ମଶା ଘର ର ବାଟ ଭୁଲିଯିବେ, କରନ୍ତୁ ଏହି ଘରୋଇ ଉପାୟ ( Natural ways to get rid of Mosquito)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ଏମିତି କୌଣସି ଋତୁ ନାହିଁ ,ଯେଉଁ ଋତୁରେ ଆପଣଙ୍କୁ ମଶା ମିଳିବେ ନାହିଁ , ମଶା ସବୁସମୟରେ ଲୋକମାନଙ୍କୁ ବହୁତ ହଇରାଣ କରିଥାନ୍ତି । ଲୋକମାନେ ଏହି ମଶାଠୁ ସୁରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ମେକିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ମଶା ଘଉଡାଇବାର ଏକ ସହଜ ଘରୋଇ ଉପାୟ ବିଷୟରେ ଜଣେଇବୁ । ଯାହା ସାହାର୍ଯ୍ୟ ରେ ଆପଣ ମାନେ ଏହି ମଶା କୁ ଅତି ସହଜରେ ଘରୁ ବାହାର କରିପାରିବେ।


ତେବେ ଏଥି ପାଇଁ ଆପଣ ଙ୍କୁ ଆବଶ୍ୟକ ହେବ ଏହି ତିନୋଟି ଜିନିଷ ସେ ହେଉଛି ଝୁଣା,ସୋରିଷ ତେଲ ଏବଂ ପିଆଜ।ତେବେ ଝୁଣା ସୁଗନ୍ଧିତ ହୋଇଥାଏ ଏବଂ ଏହା ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ। ବୋହୁ ପୁରାତନ କାଳରୁ ମଶା ଘଉଡାଇବା ପାଇଁ ଝୁଣାର ପ୍ରୟୋଗ ହୋଇ ଆସୁଛି କିନ୍ତୁ ଆପଣଙ୍କୁ ସିଧାସଳଖ ପ୍ରୟୋଗ କରିବାକୁ ହେବ ନାହିଁ ଆପଣଙ୍କ ପ୍ରଥମେ ଝୁଣା ତେଲ ବନାଇବାକୁ ପଡିବ।

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ବସାନ୍ତୁ , ଏବଂ ସେଥିରେ ଅଧା କପ ସୋରିଷ ତେଲ ଦିଅନ୍ତୁ । ତା ପରେ ଆପଣ ସେହି ତେଲକୁ ହାଲକା ଗରମ କରି ନିଅନ୍ତୁ ଅଳ୍ପ ଗରମ କରିବା ପରେ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ । ତା ପରେ ଏହାକୁ ହାଲାକା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ସୋରିଷ ତେଲ ଅଳ୍ପ ଥଣ୍ଡା ହୋଇଯିବା ପରେ ଆପଣ ଏଥିରେ ଝୁଣା ମିଶାନ୍ତୁ ।

ଅଳ୍ପ ଝୁଣା ମିଶାନ୍ତୁ , ଏମିତି ୪ ରୁ ୫ ଖଣ୍ଡ ଝୁଣା ମିଶାଇ ଏହି ତେଲକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଆପଣ ମାନେ ଦେଖିପାରୁଥିବେ ଗରମ ସୋରିଷ ତେଲରେ କିପରି ଝୁଣା ଭଲ ଭାବରେ ମିକ୍ସ ହୋଇଯାଇଛି । ବର୍ତ୍ତମାନ ଏହି ଝୁଣା ତେଲ ପ୍ରସ୍ତୁତ। ଏବେ ଅନ୍ୟ ଏକ ପାତ୍ରକୁ ସେହି ତେଲ ଢାଳି ନିଅନ୍ତୁ। ତେବେ ଏହାପରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ପିଆଜ।

ପିଆଜର ଗନ୍ଧ ଅଧିକାଂଶ ଲୋକଙ୍କୁ ଭଲ ଲାଗି ନଥାଏ । ମଶାଙ୍କୁ ମଧ୍ୟ ଏହାର ଗନ୍ଧ ପସନ୍ଦ ହୋଇ ନଥାଏ । ସେଥିପାଇଁ ଆଜି ଏହି ହୋମ ରେମିଡିରେ ପିଆଜର ପ୍ରୟୋଗ ନିଶ୍ଚୟ କରନ୍ତୁ । ଏଥିପାଇଁ ଆପଣ ମାନେ ଏକ ପିଆଜ ନିଅନ୍ତୁ ତାହାକୁ ଏହିପରି ଦୁଇ ସାଇଡ୍ ରୁ କାଟି ନିଅନ୍ତୁ । ଏକ ଛୁଞ୍ଚି ସୂତା ସାହାର୍ଯ୍ୟରେ ଭଲରେ ଗୁନ୍ଥି ଦିଅନ୍ତୁ। ଏହା ପରେ ପାତ୍ରରେ ରଖାଯାଇଥିବା ଝୁଣା ତେଲ ରେ ଏହି ପିଆଜକୁ ଭଲ ଭାବରେ ବୁଡାଇ ଦିଅନ୍ତୁ , ତୁଳା ସାହାର୍ଯ୍ୟରେ ମଧ୍ୟ ପିଆଜ ର ଉପର ଅଂଶରେ ଏହି ତେଲକୁ ଲଗାଇ ପାରିବେ ।


ଏବେ ଆପଣ ଏହାକୁ ଆପଣଙ୍କ ରୁମ ରେ ବା ଆପଣଙ୍କ ଘରେ ବା ଯେକୌଣସି ଜାଗାରେ ମଶା ଅଧିକ ହେଉଛନ୍ତି ସେହି ଜାଗାରେ ଏହାକୁ ଝୁଲାଇ ଦିଅନ୍ତୁ । ଏହାର ଗନ୍ଧ ଏତେ କର୍କଶ ଯେ ଗୋଟିଏ ବି ମଶା ଆପଣଙ୍କ ଘରେ ଦେଖାଯିବେ ନାହିଁ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *