ଆଉ ରହିବ ନାହିଁ Petrol ଭରିବାର ଟେନ୍ସନ ! କାରଣ ମାର୍କେଟ ଆସିଗଲା ସବୁଠୁ ଶସ୍ତା E-Car, ମାତ୍ର 10 ହଜାର ଟଙ୍କାରେ କରି ପାରିବେ ବୁକିଙ୍ଗ ! ଦେଖନ୍ତୁ ଏଥିରେ ଅଛି କେଉଁ କେଉଁ Feature !

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ପରେ ଦିନକୁ ଦିନ ପେଟ୍ରୋଲ ଦର ବଢିବାରେ ଲାଗିଛି । ତେବେ ଏହି ପେଟ୍ରୋଲ ଦର ଲୋକ ମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ବିନା ଗାଡିରେ କାମ ହୋଇପାରିବ ନାହିଁ ତେଣୁ ଲୋକମାନେ ଅଧିକ ଟଙ୍କା ଦେଇ ପେଟ୍ରୋଲ ପକାଇବା ପାଇଁ ବାଧ୍ୟ ହୋଇଯାଉଛନ୍ତି । ହେଲେ ଅନେକ ଲୋକ ଏହି ସମୟରେ ଇ-ଯାନ କିଣିବା ପାଇଁ ମନସ୍ଥ କରିଛନ୍ତି ।

ଆଉ ଗ୍ରାହକ ମାନଙ୍କ ଚାହିଦା ଅନୁଦମଦାର ଲୁକ୍ ଓ ଦମଦାର ଡିଜାଇନରେ ଇ-ବାଇକ ଏବଂ ଇ-କାର ଲଞ୍ଚ କରୁଛନ୍ତି କମ୍ପାନୀ । ଏହାରି ମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଦୁନିଆର ସବୁଠାରୁ ଶସ୍ତା ଇ-କାର ତିଆରି କରି ଚର୍ଚ୍ଚାକୁ ଆସିଛି । ଏହି ଦମଦାର ଇଲେକ୍ଟ୍ରିକ କାର ବନେଇଥିବା କମ୍ପାନୀର ନାମ ହେଉଛି ଷ୍ଟ୍ରମ ମୋଟର୍ସ । ଏହାର ମୁଖ୍ୟାଳୟ ମୁମ୍ବାଇରେ ରହିଛି ।

ଆପଣ କେବଳ ୧୦ ହଜାର ଟଙ୍କାରେ କାରର ପ୍ରି ବୁକିଙ୍ଗ କରିପାରିବେ । ଏହା ତିନୋଟି ଭାରିଏଣ୍ଟରେ ଉପଲବ୍ଧ ହେଉଛି । ହେଲେ ଏହି କାର ସାରା ଦେଶରେ ବିକ୍ରି ପାଇଁ ଉପଲବ୍ଧ ହେଉ ନାହିଁ । ଆପଣ ଏହାକୁ ମୁମ୍ବାଇ ଓ ଦିଲ୍ଲୀ ଏନସିଆରରୁ ହିଁ କିଣି ପାରିବେ । କମ୍ପାନୀ ୱେବସାଇଡ ଅନୁସାରେ ମୁମ୍ବାଇ, ଥାନେ, ନବି ମୁମ୍ବାଇ, ଦିଲ୍ଲୀ ଓ ଗୁର ଗାଁଓରେ ଏହି କାର ବିକ୍ରି ପାଇଁ ଉପଲବ୍ଧ ହେବ ।

ତେବେ ବନ୍ଧୁଗଣ ଏହି କାରର ଲୁକ୍ ଗ୍ରାହକ ମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରୁଛି । ଏହି କାରରେ ତିନୋଟି ଚକ ରହିଛି କିନ୍ତୁ ଏହା ତିନି ଚକିଆ ଅଟୋ ଭଳି ନୁହେଁ । ଏହାର ଆଗରେ ଦୁଇଟି ଓ ପଛରେ ଗୋଟିଏ ଚକା ରହିଛି । ପ୍ରଥମେ ନଜରରେ ଆପଣ ଏହି କାରଟିକୁ ଦେଖି ଚକିତ ହୋଇଯିବେ । ଏଥିରେ ଦୁଇଟି ସିଟ ଓ ଦୁଇଟି ଡୋର ରହିଛି । ଏହା ସହ ସନରୁଫ ମଧ୍ୟ ରହିଛି ।

ଯଦି ଆପଣ ଦୈନିକ ୫୦ କିଲୋମିଟର ଯାତ୍ରା କରନ୍ତି ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ବେସ ଅପସନ ହୋଇପାରେ । ଇଲେକ୍ଟ୍ରିକ ବାଇକର ଚାହିଦା ଭାରତୀୟ ବଜାରରେ ବଢିବାରେ ଲାଗିଛି । ପେଟ୍ରୋଲ ଡିଜେଲରୁ ମୁକ୍ତି ପାଇବା ପାଇଁ ଲୋକମାନେ ଇଲେକ୍ଟ୍ରିକ କାର ଓ ବାଇକ କିଣିବା ପାଇଁ ଇଛା କରୁଛନ୍ତି । ଭାରତୀୟ ବଜାରରେ ଏବେ ଇଲେକ୍ଟ୍ରିକ କାର ପ୍ରବେଶ କରିସାରିଛି ହେଲେ ସେହି କାରର ବଜାର ମୂଲ୍ୟ ଏତେ ଅଧିକ ଯେ ଯାହାକୁ କିଣିବା ପାଇଁ ଲୋକମାନେ ଡରୁ ଛନ୍ତି ।

Leave a Reply

Your email address will not be published. Required fields are marked *