Ollywood ର Veterian ଆକ୍ଟର Mihir Das ଙ୍କ ଅବସ୍ଥା ଗୁରୁତର, ଦୁଃଖିତ ହୋଇ କିଛି ଏମିତି କହିଲେ ପୁଅ Amlan Das, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ମିହିର ଦାସ ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ କରିଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମିହିର ଦାସ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ମିହିର ଦାସ ସମସ୍ତ ପ୍ରକାର ଭୂମିକାରେ ନଜର ଆସି ଛନ୍ତି । ବନ୍ଧୁଗଣ ମିହିର ଦାସଙ୍କ ଜନ୍ମ ୧୭ ଫେବୃୟାରି ୧୯୬୬ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିଲା । ପିଲା ଦିନରୁ ମିହିର ପାଠ ପଢିବା ସହ ଅଭିନୟରେ ରୁଚି ରଖିଥିଲେ । ୯୦ ଦଶକରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ହେଲେ ଗତ କିଛି ସମୟ ହେବ ମିହିର ଦାସଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି ।

ରିପୋର୍ଟସ ଅନୁସାରେ ମିହିର ଦାସ ଅସୁସ୍ଥ ଅଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ଆଜି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିବାର ସୂଚନା ମିଳିଛି ।

ପୂର୍ବରୁ ମିହିରଙ୍କର କିଡ୍ନି ଜନିତ ସମସ୍ୟା ରହିଥିଲା ଗତ ଦୁଇ ତିନ ଦିନ ହେବ ସ୍ଥିତି ବିଗିଡିବାରେ ଲାଗିଥିଲା । ତେଣୁ ତାଙ୍କୁ ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଗତ କିଛି ସମୟ ତଳେ ମିହିର ଦାସଙ୍କ ପୁଅ ତଥା ଓଡିଆ ଅଭିନେତା ଅମ୍ଳାନ ଦାସ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅମ୍ଳାନ କହିଛନ୍ତି- ‘ଯେହେତୁ ୪୮ ଘଣ୍ଟା ହୋଇସାରିଛି ତେଣୁ ମେଡ଼ିସିନ୍ସ ଆସ୍ତେ ଆସ୍ତେ କାମ ଦେଖେଇବା ଆରମ୍ଭ କରିଛି । ବାପା ଆସ୍ତେ ଆସ୍ତେ ରିକୋଭର ହେବାକୁ ମଧ୍ୟ ଲାଗିଲେଣି । ଯେହେତୁ ଦୀର୍ଘ ଦିନ ଧରି କିଡ୍ନି ଅସୁବିଧା ଥିଲା ତାର ରିଆକ୍ସନ ହେବାଟା ସ୍ଵାଭାବିକ । ହେଲେ ସେ ସୁସ୍ଥ ହେଇ ବାହାରିବେ ଆପଣଙ୍କ ଭଲ ପାଇବା ଆଉ ଆଶୀର୍ବାଦ ଦରକାର କେବଳ । ଆଗରୁ ତାଙ୍କର ଡାଇବେଟିସ ଥିଲା ତେଣୁ ତାଙ୍କର କିଡ୍ନିରେ ସମସ୍ୟା ବାହାରିଥିଲା । ଏବେ ବହୁତ ଭଲ ଭାବରେ ତାଙ୍କର ଚିକିତ୍ସା ଚାଲିଛି’ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *