ନମସ୍କାର ବନ୍ଧୁଗଣ ତେବେ ମହିଳାଙ୍କ ମାସିକ ଚକ୍ର ଏକ ସ୍ୱାଭାବିକ ପ୍ରକ୍ରିୟା । ସାଧାରଣତଃ ଜଣେ ଝିଅ କିଶୋରାବସ୍ଥାରେ ପ୍ରବେଶ କଲେ ମାସିକ ଚକ୍ର ଆରମ୍ଭ ହୋଇଥାଏ । ଏହା ୪୦ରୁ ଅଧିକ ବୟସ ପର୍ଯ୍ୟନ୍ତ ଚାଲେ। ତେବେ ଋତୁସ୍ରାବ ଚକ୍ର, ଋତୁସ୍ରାବ ବା ପିରିୟଡ୍ସ । ପ୍ରତ୍ୟେକ ମହିଳାଙ୍କ ଶାରୀରିକ ଅଭିବୃଦ୍ଧିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭାବେ ବିଚାର କରାଯାଏ । ଋତୁସ୍ରାବ ହେଉଛି ମହିଳାଙ୍କ ପ୍ରଜନନ ଅଂଗରୁ ବ୍ଲଡ ଡିସଚାର୍ଜ ହେବା । ବୟସ ବଢିବା ଆରମ୍ଭ କଲେ ହରମୋନାଲ ପରିବର୍ତ୍ତନ ଯୋଗୁଁ ଏପରି ହୁଏ ।
ମାସିକ ଧର୍ମ ବେଳେ ଶରୀରରେ ହେଉଥିବା ପରିବର୍ତ୍ତନ ଓ ଏହାର ସଂପର୍କରେ ତ ସମସ୍ତେ ଜାଣିଥାଆନ୍ତି । କିନ୍ତୁ କାହିଁକି ମାସିକ ଋତୁସ୍ରାବ ବା ମେନଷ୍ଟ୍ରୁଏସନ ହୁଏ ଓ ଶରୀରରେ କଣ ସବୁ ପରିବର୍ତ୍ତନ ହୁଏ,ସେ ବାବଦରେ ହୁଏତ ସମସ୍ତେ ଜାଣି ନ ଥିବେ । କାରଣ ଏ ପ୍ରସଙ୍ଗରେ ମୁକ୍ତ ଭାବେ ଆଲୋଚନା କରାଯାଏ ନାହିଁ ।
ମହିଳାମାନେ ବି ସାମାଜିକ ଓ ଧାର୍ମିକ କାରଣରୁ ଓ ଲଜ୍ଜାବୋଧ କରି ଏଥିରୁ ଦୂରେଇ ରହନ୍ତି । ଆଜିକାଲି ସମୟ ଟିକେ ବଦଳିଛି । ଆଗ ଅପେକ୍ଷା ମହିଳାମାନେ ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କମ୍ କୁଣ୍ଠା କରୁଛନ୍ତି।ତେବେ ଯୌବନ ରେ ପାଦ ଦେଲେ ମହିଳାଙ୍କ ଶରୀରର ଓଭାରୀ ଦ୍ୱାର ଏଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରୋନ ନାମକ ହରମୋନ ପ୍ରସ୍ତୁତ ହୁଏ ।
ଏସବୁ ହରମୋନ ଯୋଗୁଁ ଜରାୟୁର ଆବରଣ ପ୍ରତିମାସରେ ଥରେ ମୋଟା ହେବାକୁ ଲାଗେ । ଆଉ କିଛି ହରମୋନ ଡିମ୍ବାଶୟକୁ ଅଣ୍ଡା ଉତ୍ପାଦନ ପାଇଁ ସଂକେତ ଦେଇଥାଆନ୍ତି । ଏଥିସହ ଅବାଂଛିତ ଅଣ୍ଡା ଶରୀରରୁ କାଢି ଦିଅନ୍ତି । ଯଦି ଜଣେ ଝିଅ ବା ମହିଳା ମେନଷ୍ଟ୍ରୁଏସନ ବେଳେ ଯୌନ ସଂପର୍କ ନ ରଖନ୍ତି, ତାହା ହେଲେ ଗର୍ଭଧାରଣ ପାଇଁ ପ୍ରସ୍ତୁତ ଥିବା ଗର୍ଭାଶୟର ଆବରଣ ଭାଙ୍ଗିଯାଏ ଓ ରକ୍ତରେ ବାହାରିଯାଏ ।
ଏହି ରକ୍ତରେ କିଛି ଟିସୁ ରହିଥାଏ, ଯାହା କି ଏହି ପ୍ରକ୍ରିୟାଲେ ଧ୍ୱଂସ ପାଇଯାଏ । ଏହି ଚକ୍ର ପ୍ରତିମାସରେ ହୋଇଥାଏ । ତେଣୁ ଏହା ମାସିକ ଚକ୍ର ଭାବେ ବି ଜଣାଶୁଣା ।ତେବେ ମାସିକ ଧର୍ମ ଚକ୍ର ବେଳେ ପ୍ରସ୍ତୁତ ହେଉଥିବା ହରମୋନ ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିମାସରେ ଏସବୁ ହରମୋନ ମହିଳାଙ୍କ ଶରୀରକୁ ଗର୍ଭଧାରଣ ପାଇଁ ପ୍ରସ୍ତୁତ ରଖିଥାଆନ୍ତି । ଦୁଇ ମାସିକ ଚକ୍ର ମଧ୍ୟରେ ସମୟ ବ୍ୟବଧନା ସାଧାରଣତଃ ୨୮ରୁ ୩୫ ଦିନ ରହିଥାଏ । ଝିଅମାନଙ୍କ ବୟସ ୧୨ ବା ୧୩ ବର୍ଷ ହେଲେ ମେନଷ୍ଟ୍ରୁଏସନ ଆରମ୍ଭ ହୋଇଯାଏ ।
କିନ୍ତୁ ବିଭିନ୍ନ କାରଣରୁ ଆଉ କିଛି ଝିଅଙ୍କ ପିରିୟଡ୍ସ ବିଳମ୍ବିତ ହୋଇଥାଏ । କିଛି ମହିଳାଙ୍କ ମାସିକ ଧର୍ମ ୩ରୁ ୫ ଦିନ ଧରି ରହେ । ଆଉ କେତେକଙ୍କ କ୍ଷେତ୍ରରେ ଏହା ୨ରୁ ୭ ଦିନ ଧରି ରହେ । ୪୦ ବର୍ଷ ପରେ ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ,ଯାହାକୁ ମେନୋପଜ୍ କୁହାଯାଏ । ମେନୋପଜ୍ ସହ ମହିଳାଙ୍କ ପ୍ରଜନନ ସାଇକେଲରେ ବିରାମ ଲାଗେ । ସେହି ସ୍ଥିତିରେ ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ ।
ତେବେ ବେଳେ ବେଳେ ଏହି ଋତୁସ୍ରାବ ଅନିୟମିତତା ମଧ୍ୟ ହୁଏ ତେବେ ଏହାର ମୁଖ୍ୟ କାରଣ ହେଉଛି ବହୁତ ଅଧିକ ଚିନ୍ତା କରିବା, ସଠିକ ଭାବରେ ନ ଶୋଇବା, ସଠିକ ଖାଦ୍ଯ ନଖାଇବା ଓ ଏହା ଛଡା ବହୁତ ପ୍ରକାର କଥା ମଧ୍ୟ ମାସିକ ଧର୍ମରେ ହାର୍ମୋନ ଚେଞ୍ଜ ପାଇଁ ଦେଖିବାକୁ ମିଳିଥାଏ।ତେବେ ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କୁ ଦେଖାନ୍ତୁ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।