ନମସ୍କାର ଫ୍ରେଣ୍ଡ୍ସ । ନବ ଦାସଙ୍କ ମୃତ୍ୟୁ ମାମଲାରେ ନିଜର ବୟାନ କୁ ନେଇ ଏବେ ଖୁବ ଚର୍ଚ୍ଚାରେ ବିଜେଡ଼ି ନେତ୍ରୀ ମିନତୀ ବହିଦାର । ସେ ନବ ଦାସ ଙ୍କ ମୃତ୍ୟୁରେ ଖୁସି ହୋଇ ମଟନ ଭୋଜି ଦେଇଥିଲେ ଯାହା ପରେ ସେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ବର୍ତ୍ତମାନ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ସେ ଏକ ବୟାନ ଦେଇଛନ୍ତି ଯାହା ଏବେ ଖୁବ ଭାଇରାଲ ହେଉଛି ଯାହା ବିଷୟରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ।
ତେବେ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ମିନତୀ ବହିଦାର ପୁଣି ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ମିନତୀ ଗଣମାଧ୍ୟମ ଆଗରେ କହିଛନ୍ତି-‘ବିଜେଡିରେ କେହି ନାହାନ୍ତି ମୁଖ୍ୟମନ୍ତ୍ରୀ ହେବା ଭଳି ଜଣେ ଦୁଇ ଜଣ ଅଛନ୍ତି ବାକି ସବୁ କର୍ମୀ ମାନେ ଅଛନ୍ତି । 2024ରେ ବିଜେଡି ଭାଗ ହେଇଯିବ ବିଜେଡି ଜିତିବ ନାହିଁ । ମୁଁ ଆଗରୁ ବି କହିଥିଲି ଅଞ୍ଜନା ମିଶ୍ର ଆସିଲା କଂଗ୍ରେସକୁ ମାଟିରେ ମିଶାଇ ଦେଲା ଆଜି ପର୍ଯ୍ୟନ୍ତ କଣ କଂଗ୍ରେସ ଜିତି ପାରୁଛି କି ।
ସେହି ପରି ଅର୍ଚ୍ଚନା ନାଗ ଆସିଲା ବିଜେଡିକୁ ଭାଗ କରିଦେଲା । ମୁଁ ତ ଓଡିଶାବାସୀଙ୍କୁ ନିବେଦନ କରୁଛି ଅନ୍ତତ ପାଞ୍ଚ ବର୍ଷ ପାଇଁ ବିଜେପିକୁ ଦିଅନ୍ତୁ । ଏବେ ବିଜେଡିରେ ପାୱାରଫୁଲ ନେତା କେହି ନାହାନ୍ତି ପାୱାରଫୁଲ ସେକ୍ରେଟେରୀ କୁହନ୍ତୁ ପ୍ରାଇଭେଟ ସେକ୍ରେଟେରୀ ପାଣ୍ଡିଆନ ଏବେ ପାୱାରଫୁଲ ତାର ଇଛାରେ ଏବେ ଚାଲିଛି ସାରା ଜଗତ ।
ତେବେ ପାଣ୍ଡିଆନର ସ୍ତ୍ରୀ ମୁଖ୍ୟମନ୍ତ୍ରୀ ହେଇପାରେ କି ନାହିଁ ମୁଁ ଜାଣି ନାହିଁ ହେଲେ ପାଣ୍ଡିଆନ ବହୁତ ପାୱାରଫୁଲ ସେ ହେଇ ପାରେ । ତା ପଛକୁ ଗୋଟେ ବବି ଦାସ ଅଛନ୍ତି ମୂର୍ଖ ଟା ଗୋଟେ ଆଉ ଏଇଟା ସତ କଥା । ମୁଁ ସତ କହିବାକୁ ଡରୁନି ନା ଡରିବି ବବି ଦାସର ବାପା ଅଶୋକ ଦାସ ଠିକ ରାଜନୀତି କରୁଥିଲେ । ବବି ଦାସ ଗୋଟେ ମୂର୍ଖ ଟା । ଯଦି ଆପଣ ଧର୍ମେନ୍ଦ୍ର ପ୍ରଧାନ କଥା କହୁଛନ୍ତି ତେବେ ମୁଁ ବି ଆଗରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ପାଉ ନଥିଲି । କିନ୍ତୁ ଲୋକ ଟା ପ୍ରକୃତରେ ଭଲ’ ।