ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ବର୍ତ୍ତମାନ ଦିନରେ ସମସ୍ତଙ୍କ ଘରେ ଧନ ର ଅଭାବ ଦେଖାଯାଉଅଛି । ମାତ୍ର କେଉଁ କାରଣ ପାଇଁ ଆମ୍ଭ ମାନଙ୍କ ଘରେ ଧନର ଅଭାବ ଦେଖା ଯାଉଅଛି ? ଆପଣ ମାନେ ଜାଣତରେ ହେଉ କିଅବା ଅଜାଣତରେ ହେଉ ଏଭଳି କିଛି ଭୁଲ କରୁଛନ୍ତି ଯାହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ପାଇ ପାରୁ ନାହାଁନ୍ତି । ମହିଳା ମାନେ ଗୁରୁବାର ଦିନ କେବେ ମଧ୍ୟ ଆମିଷ ଭକ୍ଷଣ କରିବା କଥା ନୁହେଁ।ତେବେ ନାରୀ ମାନେ ଗୁରୁବାର ଦିନ ଆମିଷ ଭକ୍ଷଣ କରିଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଆଦୌ ରହିବ ନାହିଁ ।
ଗୁରୁବାର ଦିନ ଯଦି ଆପଣ କେଶକୁ ଧୋଊ ନାହାଁନ୍ତି ତେବେ ତାହା ବହୁତ ଖରାପ ଅଟେ । ଘରର ମହିଳା ମାନେ ମୁଖ୍ୟତ ଗୁରୁବାର ଦିନ କେଶ ଧୋଇବା ଆବଶ୍ୟକ । ଏହାଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ । ଏହାଛଡା ଆପଣ ମାନେ ଗୁରୁବାର ଦିନ ଲାଉ ମଧ୍ୟ ଖାଆନ୍ତୁ ନାହିଁ।
ତେବେ ଯଦି ଆପଣ ଗୁରୁବାର ଦିନ ଏଭଳି ଭୁଲ କରୁଥାନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଘରେ ଧନ କେବେ ମଧ୍ୟ ରହିବ ନାହିଁ । ଆପଣଙ୍କ ଘରେ ଧନ ର ସମସ୍ୟା ଦେଖାଯିବ । ଆପଣ ମାନେ ଅନେକ ସମୟରେ ଗୁରୁବାର ଦିନ ଖାଇବା ଭାତ କୁ ଛାଡିଥାନ୍ତି । ଉଭୟ ନାରୀ ଏବଂ ପୁରୁଷ ଏହା କରିଥାନ୍ତି ।
ଏହା କରିବା ଦ୍ଵାରା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ।ଏଣୁ ଆପଣ ଯେତିକି ଅନ୍ନ ଆପଣ ଖାଇ ପାରିବେ ସେତିକି ମାତ୍ରାରେ ଅନ୍ନ ଆଣନ୍ତୁ ଯାହାଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ଏହା ସହିତ ଆପଣଙ୍କ ର ଧନ ସବୁବେଳେ ବୃଦ୍ଧି ହେବ । ଆପଣ ଗୁରୁବାର ଦିନ ଘରକୁ ସଫା ସୁତରା ରଖନ୍ତୁ ।
ଏହି ଦିନ ଛୋଟ ପିଲା ଙ୍କୁ ମାରନ୍ତୁ ନାହିଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଗୁରୁବାର ଦିନ ନଖ, କେଶ କାଟିବା ମଧ୍ୟ ଅନିବାର୍ଯ୍ୟ ଅଟେ । ଯେଉଁ ଘରର ମହିଳା ନିଜ ଶାଶୁ ଶଶୁରଙ୍କୁ କଟୁ ଶବ୍ଦ କହିଥାଏ ସେ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି । ଏଣୁ ଆପଣ ନିୟମିତ ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତୁ ।ତେବେ ବିଶେଷ କରି ଗୁରୁବାର ଦିନ କଳି ଝଗଡା ଲଗାନ୍ତୁ ନାହିଁ ।
ଏହିଦିନ ପୁରୁଷ ମାନେ ଆମିଷ ଠାରୁ ଦୂରେଇ ରହିବା ସହିତ ସମସ୍ତ ନିଶା ଦ୍ରବ୍ୟ ର ମଧ୍ୟ ତ୍ୟାଗ କରନ୍ତୁ । ଆପଣ ଏହିଦିନ ମାତା ଲକ୍ଷ୍ମୀ ଙ୍କ ଆରଧାନ କରି ପୁରାଣ ପଢନ୍ତୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।