ନମସ୍କାର ବନ୍ଧୁଗଣ ତେବେ ମୀରା ପରିଡ଼ା ଜଣେ ଭାରତୀୟ କିନ୍ନର ରାଜନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ମୀ । ସେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା । ୨୦୧୯ ମସିହାରେ ବିଜୁ ଜନତା ଦଳର ମହିଳା ଶାଖା ବିଜୁ ମହିଳା ଜନତା ଦଳ ଦଳର ଉପସଭାପତି ଭାବେ ନିଯୁକ୍ତ ହୋଇଥିଲେ । ସେ ୨୦୧୬ରେ ୟୁନାଇଟେଡ଼ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ । ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନ ଏବଂ ଏଚଆଇଭି ଆଲାଏନ୍ସ ଦ୍ୱାରା ଭାରତର “ବେଷ୍ଟ ଟ୍ରାନ୍ସଜେଣ୍ଡର ଲିଡର” ପୁରସ୍କାର ସମେତ ସମଗ୍ର ଦେଶରେ ଏଚଆଇଭି ଏବଂ ଏଡସ୍ କବଳରୁ ଅସୁରକ୍ଷିତ ଅବହେଳିତ ଗୋଷ୍ଠୀର ଅଧିକାରର ସୁରକ୍ଷା ପାଇଁ ଅନେକ ପୁରସ୍କାର ଜିତିଛନ୍ତି ।
ସେ ଲିଙ୍ଗଗତ ଅଧିକାର ନିମନ୍ତେ ଓଡ଼ିଶାର ପ୍ରଥମ ଏଲଜିବିଟି ପରିଚାଳିତ ଅଣଲାଭ କାରୀ ସଂଗଠନ ପ୍ରତିଷ୍ଠା କରିଥିଲେ । ସେ ବର୍ତ୍ତମାନ ଅଲ-ଓଡ଼ିଶା ଥାର୍ଡ଼ ଜେଣ୍ଡର ଟ୍ରଷ୍ଟର ମଧ୍ୟ ଅଧ୍ୟକ୍ଷା ଅଲ ଓଡ଼ିଶା କିନ୍ନର ମହାସଂଘର ମୁଖ୍ୟା । ୨୦୧୭ରେ ସେ ଖଦୀ ଉତ୍ପାଦ ଉତ୍ପାଦନ ୟୁନିଟ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଓଡ଼ିଶା ଖଦି ଏବଂ ଗ୍ରାମ ଶିଳ୍ପ ବୋର୍ଡଦ୍ୱାରା ୧୦ ଲକ୍ଷ ଟଙ୍କା ପାଇଥିଲେ । ଏକ ବ୍ୟାଙ୍କ ଦ୍ୱାରା ଋଣ ପାଇଁ ଅନୁମୋଦନ ପାଇଥିବା ସେ ଭାରତର ପ୍ରଥମ କିନ୍ନର ଉଦ୍ୟୋଗୀ ।
ତେବେ ମୀରା ପରିଡ଼ା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସମୟର ନାମ ଥିଲା ମାୟାଧର ପରିଡ଼ା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଘରୁ ବାହାରି ଯାଇଥିଲେ ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ ଭିନ୍ନ ଭିନ୍ନ କାମ କରିଥିଲେ । ତେବେ ସେ ଭୁବନେଶ୍ୱର ରେ ଆସି ନୃତ୍ୟ ଶିଖୁଥିଲେ ଏହା ପରେ ସେ ମଜୁରିଆ କାମ କଲେ ସେଠାରେ ସେ ଧର୍ଷଣ ର ଶିକାର ହୋଇଥିଲେ ।
ଏହା ପରେ ସେ କଦଳୀ ଓ ପାମ୍ପଡ଼ ବିକିଥିଲେ ତେବେ ପରେ ଏଲ ଟ୍ରାଭେଲ ଏଜେନ୍ସି ରେ କାମ କରିଥିଲେ କିନ୍ତୁ ତାଙ୍କୁ ମାଇଚିଆ କହି ତଡି ଦେଉଥିଲେ । ତେବେ ତାଙ୍କ କହିବା କଥା ସେହିପରି ଯେପରି ତାଙ୍କ ଗାଁ ରେ ମଧ୍ୟ ତାଙ୍କୁ ମାଇଚିଆ ମାୟାଧର ବୋଲି ମଧ୍ୟ ଡାକୁଥିଲେ ତେବେ ମୋତେ ନଙ୍ଗଳା କରି ସମସ୍ତଙ୍କୁ ଦେଖା ମଧ୍ୟ ଯାଇଥିଲା କି ମୁଁ ପୁଅ ବୋଲି ।
ତେବେ ଶେଷରେ ସବୁଠି ହାରି ମୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲି କିନ୍ତୁ ଅସଫଳ ହୋଇଥିଲି ତେବେ ଶେଷରେ ବମ୍ବେ ଯାଇ ସେଠାରେ କିନ୍ନର ସମାଜ ସହିତ ମିଶିଲି ଏବଂ ସେଠାରେ ଏକ ସଂସ୍ଥା ଯାହାର ନାମ ଅସ୍ତିତ୍ବ ସେଠାରେ ରହି କାମ ଶିଖିଲି ଏବଂ ପରେ ନିଜେ ଏଠାକୁ ଫେରି ମୁଁ ନିଜର ସଂସ୍ଥା ଖୋଲିଲି । ତେବେ ଏହା କେବଳ କିନ୍ନର ମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଅସୁବିଧାରେ ଥିବା ବ୍ୟକ୍ତି ଙ୍କ ପାଇଁ ଏହା ହୋଇଛି ଏବଂ ଯେପର୍ଯ୍ୟନ୍ତ ପାରିବୁ ସାହାଯ୍ୟ କରିବୁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।