ବନ୍ଧୁଗଣ, ବେସ କିଛି ଦିନ ହେବ ପାରିବାରିକ ସମସ୍ୟା କୁ ନେଇ ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ବିବାଦ କେବଳ କୋର୍ଟ କଚେରୀ ରେ ସୀମିତ ନ ରହି ସୋସିଆଲ ମିଡିଆ ରେ ମଧ୍ୟ ଆକ୍ଷେପ ଏବଂ ପ୍ରତିଆରୋପ ଲାଗିରହିଥାଏ । ଯାହାକୁ ସାରା ଓଡିଶାବାସୀ ଜାଣନ୍ତି କିନ୍ତୁ ଓଡିଆ ଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ଲାଗି ଦୁହିଙ୍କ ସ୍ଵର ଏକ ହୋଇଛି । ସାଂସଦ ପିନାକୀ ମିଶ୍ର ଙ୍କ ବକ୍ତବ୍ୟ ଙ୍କୁ ଦୁହେଁ ସମର୍ଥନ କରିଛନ୍ତି ।
ଯାହାକୁ ନେଇ ଏହା ରାଜନୈତିକ ମହଲରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି । କେହି କେହି କହୁଛନ୍ତି ଜଗା ପାଇଁ ବର୍ଷାଅନୁଭବ ଏକ ହେଲେ । ଶ୍ରୀ ମନ୍ଦିର ଐତିହକଲିଡର ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠିଛି । ଶ୍ରୀ ମନ୍ଦିର ଚାରିପଟେ ବେଆଇନ ଭାବରେ ଖନନ କାର୍ଯ୍ୟ କରାଯାଉଛି ବୋଲି ସାଂସଦ ଅପରାଜିତା ଶଢଙ୍ଗୀ ସଂସଦରେ କହିଥିଲେ ।
ଏହାର ଉତ୍ତରରେ ଶ୍ରୀ ମନ୍ଦିରର ସୁରକ୍ଷା କରିଡର ଭିତରେ ୪ ଟି ଟଏଲେଟ ନିର୍ମାଣ ହେଉଥିବା ନେଇ ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଥିଲେ । ପିନକୀ ସାଂସଦ ରେ ଶ୍ରୀ ମନ୍ଦିର ଐତିହ କରିଡର ପ୍ରସଙ୍ଗରେ ଉତ୍ତର ଦେଉଥିବା ବେଳେ ସାଂସଦ ଅନୁଭବ ମହାନ୍ତି ୟେସ ୟେସ ବୋଲି କହିବା ସହିତ ଟେବୁଲ ବାଡେଇ ଜୋରଦାର ସମର୍ଥନ କରିଥିଲେ । ସେତେବେଳେ ଅନୁଭବ ଙ୍କର ଏହିଭଳି ସମର୍ଥନ କୁ ନେଇ ଚର୍ଚ୍ଚା ହୋଇଥିଲା ।
ଏହାର ମାତ୍ର କେହି ଦିନ ପରେ ବର୍ଷା ପ୍ରିୟଦର୍ଶନୀ ସାଂସଦ ଅପରାଜିତା ଶଢଙ୍ଗୀ ଙ୍କୁ ଟ୍ଵିଟ କରି ସାଂସଦ ଅପରାଜିତା ଶଢଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀ ମନ୍ଦିର ପାଖରେ ଟଏଲେଟ ନଥିଲେ ସମସ୍ୟା କ’ଣ ହୁଏ ? ମନ୍ଦିର ଭିତରେ ଭକ୍ତ ଙ୍କ ସୁବିଧା କୁ ବିରୋଧ ନ କରାଯାଉ ବୋଲି ସେ ଟ୍ଵିଟର ରେ ଉଲ୍ଲେଖ କରିଛନ୍ତି । ମାତ୍ର ଅନୁଭବ ଏବଂ ବର୍ଷା ଙ୍କୁ ଦର୍ଶକେ ବେସ ପସନ୍ଦ କରି ଆସିଛନ୍ତି । ଉଭୟ ଙ୍କ ବିବାହ ପରେ ଓଡିଶାବାସୀ ତଥା ଉଭୟଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଥିଲେ ।
କିନ୍ତୁ ହଟାତ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିବାର ଏହି ଚର୍ଚିତ ଯୋଡି ଟି ଭାଙ୍ଗିଯାଇଥିଲା । କୋର୍ଟ ପର୍ଯ୍ୟନ୍ତ ବିଛେଦ ନିମନ୍ତେ କଥା ଗଲା । ମାନ୍ୟବର କୋର୍ଟ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି । ବର୍ଷା ତାଙ୍କ ସ୍ଵାମୀ ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ଅନୁଭବ କିନ୍ତୁ ବିଛେଦ ଚାହୁଁଛନ୍ତି । ଜଗନ୍ନାଥ କରନ୍ତୁ ଦୁହେଁ ଏକାଠି ହୋଇଯାଆନ୍ତୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।