ମଳକଣ୍ଟକ କ’ଣ ଓ ଏହା କାହିଁକି ହୁଏ ? ଜାଣନ୍ତୁ ଏହାର ଚିକିତ୍ସା ? Dr Biswajit Mohapatra

ନମସ୍କାର ବନ୍ଧୁଗଣ ତେବେ ଆପଣ ସମସ୍ତେ ଜାଣିଥିବେ ମଳକଣ୍ଟକ ବା ଅର୍ଶରୋଗ ଏମିତି ଏକ ସମସ୍ୟା ଯାହା ଅନ୍ୟ କାହାକୁ ମଧ୍ୟ କହି ହୁଏ ନାହିଁ କିମ୍ଭା ନିଜେ ମଧ୍ୟ ସହ୍ୟ କରି ହୁଏ ନାହିଁ । ଏହି ରୋଗ ବିଷୟରେ ଅନ୍ୟଙ୍କୁ କହିବା ପାଇଁ ବହୁତ ଲୋକ ସଂକୋଚ କରିଥାନ୍ତି । କିନ୍ତୁ ଏହି ରୋଗ ଏମିତି ଏକ ରୋଗ ଯାହାକୁ ଲୁଚାଇବା ଠିକ୍ ନୁହେଁ । ତେବେ ଅର୍ଶ ଓ ମଳକଣ୍ଟକ ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ । ମଳତ୍ୟାଗ ସମୟରେ ବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ ଏବଂ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ ।


ମଳକଣ୍ଟକ ହେଉଛି ଏକ ପ୍ରକାର ଘା’ । ମଳକଣ୍ଟକ ହେଲେ ମଳତ୍ୟାଗ ବେଳେ କଷ୍ଟ ଅନୁଭବ ହୁଏ ଓ ରକ୍ତ ବି ପଡ଼ିଥାଏ । ଅର୍ଶ ହେଉଛି ମଳତ୍ୟାଗ ବେଳେ କୌଣସି କଷ୍ଟ ଅନୁଭବ ହୁଏ ନାହିଁ କିନ୍ତୁ ଅଧିକ ପରିମାଣରେ ରକ୍ତ ନିର୍ଗତ ହୋଇଥାଏ । ମଳକଣ୍ଟକ ଦୁଇପ୍ରକାର । କିଛି ଦିନ ଧରି ହୋଇଥିବା ଘା’ ଓ ଅନେକ ଦିନରୁ ଶୁଖିଯାଇଥିବା ଘା’ । ତେବେ ମଳକଣ୍ଟକ ହେବାର ପ୍ରଥମ କାରଣ ହେଉଛି ପାଣି ନ ପିଇବା ।

ଅନେକ ଲୋକ ଅଛନ୍ତି ଦିନ ଯାକ ପାଣି ପିଅନ୍ତି ନାହିଁ । ମଳକଣ୍ଟର ଆଉ ଏକ କାରଣ ହେଉଛି ମାଂସ, ମସଲାଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ମଳଦ୍ୱାର ସଙ୍କୁଚିତ ହୋଇ ମଳଦ୍ୱାରରେ ଘା’ ସୃଷ୍ଟି ହୁଏ । ମଳଦ୍ୱାରରେ କଠିନ ଝାଡ଼ା ହେଲେ ଆଘାତ ହୋଇ ସେଠାରେ ଘା’ ସୃଷ୍ଟି ହୋଇଥାଏ । ଘା’ ହେଉଛି ମଳକଣ୍ଟକର ଆରମ୍ଭ । ମଳକଣ୍ଟକ ଯୋଗୁଁ ଅର୍ଶ ହୋଇଥାଏ । ତେବେ ମଳତ୍ୟାଗ ସମୟରେ ବା ପରେ କଷ୍ଟ ହେବା, ମଳରେ ରକ୍ତ ପଡିବା, ମଳ ତ୍ଯାଗ ପାଇଁ ଅଧିକ କୁନ୍ଥାଇବାକୁ ପଡିବା ଆଦି ଏହି ସବୁ ରୋଗର ଲକ୍ଷଣ ଅଟେ ।


ତେବେ ମଳକଣ୍ଟକକୁ ଯଦି ଆରମ୍ଭରୁ ଚିକିତ୍ସା ନ କରାଯାଏ ତେବେ ଏହା ସମୟ ସହିତ ବଢେ ଓ ଅର୍ଶ କିମ୍ବା ଭଗନ୍ଦରରେ ପରିଣତ ହୋଇଯାଏ । ଏହାକୁ ଅନେକ ବର୍ଷ ଧରି ଚିକିତ୍ସା ନ କରି ଛାଡି ଦେବା ଦ୍ଵାରା ଏହା କ୍ୟାନ୍ସରରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଥାଏ । ସେଥିପାଇଁ ଆରମ୍ଭରୁ ହିଁ ଡାକ୍ତରଙ୍କ ପରାମର୍ଶ କରି ଆବଶ୍ଯକୀୟ ଔଷଧ ଖାଇବା ବା ଚିକିତ୍ସା କରିବା ଜରୁରୀ ଅଟେ ।

ଆଉ ଯଦି ଏହା ଅର୍ଶ କିମ୍ବା ଭଗନ୍ଦର ହୋଇଛି ତେବେ ଡାକ୍ତରଙ୍କ ପରାମର୍ଶରେ ତୁରନ୍ତ ସର୍ଜରୀ କରିବା ଆବଶ୍ୟକ ରହିଛ । ଏହାକୁ ଚିକିତ୍ସା ନକରି ଛାଡିଦେବା ଖୁବ ଯନ୍ତ୍ରଣା ଦାୟକ ଅଟେ । ସେଥିପାଇଁ ସର୍ଜରୀ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ନିହାତି ଆବଶ୍ୟକ ଅଟେ । ଏହାର ନିରାକରଣ ପାଇଁ ପାଇଁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଯେପରି ଅତିକମରେ ଦିନକୁ ଦେଢରୁ ଦୁଇ ଲିଟର ଆପଣ ପରିସ୍ରା ଯିବେ ।


ସେହିପରି ପାରିବ ଏବଂ ଫଳମୂଳ ଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ । କେଉଁ ପର୍ବପର୍ବାଣି ସମୟରେ ଯଦି ଆପଣ ଉପବାସ କରୁଛନ୍ତି ତେବେ ମଧ୍ୟ ପ୍ରଚୁର ପରିମାଣରେ ପାଣି ନିଶ୍ଚୟ ପିଅନ୍ତୁ । ଦେଖିବେ ଏହିସବୁ ରୋଗ ଆପଣଙ୍କୁ କେବେ ମଧ୍ୟ ହେବନାହିଁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *