“ଭିଡ଼ିଓ କଲ କରି ସବୁ ଦେଖେଇଲା, ସାର୍ଟ ଓ ପ୍ୟାଣ୍ଟ ଖୋଲିବାକୁ କହିଲା, ନ କରିବାରୁ ମତେ ସେ…’ ଯୁବକ ଜଣକ ଯାହା କହିଲେ ଶୁଣିଲେ ମୁଣ୍ଡ ଗୋଲ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସାଇବର ଠକାମୀ କେତେ ଅଧିକ ବଢି ଯାଇଛି । ତେବେ ଆଗରୁ ଠକ ମାନେ ଲୋକମାନଙ୍କ ନମ୍ବର ନେଇ ସେମାନଙ୍କ ବ୍ୟାଙ୍କ ଡିଟେଲସ କିମ୍ବା ଡାଟା କୁ ସେମାନେ ଚୋରି କରି ନେଇଥାନ୍ତି ତେବେ ଏବେ କିନ୍ତୁ ଏକ ନୂଆ ପ୍ରକାରର ଠାକାମୀ ହେଉଛି । କିଛି ଠକ ମାନେ ସୋସିଆଲ ମିଡ଼ିଆ ରୁ ପୁଅ ଝିଅ ମାନଙ୍କ ତଥ୍ୟ ଏବଂ ତାଙ୍କ ନମ୍ବର ଖୋଜି ସେମାନଙ୍କୁ ଫୋନ କଲ କରି ସେମାନଙ୍କୁ ଡ଼ରାଉଛନ୍ତି ଏବଂ ତାଙ୍କ ଠାରୁ ପଇସା ହଡ଼ପ କରୁଛନ୍ତି ।

ତେବେ ସେକ୍ସଟର୍ସନ କହିଲେ ପ୍ରଥମେ ସେ ନିଜର ଏକ ପ୍ରୋଫାଇଲ ବନେଇବେ ଏବଂ ଏକ ସୁନ୍ଦରୀ ଝିଅ ର ଫଟୋ ଏବଂ ଏକ କମନ ନାଁ ମଧ୍ୟ ଦେବେ ତେବେ ପରେ ଆପଣ ଙ୍କୁ ହ୍ଵାଟ୍ସଆପ ଏବଂ ଫେସବୁକ ରେ ମେସେଜ କରିବେ ହାୟ ହ୍ୟାଣ୍ଡସମ କିମ୍ବା ହାୟ ଡିୟର ଏଭଳି । ତେବେ ଯଦି ଆପଣ ରିପ୍ଲାଇ ଦେବେ ତେବେ ସେମାନେ ଆପଣଙ୍କ ସହ ଆଗକୁ କଥା ବଢ଼େଇବେ କିପରି ଅଛ କଣ କରୁଛ ଏହା ପରେ ସେମାନେ ଭିଡିଓ କଲ ରେ କଥା ହେବା ପାଇଁ କହିବେ ।

ତେବେ ଏହା ପରେ ଅଶ୍ଳ-ଇଳ ଭିଡିଓ କଲ୍ କରିବେ । ଭିଡିଓ କଲ୍ ଉଠାଇବା ମାତ୍ରେ ଏକ ପର୍ଣ୍ଣ ଭିଡିଓ ଚାଲିଥିବ । ଆଉ ସେହି କିଛି ସମୟ ମଧ୍ୟରେ ଆପଣଙ୍କ ମୁହଁ ରେକଡିଂ ହୋଇଯିବ । ଏହା ପରେ ଫୋନ୍ ପେ’ ଯୋଗେ ଟଙ୍କା ନଦେଲେ ଏହି ଭିଡିଓ କଲ୍‌କୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ସହିତ କରିବା ସହିତ ଯୁବକଙ୍କ ପରିବାର ଲୋକ ବନ୍ଧୁମାନଙ୍କ ପାଖକୁ ପଠାଇବ ବୋଲି ଧମକ ଦେବ ସାଇବର ଠକ । ତେଣୁ ଏହି ସବୁ ମେସେଜ ରୁ ବଞ୍ଚନ୍ତୁ ।

ତେବେ ନ-ୟୁଡ୍ ଭିଡିଓ କଲ କଲେ, ଆଇପିଏସ ଅଫିସର ପରିଚୟ ଦେଇ ଲୁଟ କଲେ । ସାଇବର ଥାନାରେ ଏମିତି ଏକ ଅଭିଯୋଗ ହେବା ପରେ ସାମନାକୁ ଆସିଛି ପୂରା କାହାଣୀ । ଠକେଇର ଶିକାର ହୋଇଥିବା ଖୋର୍ଦ୍ଧା ଜଟଣୀର ବିପିନ କୁମାର ମୁଦୁଲିଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ସବୁଦିନ ଭଳି ସେ ଔଷଧ ଦୋକାନରେ କାମ କରୁଥିଲେ । ଅଚାନକ ତାଙ୍କ ମୋବାଇଲକୁ ଜଣେ ଯୁବତୀ ଭିଡିଓ କଲ କରିଥିଲେ ।

ଭିଡିଓ କଲ ଉଠାଇ କିଛି ସମୟ କଥା ହୋଇଥିଲେ ବିପିନ । କଥା ହେବା ସମୟରେ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଉଲ-ଗନ ହୋଇ ଯାଇଥିଲେ । ଆଉ ସେହି ସମୟର ଭିଡିଓକୁ ରେକର୍ଡିଂ କରି ନେଇଥିଲେ । ତାପରେ ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ । ନିଜକୁ ଆଇପିଏସ ଅଫିସର କହି ଧମକ ଚମକ ଦେଇଥିଲେ । ତେବେ ଧମକ ଚମକ ପରେ ଠକର କହିବା ଅନୁସାରେ ସେ ଦେଇ ଚାଲିଥିଲେ ଟଙ୍କା ।

ତିନିଟି କିସ୍ତିରେ ପ୍ରାୟ ୭୦ ହଜାର ଟଙ୍କା ଠକି ନେଇଯାଇଥିଲା ଠକ୍ । ଆଉ ଟଙ୍କା ଦେବାକୁ ଦାବି କରୁଥିଲା । ହେଲେ, ଆଉ ଟଙ୍କା ନଦେବାରୁ ବିପିନଙ୍କ ସହ ଭିଡିଓ କଲ କରିବା ସମୟର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା ଠକ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଭୟଭୀତ ହୋଇପଡିଥିଲେ ବିପିନ ।

ଆଉ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ । ତାପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଠକାମିର ଶିକାର ହେବା ପରେ ଅଜଣା ଲୋକର ଭିଡିଓ କଲକୁ ରିସିଭ ନକରିବାକୁ ଅନୁରୋଧ କରିଛନ୍ତି ବିପିନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *