛି ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଆପଣ ସ୍କ୍ରିନରେ ଦେଖୁଥିବା ଏହି ଫଟୋ ଗୁଡିକ ହେଉଛି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କର ।
ଏହି ସବୁ ଫଟୋକୁ ସେ ନିଜେ ଭାଇରାଲ କରିଥିବା ଯୁବତୀ ଜଣକ ଏବେ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏ ଭିଡିଓ ଭାଇରାଲ ହେବା ପରେ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିବା ଯୁବତୀ ଜଣକ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି । ଆଉ ଏ ଘଟଣାକୁ ନେଇ ଓଲିଉଡରେ ଏବେ ଚର୍ଚ୍ଚା ଜୋର ଧରିଛି । କିଏ କେତେ କଥା କହୁଛି ସତରେ ଓଡିଆ ସିନେମାରେ ଏମିତି ବି ହୁଏ ।
ଯେଉଁଠି ପ୍ରଯୋଜକ ମାନେ ଅନ୍ଧାର ଘରେ କ୍ୟାମେରା ପଛରେ ଏମିତି ବି କାମ କରିବାକୁ ପଛାନ୍ତି ନାହିଁ । ଯୁବତୀ ମାନଙ୍କୁ ରାତିଆ ରାତି ହିରୋଇନ କରିବା ପାଇଁ, ତାଙ୍କ ଫ୍ୟାନ ଫାଲୋଇଙ୍ଗ ବଢେଇବା ଆଦି ଅନେକ ଲାଳସା ଦେଇ ଏମିତି ବି କାମ କରନ୍ତି ପ୍ରଯୋଜକ ମାନେ । ବନ୍ଧୁଗଣ ଅକ୍ଷୟ ବାରମ୍ବାର କହିଛନ୍ତି ଆମେ ସିନେମାରେ ଏମିତି ହୁଏନି । ବାସ୍ତବିକ ଏ ଚିତ୍ରକୁ ଦେଖି ଲାଗୁଛି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ।
ବନ୍ଧୁଗଣ ଏବେ ଦେଖିବାକୁ ବାକି ରହିଲା ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ କଣ ନିଆଯାଉଛି କାର୍ଯ୍ୟନୁଷ୍ଠାନ । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସମୟ ଥିବା ଅକ୍ଷୟ କହୁଥିଲେ ଓଲିଉଡକୁ ଉଧାରିବା କଥା ହେଲେ ଏବେ ସେ ନିଜେ କେମିତି ଉଦ୍ଧାର ହେବେ ତାହା ଦେଖିବା ବାକି ରହିଲା । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।