ଜାଣନ୍ତୁ Harnaaz Sandhu (Miss Universe 2021) ଙ୍କ ଲାଇଫଷ୍ଟାଇଲ , Biography ଓ ମାସକୁ କେତେ କରନ୍ତି ଇନକମ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହର୍ନାଜ ସନ୍ଧୁ ଏପରି କିଛି କରି ଦେଖାଇଲେ ଯାହା ବିଗତ ୨୧ ବର୍ଷ ମଧ୍ୟରେ କେହି ବି କରି ନଥିଲେ । ମିସ୍ ୟୁନିଭର୍ସ ର ମୁକୁଟ ଭାରତ କୁ ଦୀର୍ଘ ୨୧ ବର୍ଷ ପରେ ଆସିଛି । ଗତ ଥର ୨୦୦୦ ମସିହାରେ ଲାରା ଦତ୍ତ ଏହି ମୁକୁଟ ର ଅଧିକାରୀ ହୋଇଥିଲେ । ସେହି ବର୍ଷ ହିଁ ହର୍ନାଜ ସନ୍ଧୁ ଙ୍କ ଜନ୍ମ ହୋଇଥିଲା । ପଞ୍ଜାବ ରେ ରହୁଥିବା ୨୧ ବର୍ଷୀୟ ହର୍ନାଜ ସନ୍ଧୁ ମିସ୍ ୟୁନିଭର୍ସ ର ମୁକୁଟ କୁ ଜିତିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଭାରତ ର ନୂଆ ମିସ୍ ୟୁନିଭର୍ସ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ ସମ୍ପୂର୍ଣ୍ଣ ରୂପରେ କହିବୁ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ହର୍ନାଜ ସନ୍ଧୁ ଙ୍କ ଜନ୍ମ ୩ ମାର୍ଚ୍ଚ ୨୦୦୦ ମସିହାରେ ଚଣ୍ଡୀଗଡ଼ ରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୨୧ ବର୍ଷ ବୟସ ହୋଇଛି । ତାଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ହର୍ନାଜ କୈର ସନ୍ଧୁ । ହର୍ନାଜ ନିଜ ସ୍କୁଲ ପାଠପଢ଼ା ସିବ୍ଲିକ ପବ୍ଲିକ ସ୍କୁଲ ଚଣ୍ଡୀଗଡ଼ ରେ ଆରମ୍ଭ କରିଥିଲେ । ଏହାପରେ ସେ ନିଜ ବାଚେଲର୍ସ କରିଛନ୍ତି ଇଂଫର୍ମେସନ ଟେକ୍ନୋଲୋଜି ରେ ଗାର୍ଲସ କଲେଜ ରେ ।

ହର୍ନାଜ ଙ୍କୁ ଛୋଟବେଳୁ ମଡେଲିଙ୍ଗ ର ସଉକ ଥିଲା । ତାଙ୍କ ପିତାମାତା ମଧ୍ୟ ଚାହୁଁଥିଲେ ଯେ ସେ ଏହି କ୍ଷେତ୍ରରେ ଆଗକୁ ବଢ଼ନ୍ତୁ । ହର୍ନାଜ ପେସା ରୁ ଜଣେ ମଡେଲର ଏବଂ ଆକଟ୍ରେସ ଅଟନ୍ତି । ଯଦି ହର୍ନାଜ ଙ୍କ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ମିସ୍ ୟୁନିଭର୍ସ ହେବାର ଯାତ୍ରା ୨୦୧୯ ମସିହାରୁ ହିଁ ଆରମ୍ଭ କରି ଦେଇଥିଲେ । ସେ ମିସ ଫେମିନା ପଞ୍ଜାବ କଂପିଟିସନ ରେ ଭାଗ ନେଇଥିଲେ ଏବଂ ସେହି ସୋ ର ବିଜେତା ହୋଇଥିଲେ ।


୨୦୨୧ ମସିହାରେ ନିଜର ପାଠପଢ଼ା ପୂର୍ଣ୍ଣ କରିବା ପରେ ସେ ଫିଲ୍ମ ଦୁନିଆ ରେ ପାଦ ରଖିଥିଲେ । ଏହାପରେ ସେ ୨୦୨୧ ମସିହାରେ ମିସ୍ ୟୁନିଭର୍ସ ର ମୁକୁଟ ଜିତିବା ନିମନ୍ତେ କଠିନ ପରିଶ୍ରମ କରିଥିଲେ ଏବଂ ଏହାର ଅଧିକାରୀ ମଧ୍ୟ ହୋଇଥିଲେ । ୨୦୧୯ ମସିହାରେ ସେ ମିସ ଫେମିନା ପଞ୍ଜାବ ର ଆୱାର୍ଡ ହାସଲ କରିଥିଲେ । ଏହାପରେ ୨୦୨୧ ମସିହାରେ ମିସ୍ ଦିଭା ର ତାଜ କୁ ନିଜ ନାମ ରେ କରାଇଥିଲେ । ୧୩ ଡିସେମ୍ବର ୨୦୨୧ ରେ ସେ ମିସ ୟୁନିଭର୍ସ ଆୱାର୍ଡ ର ଅଧିକାରୀ ହୋଇଥିଲେ ।


ହର୍ନାଜ ସନ୍ଧୁ ଙ୍କ ପରିବାର ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ମାତାପିତା ଙ୍କ ନାମ ଇଣ୍ଟରନେଟ ରେ ଉପଲବ୍ଧ ନାହିଁ । କିନ୍ତୁ ଆପଣ ଉକ୍ତ ଫଟୋ ମାଧ୍ୟମରେ ହର୍ନାଜ ଙ୍କ ମାତାପିତା ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ହର୍ନାଜ ଙ୍କ ପ୍ରତି ମାସିକ ଦରମା ୫ଲକ୍ଷ ଟଙ୍କା ଅଟେ । ମିସ ୟୁନିଭର୍ସ ହେବା ପରେ ତାଙ୍କୁ ୫ କୋଟି ଟଙ୍କା ର ପୁରସ୍କାର ପ୍ରାପ୍ତ ହୋଇଛି ।

ହର୍ନାଜ ଙ୍କ ନେଟୱର୍ଥ ୬ କୋଟି ଟଙ୍କା ଅଟେ । ସେ ନିଜ ପରିବାର ସହିତ ଚଣ୍ଡୀଗଡ଼ ରେ ରୁହନ୍ତି । ସେ ମଧ୍ଯବର୍ଗୀୟ ପରିବାର ର ଅଟନ୍ତି । ହର୍ନାଜ ଙ୍କ ପାଖରେ କେବଳ ଗୋଟିଏ କାର୍ ଅଛି ଟାଟା ନାନା । ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ଅଟେ । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଭାରତ ର ମିସ୍ ୟୁନିଭର୍ସ ହର୍ନାଜ ସନ୍ଧୁ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *