‘ମାଟିରେ ମୋତେ ସଂପୂର୍ଣ୍ଣ ପୋତିଦେଇଥିଲେ, ଉପରେ ମୋର କେବଳ ହାତ ଦେଖା ଯାଉଥିଲା, ସେତେବେଳେ ମତେ ଲାଗୁଥିଲା ଯେମିତି…’: Pintu Nanda ଙ୍କ ଏକ ସାକ୍ଷାତ୍କାର

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି । ତେବେ ଗତ କାଲି ରାତିରେ ତାଙ୍କର ପରଲୋକ ଘଟିଛି । ସୂଚନା ମୁତାବକ ଗତ କାଲି ରାତି ୧୧ ଟା ୨୫ ମିନିଟରେ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ପିଣ୍ଟୁଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ ଏବଂ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି । ଅନ୍ୟ ପକ୍ଷେ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।

ପିଣ୍ଟୁ ଜଣେ ଆଗ ଧାଡିର ଅଭିନେତା ଥିଲେ ସିରିଏଲ ହେଉ ବା ଫିଲ୍ମ ସେ ସବୁଥିରେ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସାରା ଓଡିଶାରେ ଲୋକପ୍ରିୟତା ହାସଲ କରିଥିଲେ । ପିଣ୍ଟୁ ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଆଉ ଅନ୍ୟ ପକ୍ଷେ ପିଣ୍ଟୁଙ୍କ ମୃତ ଶରୀରକୁ ଏବେ ହାଇଦ୍ରାବାଦରୁ ଓଡିଶା ଅଣା ଯାଉଛି ।

ତେବେ ଏତେ ସବୁ ଭିତରେ ଏବେ ସୋସିଆଲ ମିଡିଆରେ ପିଣ୍ଟୁଙ୍କର ଏକ ସାକ୍ଷାତ୍କାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତ୍କାର ଭିଡିଓଟି ବହୁତ ପୁରୁଣା ଆଉ ଏଥିରେ ପିଣ୍ଟୁ ନିଜର ପ୍ରଥମ ସିରିଏଲ ରାଣ୍ଡୀ ପୁଅ ଅନ୍ତା ବିଷୟରେ କହୁଥିବାର ନଜର ଆସୁଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପିଣ୍ଟୁ ଏହି ସାକ୍ଷାତ୍କାରରେ କହୁଛନ୍ତି-‘ମୋର ଗୋଟେ ଅଭୁଲା ସ୍ମୃତି ହେଉଛି ରାଣ୍ଡୀ ପୁଅ ଅନନ୍ତା ଫକିର ମୋହନ ସେନାପତିଙ୍କ ଏକ ବିଶେଷ ଗଳ୍ପ । ତାର ନିର୍ଦ୍ଦେଶକ ଥିଲେ ସବ୍ୟସାଚୀ ମହାପାତ୍ର । ଯେତେବେଳେ ଆମେ କରିବାକୁ ଗଲୁ ସେଇଟା ବଲାଙ୍ଗୀରରେ ଶୁଟିଙ୍ଗ ହେଇଥିଲା ଆଉ ସେତେବେଳେ ଶୀତ ଦିନ ଥିଲା । ଯେଉଁ ଦିନ ମୁଁ ମରୁଛି ବା ଅନନ୍ତା ଯେଉଁ ଦିନ ମରିବ ସେଦିନ ରାତି ୨ ଟା ଯାଏଁ ଶୁଟିଙ୍ଗ ହେଲା ।

ସେତେବେଳେ ମାଟିରେ ମୋତେ ପୋତି ଦେଇଛନ୍ତି ଶେଷରେ ମୋର ହାତ ରହିବ ଆଉ କାହାଣୀ ଶେଷ ହେବ । ମୋତେ ପଚାରିଲେ ତମେ କେତେ ସମୟ ନିଶ୍ଵାସ ରୋକି ରହିପାରିବ ମୁଁ କହିଲି କରିଦେବି ଦାଦା କିଛି ସମୟ । ଯେତେବେଳେ ମାଟିରେ ମୁଁ ପୋତି ହେଲେ ସେତେବେଳେ ମୁଁ ଚେତାଶୁନ୍ୟ ହୋଇ ଯାଇଥିଲି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *