Mihir Das ଙ୍କ କଥା ମନେ ପକେଇ ଭୋ ଭୋ ହେଇ କାନ୍ଦିଲେ ଅଭିନେତା ଇଲୁ ବାନାର୍ଜୀ, କହିଲେ ‘ସେ କେବଳ ଅଭିନେତା ନଥିଲା, ସେ ତ…’ ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି ।

ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଇଲୁ ବାନାର୍ଜୀ ମିହିରଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଇଲୁ କହିଛନ୍ତି-‘ସେ ମୋର ବାଲ୍ୟ ବନ୍ଧୁ ଥିଲେ ସିନେମା କେଉଁଠି ବି କିଛି ନଥିଲା ଆମେ ନାଟକ କରୁଥିଲୁ ମଞ୍ଚ ନାଟକ’ ।

ଆଗକୁ ସେ କହିଛନ୍ତି-‘ମିହିର ଦାସ ମୁ ହର ପଟ୍ଟନାୟକ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ଆମେ ନାଟକ କରୁଥିଲୁ । ସାଇକେଲ ନେଇ ଆସିବୁ ପୁରୁଣା ରେଡିଓ ଷ୍ଟେସନରେ ଆମେ ଖଟି କରୁ । ଆମେ ପ୍ରଥମେ ନାଟକ କଲୁ ତା ପରେ ରେଡିଓକୁ ଗଲୁ ରେଡିଓରୁ ଦୂରଦର୍ଶନ ଟିଭିକୁ ଗଲୁ ତା ପରେ ସିନେମାକୁ ଗଲୁ । ମୁ ଅଧିକ ସିନେମା କରିପାରିଲି ନାହିଁ କାରଣ ମତେ ସରକାରୀ ଚାକିରି ମିଳିଗଲା’ ।

ଆଗକୁ ସେ କହିଛନ୍ତି-‘ହେଲେ ଆମର ଦୋସ୍ତି ଥାଏ ତିନି ଚାରି ମାସ ତଳେ ତା ସହ ମୁ ଦେଖା କରିଥିଲି । ମୋତେ ସେ ପଚାରିଲା ସାଙ୍ଗ ତୋତେ ବୟସ କେତେ ହେଲା ମୁ କହିଲି ମତେ ୬୪ ହେଲା ସେ କହିଲେ ମୁ ତୋ ଠାରୁ ବର୍ଷେ ସାନ ଅଛି । ମିହିର ଗୋଟେ ଖାଲି ଅଭିନେତା ନୁହେଁ ଅଭିନେତାର ଗୋଟେ ଅନୁଷ୍ଠାନ କହିଲେ ଭୁଲ ହେବ ନାହିଁ । କି ସୁନ୍ଦର ଭାବରେ ସେ ଚରିତ୍ର କରେ ଯେକୌଣସି ଚରିତ୍ର ଦିଅ ସେ ଅଭିନୟ ଜବରଦସ୍ତ କରେ’ ।

ଆଗକୁ ସେ କହିଛନ୍ତି-‘ଆପଣ ଯାହା କହିଲେ ଚାରିଟା ଯେଉଁ ଖୁଣ୍ଟ ଗୋଟେ କୁହନ୍ତ ଗଳି ପଡିଲା । ଅଭିନୟରେ ସେ ହେଉଛି ଭୀଷ୍ମ ତାଙ୍କୁ ଯେଉଁ ରୋଲ ଦିଅନ୍ତୁ ମାଇଚିଆ ଦିଅନ୍ତୁ, ଚାକର ଦିଅନ୍ତୁ ଭିଲିଆନ ଦିଅନ୍ତୁ ସେ ଜବରଦସ୍ତ ଅଭିନୟ କରେ । ଆମ ସାଙ୍ଗ ଟା ଥିଲା ସୁଟିଙ୍ଗ ସେଟରେ ଶୋକ ସଭା ହେଉଥିଲା ମୋ ମୁଣ୍ଡ ଟା ବୁଲେଇ ଗଲା ଯାହା ସତ୍ୟ ଯାହା ନିରନ୍ତର । ହେଲେ ମରିବାର ବୟସଟା ମିହିର ଦାସର ହୋଇ ନଥିଲା’ ।

Leave a Reply

Your email address will not be published. Required fields are marked *