ବ୍ୟାଙ୍କ ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର, ମାର୍ଚ୍ଚ 1 ରୁ ବଦଳିବ ଏହିସବୁ ନିୟମ !

ପ୍ରତି ମାସର ପ୍ରଥମ ତାରିଖରେ ଟଙ୍କା ସହ ଅନେକ କିଛି ନିୟମରେ କିଛି ପରିବର୍ତ୍ତନ ଦେଖାଯାଇଥାଏ । ସେହିପରି ମାର୍ଚ 1 2024 ରୁ ଅନେକ ନିୟମ ମଧ୍ୟ ପରିବର୍ତ୍ତନ କରାଯିବ । ଏଲପିଜି ଗ୍ଯାସ ସିଲିଣ୍ଡରର ଦାମ ପ୍ରତି ମାସରେ ନିର୍ଦ୍ଧାରିତ ହୋଇଥାଏ ବୋଲି ଜଣାଯାଏ । ରନ୍ଧନ ଗ୍ଯାସ ସିଲିଣ୍ଡରର ମହଙ୍ଗା ହେବାର ପ୍ରଭାବ ବଜେଟ ଉପରେ ମଧ୍ୟ ପଡିଥାଏ । ତେବେ ମାସର ଆରମ୍ଭରେ କମ୍ପାନୀ ଗ୍ଯାସ ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।

ତେବେ ଭୁବନେଶ୍ବରରେ ଗ୍ଯାସ ସିଲିଣ୍ଡରର ଦାମ ରହିଛି 929 ଟଙ୍କା । ଯଦି ଏହାର ଦାମରେ ବୃଦ୍ଧି କରାଯାଏ । ତେବେ ଗ୍ରାହକଙ୍କ ପକେଟରେ ପଡୁଥିବାର ଏହାର ମହଙ୍ଗା ଦାମର ପ୍ରଭାବ ଖୁବ ବାଧିବ । ତେବେ ଯଦି ମାର୍ଚ ମାସର ବ୍ଯାଙ୍କ କଥାକୁ ଆଲୋଚନାରେ ନେବା । ତେବେ ମାର୍ଚ ମାସରେ 14 ଦିନ ବ୍ଯାଙ୍କ ବନ୍ଦ ରହିବାକୁ ଯାଉଛି । ତେବେ ଏହି ଛୁଟି ଦିନ ଗୁଡିକରେ ରବିବାର, ଦିତୀୟ ଏବଂ ଚତୁର୍ଥ ଶନିବାରର ଛୁଟି ମଧ୍ୟ ସାମିଲ ରହିଅଛି ।

ସାପ୍ତାହିକ ଛୁଟି ବ୍ଯତୀତ ବ୍ଯାଙ୍କରେ ଅନ୍ଯାନ୍ଯ ପର୍ବପର୍ବାଣୀରେ ମଧ୍ୟ ବ୍ଯାଙ୍କ ପ୍ରାୟ 8 ଦିନ ଛୁଟି ରହିବ। ତେବେ ଦେଶର ପ୍ରାୟ ସମସ୍ତ ରାଜ୍ୟରେ 14 ଦିନ ଛୁଟି ବ୍ଯାଙ୍କ ମାନଙ୍କରେ ରହିବ ନାହିଁ। ଏହି ଛୁଟି ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ । ମାର୍ଚ ମାସରେ ଶିବ ରାତ୍ରୀ, ହୋଲି, ଗୁଡ୍ ଫ୍ରାଇ ଡେ’ ଆଦି ପର୍ବପର୍ବାଣୀ ପଡିବାକୁ ଯାଉଛି । ତେଣୁ ଯଦି ମାର୍ଚ ମାସରେ ଯଦି କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବ୍ଯାଙ୍କରେ ରହିଥାଏ ।

ତେବେ ତାହାକୁ ବ୍ଯାଙ୍କ ଖୋଲା ଥିବା ଦିନ ମାନଙ୍କରେ ତୁରନ୍ତ ସାରିଦେବାକୁ ପଡିବ । ଏହା ଛଡା ସରକାର ଆଇଟି ନିୟମରେ କିଛି ପରିବର୍ତ୍ତନ ମଧ୍ୟ କରିଛନ୍ତି । ଏକ୍ସ, ଫେସବୁକ, ୟୁଟ୍ଯୂବ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ସ କୁ କିଛି ନିୟମର ପାଳନ କରିବାକୁ ପଡିବ । ମାର୍ଚୋର ଫୋଲ ଫ୍ୟାକ୍ଟ୍ସ ର ଯଦି ସୋସିଆଲ ମିଡିଆରେ କିଛି ଖବର ପ୍ରସାରଣ କରାଯାଏ । ତେବେ ଏଥିପାଇଁ ସେମାନଙ୍କୁ ଭାରୀ ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *