ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଟି ରାଶି ହୋଇଥାଏ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ଓ ମୀନ ତେବେ ଆଜି ଜାଣିବା ମେଷ ରାଶି ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି କଥା ବିଷୟ ରେ ବା ସଂମ୍ପର୍ଣ୍ଣ ସ୍ୱଭାବ ବିଷୟରେ। ତେବେ ମେଷ ରାଶି ର ଲୋକ ମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ହୋଇଥାନ୍ତି , ଏମାନେ ମହାତ୍ମା , ଦାନୀ , ବଳଶାଳୀ ଆଦି ଅଟନ୍ତି , ଏମାନେ ସବୁ ବେଳେ ନିୟମ ର ବଶବର୍ତ୍ତି ହୋଇ ସବୁ କାମ କରନ୍ତି ।
ତେବେ ତେବେ ସାଧାରଣତଃ ମେଷ ରାଶି କୁ ତିନି ଭାଗ ରେ ବିଭକ୍ତ କରା ଜାଇଥାଏ ୧/୧ ଅଶ୍ୱନୀ ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦେବଗଣ ଏମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ଅଟନ୍ତି ।ଏମାନେ ଅଲ୍ପ ଆହାର ଅତ୍ୟନ୍ତ ପଣ୍ଡିତ ଧାର୍ମିକ ଏବଂ ନିୟମ ର ବଶବର୍ତି ହୋଇ ସବୁ କାମ କରିଥାନ୍ତି । ୨/୧ ଦ୍ୱଜା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ମାନବ ଗଣ ଏମାନେ ରାଜଶ୍ୱୀକ ଭକ୍ତି ରେ ପ୍ରିୟ ହୋଇଥାନ୍ତି ।
ଏମାନେ ମାନୀ ଧାର୍ମିକ ,ବିସ୍ତୃତ ନାମା , ଲକ୍ଷ୍ୟ ଭେଦା ଏବଂ ପୋଡଶୀ ଙ୍କର ପ୍ରିୟ ହୋଇଥାନ୍ତି , ସେହି ପରି ୩/୧ କୃତିକା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦାନବ ଗଣ ଏମାନେ ନାନାଦି ଦେବତା ରେ ଭକ୍ତି ରଖନ୍ତି , ଉନ୍ମଦୋ , ବାହାନ ପ୍ରିୟ , ଖରାପ ଲୋକ ଙ୍କ ସହିତ ସଂଙ୍ଗତ ଏମାନଙ୍କର ଅଭ୍ୟାସ ଅଟେ।
ତେବେ ଏମାନଙ୍କର ମନ୍ଦ ଗୁଣ ହେଲା ପରିବେଶ ସହିତ ଖାପ୍ ନ ଖୁଆଇ ଭଲ ମନ୍ଦ ବିଚାର ନ କରି ନିଜର ଇଚ୍ଛା ମୁଦାବକ କାର୍ଯ୍ୟ କରିବାରେ ଆଗ୍ରହୀ ହୋଇଥାନ୍ତି । ସେହି ପରି ଏମାନଙ୍କ ରୋଗ ହେଲା ଉଦର ରୋଗ , ଜ୍ୱର ,କଫ , ଦୃଘଟଣା , ଉଚ୍ଛ ସ୍ଥାନ ରୁ ପଡିବା । ଅସ୍ତ୍ର ଶସ୍ତ୍ର ରେ ଆଘାତ ପାଇବା ଆଦି ସାମିଲ ଥାଏ ।
ତେବେ ସେମାନଙ୍କ ଶୁଭ ଦିନ ହେଉଛି ମଙ୍ଗଳବାର, ରବିବାର, ସୋମବାର,ଓ ଗୁରୁବାର ଏହି ଦିନ ଆପଣଙ୍କ ପାଇଁ ଶୁଭ ପ୍ରଦ ହୋଇ ରହିଥାଏ। ତେବେ ଏହା ସହ ୯ ସଂଖ୍ୟା ଟି ଆପଣଙ୍କ ପାଇଁ ଖୁବ ଶୁଭ ଦାୟକ ହୋଇଥାଏ କିମ୍ବା ଲକି ହୋଇଥାଏ। ଏହାଛଡା ୧,୩,୭ ମଧ୍ୟ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଦାୟକ ହୋଇଥାଏ। ତେବେ ଆପଣଙ୍କ ପାଇଁ ରତ୍ନ ହେଉଛି ପ୍ରବଳ ଓ ଧାତୁ ହେଉଛି ତାମ୍ର, ପ୍ରକାନ୍ତରେ ଦେବତା ଧୂମାବତୀ।ଅବତାର ନୃସିଂହ ଅବତାର। ଶୁଭ ବର୍ଣ୍ଣ ହେଉଛି ଲାଲ ରଙ୍ଗ।
ଆପଣଙ୍କ ପାଇଁ ଆରାଧ୍ୟ ଦେବତା ହେଉଛନ୍ତି ବକ୍ରତୁଣ୍ଡ ଶ୍ରୀଗଣେଶ ଜୀ ଏବଂ ହନୁମାନ ଜୀ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।