ଅଳ୍ପ ବୟସରେ ଦୁନିଆ ଛାଡିବା ଆଗରୁ ଆଉ କାହାର ବଞ୍ଚିବାର ରାହା ହୋଇଗଲେ…Damayanti

ମରିକି ବି ବଞ୍ଚିଗଲେ ଦମୟନ୍ତୀ ! ହଁ ଆଜ୍ଞା ସେହି କୁନି ଝିଅ ଦମୟନ୍ତୀ ଆଉ ଏହି ଦୁନିଆରେ ନାହାନ୍ତି । ସେ ଏମିତି ଏକ କାମ କରି ଚାଲିଯାଇଛନ୍ତି । ଯେ ମୃତ୍ୟୁ ପରେ ବି ସବୁ ଲୋକଙ୍କ ଆଗରେ ସେମିତି ବଞ୍ଚିକି ରହିଥିବ । କାରଣ ଦମୟନ୍ତୀ ସିନା ଆଉ ଏହି ଦୁନିଆରେ ନାହାନ୍ତି । ହେଲେ ସମସ୍ତଙ୍କ ମନରେ ନିଜକୁ ଜୀବିତ କରି ଚାଲିଯାଇଛନ୍ତି । ଅଙ୍ଗ ଦାନ ମହତ କାମ ବୋଲି ତ ଆମେ ସମସ୍ତେ ଜାଣିଛେ । ହେଲେ ଦମୟନ୍ତୀ ଏହି କଥାକୁ ସତ କରିଦେଇଛନ୍ତି ।

ଦମୟନ୍ତୀର ବାପା, ମାଆ ନିଜ ଝିଅର ଅଙ୍ଗକୁ ଦାନ କରିଦେଇଛନ୍ତି । ଅନ୍ୟ ଜଣଙ୍କ ଦେହରେ ନିଜ ଝିଅକୁ ଦେଖିପାରିବେ ଦମୟନ୍ତୀଙ୍କ ବାପା ଓ ମାଆ । ଖବର ମୁତାବକ ନବମ ଶ୍ରେଣୀରେ ପାଠ ପଢୁଥିବା ଦମୟନ୍ତୀଙ୍କ ଦେହ ଅଚାନକ ଭାବେ ଅସୁସ୍ଥ ହୋଇପଡିଥିଲା । ପରୀକ୍ଷା ପରେ ଜଣା ପଡିଥିଲା ଯେ ଦମୟନ୍ତୀ କିଡନୀ ରୋଗରେ ପୀଡିତ ଅଛନ୍ତି । ଜୀବନକୁ ଭଲ ଭାବରେ ବୁଝିବା ପୂର୍ବରୁ ଦମୟନ୍ତୀଙ୍କ ଉପରେ ଦୁଃଖର କଳା ବଦଳ ଛାଇ ଯାଇଥିଲା ।

ଯେତେବେଳେ ଡାକ୍ତରୀ ଟେଷ୍ଟରୁ ଝିଅର ଏହି ରୋଗ ସମ୍ପର୍କରେ ପରିବାର ଲୋକେ ଜାଣିବାକୁ ପାଇଥିଲେ । ତାପରେ ପରିବାର ଲୋକଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ସେ ନିଜ ଝିଅର ଏଭଳି ସ୍ଵାସ୍ଥ ଖରାପ ଜାଣି ଦୁଃଖରେ ନିଜକୁ ସମ୍ଭାଳି ରହିପାରିନଥିଲେ । କ୍ୟାପିଟାଲ ହସ୍ପିଟାଲରେ ଦମୟନ୍ତୀଙ୍କର ଡାୟାଲିଶିଷ ଚାଲୁଥିଲା .ସ୍ଵାସ୍ଥବସ୍ତା ଧୀରେ ଧୀରେ ଦମୟନ୍ତୀଙ୍କର ଅଧିକ ଖରାପ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ତାପରେ ଦମୟନ୍ତୀଙ୍କର ବ୍ରେନ ଡେଡ୍ହୋଇଯାଇଥିଲା ବୋଲି ଡାକ୍ତର କହିଥିଲେ । ତାପରେ ଏ କଥା ଜାଣିଲା ପରେ ଦମୟନ୍ତୀଙ୍କ ବାପା ମାଆ ନିଜ ଝିଅର ଲିଭରକୁ ବାହାର କରି ଦାନ କରିଥିଲେ । ବାପା, ମାଆ ମନରେ ନିଜ ଝିଅର ସ୍ଵାସ୍ଥବସ୍ତା ଗୁରୁତର ନେଇ ଯେତିକି କଷ୍ଟ ଓ ଆଖିରେ ଯେତିକି ଲୁହ ଥିଲା । ତାହାକୁ ମନରେ ଛାପି ରଖି ଝିଅର ଲିଭର ଦାନ କରିବାକୁ ଡାକ୍ତରଙ୍କୁ ଅନୁମତି ଦେଇଥିଲେ । କାରଣ ସେ ଜାଣି ସାରିଥିଲେ କି ଯେ ତାଙ୍କ ଝିଅ ଆଉ ପୂର୍ବ ଅବସ୍ଥାକୁ ଫେରିବ ନାହିଁ । ତେଣୁ ଏହି ଅଙ୍ଗ ଦାନ କରି ସେ ଅନ୍ୟର ଜୀବନ ବଞ୍ଚାଇବାର ନିଷ୍ପତ୍ତି ନେଇଥିଲେ । ତେବେ ଦମୟନ୍ତୀ ମରି ମଧ୍ୟ ସମସ୍ତଙ୍କ ମନରେ ସବୁଦିନ ଅମର ହୋଇ ରହିଗଲେ । ଖବରର ଅପଡେଟ ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *