ଡାକ୍ତର ଖାନାରେ ପହଞ୍ଚିଲେ ବରଯାତ୍ରୀ ଆଉ ମେଡିକାଲ ବେଡରେ ହେଲା ମଣ୍ଡପ । ଡାକ୍ତର ଖାନାରେ ପୁରହିତ ପଢିଲେ ମନ୍ତ୍ର ଆଉ ଚିକିତ୍ସିତ କନିଆଁଙ୍କୁ ବିବାହ କଲେ ବର । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି ଏକ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଖବରକୁ ନେଇ ସମସ୍ତ ସ୍ଥାନରେ ଆଲୋଚନା ଚାଲିଛି ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆପଣ ନିଶ୍ଚିତ ଭାବରେ ଅନେକ ବିବାହ ଦେଖିଥିବେ । ସାଧାରଣତଃ ବିବାହ ବଡ ବଡ ହୋଟେଲ ଏବଂ ପାଲେସରେ ହୋଇଥାଏ । କିନ୍ତୁ ଯଦି କେହି ବରଯାତ୍ରୀ ନେଇ ଡାକ୍ତର ଖାନାରେ ପହଞ୍ଚନ୍ତି ତେବେ ଆପଣ ବୋଧ ହୁଏ ଏ କଥା ବିଶ୍ଵାସ କରିବେ ନାହିଁ ।
ମଧ୍ୟ ପ୍ରଦେଶର ଖଣ୍ଡୁଆରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ବରଯାତ୍ରୀ କୌଣସି ହୋଟେଲ କି ପାଲେସ ନୁହେଁ ବରଂ ଡାକ୍ତର ଖାନାକୁ ଆସିଥିଲେ । ଦୁର୍ଘଟଣା ପରେ କନିଆଁ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ବର ତାଙ୍କୁ ଠିକ ସମୟରେ ବିବାହ କରିଥିଲେ । ଏଥିପାଇଁ ଡାକ୍ତର ଖାନା ଶଯ୍ୟାରେ ଏକ ମଣ୍ଡପ ସଜା ଯାଇଥିଲା ଏବଂ ପୁରହିତଙ୍କ ମନ୍ତ୍ର ପଢାରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।
ଏହି ବିବାହଟି ମହା ଶିବରାତ୍ରି ଦିନ ହୋଇଥିଲା ଆଉ ଏହି ନିଆରା ବିବାହକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଏହି ଦୃଶ୍ୟ ଖଣ୍ଡୁଆ ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଦେଖିବାକୁ ମିଳି ଥିଲା । ଯାହା ସାଧାରଣ ବିବାହ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା ଆଉ ଏହାର ଚିତ୍ର ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି । କନିଆଁଙ୍କ ନାମ ହେଉଛି ଶିବାନୀ ଯିଏ ଫେବୃୟାରି 16 ତାରିଖରେ ଖଣ୍ଡୁଆର ଏକ ଯୁବକଙ୍କ ସହ ବିବାହ କରିବାକୁ ଯାଉଥିଲେ ।
ବିବାହ ପୂର୍ବରୁ ସେ ତାଙ୍କ ମାମୁ ଘରକୁ ଯାଇଥିଲେ । ହେଲେ ବିବାହର ତିନି ଦିନ ପୂର୍ବରୁ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ହେଲେ ତିଥି ଆଉ ସମୟ ଅନୁଯାଇ ବର ଡାକ୍ତର ଖାନା ଆସି ତାଙ୍କ ସହ ବିବାହ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।