ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଦୀପିକାଙ୍କ ଉପରେ ମାଡ ହୋଇଛି । ବର୍ଷା ଯେତିକି ଜୋରେ ଛେଚୁ ଥିଲା ଦୀପିକାଙ୍କ ଉପରେ ସେତିକି ଜୋରେ ମାଡ ବସୁଥିଲା । ବିଜୁଳି ଯେତିକି ଜୋରେ ଚମକୁ ଥିଲା ଦୀପିକାଙ୍କ ଉପରେ ସେତିକି ଜୋରେ ମାଡ ଠେଲା ପେଲା କରାଯାଉଥିଲା । ଘଡଘଡି ଯେତେ ଜୋରେ ମାରୁଥିଲା ସେତିକି ଜୋରେ ଦୀପିକା ତଳେ କଚାଡି ହୋଇ ପଡୁଥିଲେ ।
ନ ଦେଖିଲା ଲୋକ ଦେଖ ଆଖି ପୁରାଇ ଦେଖି ନିଅ ନ୍ୟାୟ ପାଇଁ ଭିକ ମାଗୁଥିବା କେ ଦୀପିକାଙ୍କ କାହାଣୀ । ବ୍ରହ୍ମପୁରରେ ଗଲା ଦୁଇ ମାସ ହେବ ଧାରଣାରେ ବସିଥିବା କେ ଦୀପିକାଙ୍କ କାହାଣୀ । ନିଜ ଛୁଆକୁ ତାର ବାପା ପରିଚୟ ଦେବା ପାଇଁ ନ ଖାଇ ନ ପିଇ ଧାରଣ ଦେଇଥିବା ଏକ ନାରୀର କାହାଣୀ । ଆଜି ପ୍ରବଳ ବର୍ଷାରେ ବ୍ରହ୍ମପୁର ସହର ପୁରା ବେହାଲ ହୋଇଛି ।
ସହରର ବିଭିନ୍ନ ଅଞ୍ଚଳ ଜଳ ମଗ୍ନ ହୋଇଛି ଆଉ ଠିକ ଏହି ସମୟର ସୁଯୋଗ ନେଇ ଦୀପିକାଙ୍କ ଶାଶୁ ଘର ଲୋକେ କିଭଳି ଭାବେ ଦୀପିକାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଭଲ ଭାବରେ ଦେଖି ନିଅନ୍ତୁ । ସତରେ ରକ୍ତ ମାଂସରେ ଗଢା ଏ ହୃଦୟ ଫାଟି ଯାଉଛି । କାରଣ ଯିଏ ନ୍ୟାୟ ପାଇଁ ଲଢୁଛି ତାକୁ ଏଭଳି ଶାସ୍ତି ଦିଆ ଯାଉଛି । ଆଉ ସମସ୍ତଙ୍କୁ ଚକିତ କଲା ଭଳି ଏକ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି ।
ଦିନେଶଙ୍କ ଜେଜେ ମାଆଙ୍କ ଉପରେ ହାତ ବାଯୁନି ଗୋଡ ବି ବାଯୁନି ତଥାପି କାନ୍ଦୁ ଛନ୍ତି ବାହୁନି ଛନ୍ତି । ସେ ମିଛରେ ମିଛରେ କହୁଛନ୍ତି ମାଆ ମାରିଦେଲା ଲୋ । ଆଉ ଏହାକୁ ଦେଖି ଆପଣ ମାନେ ସମସ୍ତେ ଭାବୁଥିବେ ଯେ, ସତରେ ଦୀପିକାଙ୍କ ଉପରେ ଅନ୍ୟାୟ ହେଉଛି । ଆଉ ଦୀପିକାଙ୍କୁ ନିର୍ଯାତନା ଦେଉଥିବା ଦିନେଶଙ୍କ ବାପା, ମାଆ, ଜେଜେ ମାଆ ଆଉ ସମସ୍ତେ ନଜର ଆସିଛନ୍ତି ।
ବନ୍ଧୁଗଣ ଏ ହେଉଛି ଏକ ନାରୀ ଆଉ ସେ ବି ଜଣେ ନାରୀ ଆଉ ନାରୀ ହୋଇ ଗୋଟେ ନାରୀ ଉପରେ ସେ ଅତ୍ୟାଚାର କରୁଛନ୍ତି । ଯେତେବେଳେ ପୁରା ବ୍ରହ୍ମପୁର ସହରରେ ବର୍ଷା ହେଉଛି ସେତେବେଳେ ଆପଣ ଜଣେ ନାରୀକୁ ବାସହରା କରିଦେଉଛନ୍ତି । ଆପଣ ଜାଣି ରଖିବା ଦ୍ଵାରା ଆପଣଙ୍କ ପୁଅ ତାର ସବୁ କିଛି ଲୁଟି ନେଇଛି । ଆପଣ ତାକୁ ସାହାରା ଦେବା ବଦଳରେ ତାକୁ ନିର୍ଯାତନା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।