ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଥରେ ଓଡିଶାରେ ଘଟିଲା ଟ୍ରେନ ଦୁର୍ଘଟଣା ! ପବନ ଧସାରେ ଗଡିଗଲା ଟ୍ରେନ ଓ ଚାଲିଗଲା ଅକାଳରେ ୬ ଜଣଙ୍କର ଜୀବନ ! ତେବେ ଖବର ଅନୁଯାଇ ଯାଜପୁର ରେଲୱେ ଷ୍ଟେସନରେ ଏପରି କିଛି ଦୃଶ୍ୟ ଶୁଣିବାକୁ ମିଳୁଛି । ମାସ ମାସ ଧରି ମାଲଗାଡିଟି ଠିଆ ହୋଇ ରହିଥିଲା । ଟ୍ରେନର ବଗୀ ଗୁଡିକ ମଧ୍ୟ ପୁରୁଣା ହୋଇ କିଛି କିଛି ଭାଙ୍ଗିବା ଭଳି ମଧ୍ୟ ହୋଇଯାଇଥିଲା । ଟ୍ରାକର ସେଫଟି ଲାଇନରେ ଖରାପ ମାଲ ଗାଡିଟି ଠିଆ ହୋଇ ରହିଥିଲା ।
ହେଲେ କିଛି ଶ୍ରମିକ ଖରା ବେଳ ସମୟରେ କାମ କରି ସାରିବା ପରେ ସେହି ରେଳ ଧାରଣାରେ ସେହି ଟ୍ରେନ ତଳେ କିଛି ବିଶ୍ରାମ କରିବା ପାଇଁ ଆଶ୍ରୟ ନେଇଥିଲେ । ହେଲେ ଏଭଳି କିଛି ଅଭାବନୀୟ ପରିସ୍ଥିତି ଘଟିଜୀବ ବୋଲି କେହି କେବେ ଭାବି ମଧ୍ୟ ନଥିବେ । ତେବେ ମୃ-ତ୍ୟୁ କେତେବେଳେ ଯେ ଆସିଯିବ ତାହା କେହି କେବେବି ଆଗରୁ ଜାଣିପାରିନଥାନ୍ତି । ଅନୁମାନ ଅନୁଯାଇ ହଟାତ ପବନ ମାଡର କାରଣ ହେବାରୁ ଟ୍ରେନଟି ଆଗକୁ ଗଡିବାରେ ଲାଗିଥିଲା ।
ତେବେ ଖାଲି ଟ୍ରେନଟି ଆଗକୁ ଗଡିନଥିଲା । ମଧ୍ୟ ଅକାଳରେ ୬ ଜଣ ଜୀବନ ମଧ୍ୟ ଟ୍ରେନ ଚକା ତଳେ ଚାପି ହୋଇଗଲା । ତେବେ ଏହି ଘଟଣାରେ ୬ ଜଣଙ୍କର ମୃ-ତ୍ୟୁ ହେବ ସହ ୪ ଜଣ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଏଭଳି ଏକ ଦୁଃଖଦାୟକ ଖବର ବର୍ତ୍ତମାନ ସମୟରେ ସାରା ଓଡିଶାବ୍ୟାପୀ ପ୍ରଭାବ ପକାଇଛି । ଏହି ଟ୍ରେନ ଏହିପରି ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ଲୋକଙ୍କ ମନରେ ଟ୍ରେନରେ ଜୀବା ପାଇଁ ଭୟ ମଧ୍ୟ ଲାଗିଲାଣି ।
ବାଲେଶ୍ଵର ବାହାନଗା ପରେ ଯାଜପୁର ରୋଡ ଷ୍ଟେସନରେ ଏପରି ଏକ ବଡ ରେଳ ଦୁର୍ଘଟଣା ଘଟି ଯାଇଛି । ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବର୍ତ୍ତମାନ ସମୟରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରଖାଯାଇଛି । ସଜ ସଜ ଅତି ନିକଟରେ ବାହାନଗା ଟ୍ରେନ ଟ୍ରାଜେଡିକୁ ଲୋକେ ମନରୁ ନଭୁଲୁଣୁ ପୁଣି ଥରେ ଓଡିଶାର ଯାଜପୁରରେ ଘଟିଥିବା ରେଳ ଦୁର୍ଘଟଣା ଲୋକଙ୍କ ମନରେ ଟ୍ରେନକୁ ନେଇ ଭୟ ବାନ୍ଧି ଦେଉଛି । କୌଣସି ସ୍ଥାନକୁ ଯିବା ପାଇଁ ହେଲେ ଟ୍ରେନରେ ବସିବା ପାଇଁ ସଙ୍କୋଚ କରୁଛନ୍ତି । ତେବେ ଏହିଭଳି ଗୁରିତ୍ଵପୂର୍ଣ୍ଣ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ