ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଯାତ୍ରା ଜଗତରେ ରାଣୀ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଅଧିକାଂଶ ସମୟରେ ରାଣୀ ବିବାଦ ପାଇଁ ଚର୍ଚ୍ଚାରେ ରୁହନ୍ତି । ଓଡିଶାରେ ଘଟୁ ଥିବା ଅନେକ ଘଟଣାକୁ ନେଇ ରାଣୀ ନିଜର ମତ ରଖନ୍ତି ଯେଉଁଥି ପାଇଁ ସେ ବିବାଦ ଘେରରେ ରହିଯାନ୍ତି ।
ହେଲେ ରିଅଲ ଲାଇଫରେ ରାଣୀ ପଣ୍ଡା ଜଣେ ସମାଜସେବୀ ଅଟନ୍ତି । ତେବେ ଗତ କିଛି ସମୟ ହେବ ରାଣୀ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ରାଣୀଙ୍କର ଜଣେ ବହୁତ ବଡ ଫ୍ୟାନ ଅଛନ୍ତି ତାଙ୍କ ନାମ ହେଉଛି ସ୍ମାରକ ଦାସ ସେ ହେଉଛନ୍ତି ପ୍ରିୟଙ୍କା ପାଣିଗ୍ରାହୀଙ୍କ ସ୍ଵାମୀ । ସେ ରାଣୀଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସ୍ମାରକ ଦାସ ଗଣମାଧ୍ୟମ ଆଗରେ କହିଛନ୍ତି-‘ଖଣ୍ଡଗିରୀରେ ଯାତ୍ରା ପଡିଥିଲା ମୁଁ ବାହାରେ ଥିଲି । ଶେଷ ସୋଟି ଯିବା ପାଇଁ ଚାହୁଁ ଥିଲି ହେଲେ ଯାଇପାରିଲି ନାହିଁ । ମୋତେ ରାଣୀଙ୍କର ହାର୍ଟ ବହୁତ ଭଲ ଲାଗେ ସେ ଯାହା କୁହେ ହାର୍ଟରୁ କୁହେ । ତାଙ୍କ ଭିତରେ ସେ ସତ୍ୟତା ଅଛି ଯାହା ଅନ୍ୟ ଲୋକଙ୍କ ପାଖରେ ନାହିଁ ।
ସେ ଯାହା କୁହେ ତାର କଥା ସାମ୍ନା ବାଲା ଲୋକ ସହିପାରିବା ଦରକାର । ସୋସିଆଲ ମିଡିଆରେ ସେ ଯେଉଁ ଗାଳି କରେ ତାକୁ ପଚାରିବେ ମୁଁ କଣ କହିଥିଲି । କିଛି ଦିନ ପୂର୍ବରୁ ସେ କିଛି କାନ୍ଦିକି କହୁଥିଲା ମୁଁ କହିଲି କାହିଁକି ଏମିତି ହେଉଛୁ ସେ କହିଲା ଇମୋଶନ ଭାରି ହେଲା । ସେ କହିଲା ମୁଁ ଆଉ କହିବିନି ଆଉ ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ସେମିତି କିଛି ତାର ଭିଡିଓ ଦେଖିବାକୁ ପାଇନି ।
ସେସବୁ କିଛି କରିଛି ହେଲେ ତାର ଯାତ୍ରା ଅଭିନୟ ମୋତେ ସବୁଠାରୁ ଅଧିକ ଭଲ ଲାଗେ । ରାଣୀ ପଣ୍ଡା ୩ ବର୍ଷ ରେକର୍ଡ ଦେଖ, ମାର୍କେଟରେ ଖେଳ କରୁଛି ସେ ଖେଳ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।