ମାସେ ପରେ ହୋଇଥାନ୍ତୋ ମା’, ରାତିରେ ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ… ସକାଳୁ ଉଠି ଦେଖିଲା ବେଳକୁ….

ମାସେ ପରେ ହୋଇଥାନ୍ତେ ମା’ ! ରାତିରେ ଶୋଇଥିଲେ ସକାଳୁ ଉଠି… ସୂଚନା ମୁତାବକ ଗତ କାଲି ରାତିରେ ସ୍ଵାମୀ ଓ ସ୍ତ୍ରୀ ମିଶି ଶୋଇଥିଲେ । ହେଲେ ସକାଳୁ ଉଠିଲା ବେଳକୁ ସ୍ଵାମୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କ ପାଖରେ ଶୋଇଥିବା ସ୍ତ୍ରୀ ଜଣଙ୍କ ଆଉ ନାହାନ୍ତି । ଆଉ ମାସେ ପରେ ମହିଳା ଜଣଙ୍କ ମା’ ହୋଇଥାନ୍ତେ । ହେଲେ ସକାଳୁ ଉଠିଲା ବେଳକୁ 8 ମାସର ଗର୍ଭବତୀ ମହିଳା ଜଣଙ୍କ ମରିଯାଇଛନ୍ତି । ବହୁ ପୂଜାଅର୍ଚନା କରି ଦୀର୍ଘ 8 ବର୍ଷ ପରେ ସସ୍ମିତା ଗର୍ଭବତୀ ହୋଇଥିଲେ ।

ଯାହା ଫଳରେ ତାଙ୍କ ମୁହଁରେ ଟିକେ ହସ ଫୁଟି ଥିଲା । ହେଲେ ସକାଳୁ ଦେଖିଲ ବେଳକୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ପେଟରେ ଥିବା ନିଷ୍ପାପ ପିଲାଟି ଦୁନିଆକୁ ଦେଖିବା ପୂର୍ବରୁ ହିଁ ସବୁଦିନ ପାଇଁ ମା’ ପେଟରେ ଆଖି ବୁଜି ଦେଇଥିଲା । ମା’ ଓ ପେଟରେ ଥିବା ଛୁଆ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ତେବେ ରାତିରେ ସ୍ଵାମୀ ଓ ସ୍ତ୍ରୀ ଶୋଇଥିବା ସମୟରେ ଏଭଳି କଣ ଘଟି ଯାଇଥିଲା । ଯେ ସକାଳୁକୁ ସ୍ତ୍ରୀ ଆଉ ନଥିଲେ । ହେଲେ ସ୍ତ୍ରୀ ପାଖରେ ଥିବା ସ୍ଵାମୀ ଏ ସବୁ କିଛି ବି ଜାଣିପାରିନଥିଲା ।

ତେବେ ଏ ଘଟଣା ପରେ ଶ୍ଵଶୁର ଘର ଲୋକ ପୁଅ ଘର ଲୋକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଦୀର୍ଘ 8 ବର୍ଷ ତଳେ ମଶିଷାମୁଣ୍ଡା ଗ୍ରାମର ଦୀପକ ବେହେରାଙ୍କ ସହ ସସ୍ମିତାଙ୍କର ବାହାଘର ହୋଇଥିଲା । ବିବାହର କିଛି ଦିନ ପରେ କୌଣସି ପିଲାପିଲି ନହେବାରୁ ସସ୍ମିତାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ମାଡପିଟ ମଧ୍ୟ କରୁଥିଲେ । ସ୍ଵାମୀ ମଧ୍ୟ ମଦ ପିଇ ଅନେକ ସମୟରେ ସ୍ତ୍ରୀ କୁ ମାଡପିଟ କରୁଥିଲେ । ତାପରେ କିଛି ବର୍ଷ ପରେ ସସ୍ମିତା ଗର୍ଭବତୀ ଥିଲେ ।

ଝିଅ ଗର୍ଭବତୀ ଥିବାରୁ ବାପାଘର ଲୋକେ ମଧ୍ୟ ବେଶ ଖୁସି ଥିଲେ । ତେବେ ଗର୍ଭବତୀ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଘଟଣା ସ୍ତଳରେ ପୋଲିସ ପହଞ୍ଚି ନିଜର ତଦନ୍ତ ଚଳାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *