ଆଜିର ବଡ ଖବର ! ଅଭିନେତା Mihir Das ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, ଦେଖନ୍ତୁ ସେ କଣ କହିଲେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏପରି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମିହିର ଦାସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମିହିର ଦାସଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ମିହିର ନିଜ ଦମଦାର ଅଭିନୟ ପାଇଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ମିହିର ଅନେକ ଫିଲ୍ମରେ ହିରୋ ଓ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଗତ କାଲି ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଥିଲା । ଗତ କାଲି ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ମିହିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ ।

ଗତ କାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ମିହିରଙ୍କୁ କିଡ୍ନି ଜନିତ ସମସ୍ୟା ରହିଛି ଓ ଏହି ସମସ୍ୟା ତାଙ୍କୁ ଡାଇବେଟିସ ପାଇଁ ହୋଇଛି ବୋଲି ଗତ କାଲି ତାଙ୍କ ପୁଅ ଅମ୍ଳାନ ଦାସ କହିଥିଲେ ।

ତେବେ ବର୍ତ୍ତମାନ ମିହିର ଦାସଙ୍କ ଚିକିତ୍ସା କରୁଥିବା ଡାକ୍ତର ଗଣମାଧ୍ୟମ ସାମ୍ନାରେ ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିହିର ଦାସଙ୍କ ଡାକ୍ତର କହିଛନ୍ତି, ମିହିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ତିର ରହିଛି । ଅବଶ୍ୟ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଯାଇଥିଲା ହେଲେ ଏବେ ସପ୍ତାହକୁ ୩ ଥର ତାଙ୍କର ଡାଇଲୋସିସ କରାଯାଉଛି ।

ତେବେ ଗତ ତିନି ବର୍ଷ ହେବ ମିହିର କିଡ୍ନି ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ହେଲେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *