ରାଜ୍ୟ ସରକାରଙ୍କ ପାୱାର ବ୍ରିଗେଡରେ ଥିବା ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ରିଗେଡ ରେ ସାମିଲ ହୋଇଛନ୍ତି ପ୍ରୀତି ରଞ୍ଜନ ଘଡେଇ । ପୂର୍ବ ରୁ ଦୀର୍ଘ ବର୍ଷ ଧରି ନେତା ରହିଥିଲେ ବାପା ପ୍ରଫୁଲ୍ଲ ଘଡେଇ । ତେବେ ବର୍ତ୍ତମାନ ତାଙ୍କ ପୁଅ ଙ୍କୁ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ର ରାଷ୍ଟ୍ରମନ୍ତ୍ରୀ ଦାଇତ୍ଵ ମିଳିଛି । ସେ ୟୁନିଟ-୮ ଡିଏଭି ସ୍କୁଲ ରୁ ଯୁକ୍ତ ଦୁଇ ଏବଂ ବ୍ୟାଙ୍ଗାଲୋର ର ବିଶ୍ଵ ବିଦ୍ୟାଳୟ ରୁ ମେକାନିକାଲ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ।

ନବକୀଶୋର ଦାସ କୋଭିଡ ଭଳି ବିପଦ ଦିନରେ ମଧ୍ୟ ସାହସିକତା ର ସହିତ ରାଜ୍ୟ କୁ ସମ୍ଭାଳିଥିଲେ । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ପୁନ୍ନର୍ବାର ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ରଖିଛନ୍ତି । ସେ ଏମଏଏଲଏଲବି ପାସ କରିଛନ୍ତି । ସେହିଭଳି ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କୁ ମଧ୍ୟ ମିଳିଛି ସମାନ ଦାଇତ୍ଵ ।

ସେ ଖଣି ଏବଂ ଇସ୍ପାତ ମନ୍ତ୍ରୀ ଭାବରେ କାର୍ଯ୍ୟରତ ହୋଇଛନ୍ତି । ଶ୍ରୀକାନ୍ତ ସାହୁ ଗଞ୍ଜାମ ପରିସରରୁ ୨ ଥର ବିଧାୟକ ହୋଇଛନ୍ତି । ସେ ଦଶମ ପାସ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ବେସୀ ନଥିଲେ ମଧ୍ୟ ତାଙ୍କ ଉପରେ ଆସ୍ଥା ରଖି ମନ୍ତ୍ରୀ ମଣ୍ଡଳ ରେ ତାଙ୍କୁ ସାମିଲ କରାଯାଇଅଛି । ଶ୍ରମ ମନ୍ତ୍ରୀ ର ଦାଇତ୍ଵ ନିର୍ବାହ କରୁଛନ୍ତି ଶ୍ରୀକାନ୍ତ ସାହୁ । ଟୁକୁନି ସାହୁ କ୍ୟାବିନେଟରେ ରିପିଟ ହୋଇଛନ୍ତି ।

ତେବେ ନବୀନ ଙ୍କ କ୍ୟାବିନେଟ ରେ ଏକମାତ୍ର ମହିଳା ଭାବରେ ସ୍ଥାନ ପାଇଥିଲେ ଟୁକୁନି ସାହୁ । ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ସମୀର ରଞ୍ଜନ ଦାସ, ତେବେ ସରପଞ୍ଚ ରୁ ଆରମ୍ଭ ହୋଇଥିଲା ରାଜନୈତିକ କ୍ୟାରିୟର । ଦୁଇଥର ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ହୋଇଥିଲେ ସମୀର ଦାସ ।

ଛାତ୍ର ଜୀବନରୁ ସେ ରାଜନୀତି ରେ ସକ୍ରିୟ ମଧ୍ୟ ଅଛନ୍ତି । ୨୦୦୯ ରେ ସେ ପ୍ରଥମ ଥର ପାଇଁ ବିଧାନ ସଭା କୁ ନିର୍ବାଚିତ ହୋଇଥିଲେ । ସେବେଠାରୁ ଲଗାତାର ବିଧାୟକ ଭାବରେ ଜିତିଛନ୍ତି । ଆଇନ ରେ ସ୍ନାତକ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତାଙ୍କ ପତ୍ନୀ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବରେ ତାଙ୍କୁ ଗୁରୁତ୍ଵପପୂର୍ଣ୍ଣ ପଦ ମିଳିଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *