ମଣିଷ ଯାହା ଚାହେଁ ତାହା ପାଇପାରେ ନାହିଁ କାହିଁକି ? ଜୀବନରେ ସବୁବେଳେ ଖୁସିରେ ରହିବାକୁ ଚାହୁଁଥିଲେ ଏହି ଅମୂଲ୍ୟ କଥା ନିଶ୍ଚୟ ଜାଣି ରଖନ୍ତୁ (Motivational Tips)

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ ନିଜ ଆବଶ୍ୟକତା ହିସାବରେ କିଛି ନା କିଛି ମାଗି ଥାଏ । କିନ୍ତୁ ଅଧିକାଂଶ ଲୋକଙ୍କର ଏହି ସବୁ ଜିନିଷ ପ୍ରାପ୍ତ ହୁଏ ନାହିଁ । ସମସ୍ତେ ଜାଣନ୍ତି ଇଶ୍ଵର ଭଗବାନ ଅନନ୍ତ ଶକ୍ତିର ମାଲିକ । ତାଙ୍କ ପାଖରେ ଏ ବିଶ୍ଵର ସମସ୍ତ ଜିନିଷ ଭରପୁର ଅଛି । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ । ଯଦି ତାଙ୍କ ପାଖରେ ସବୁ ଜିନିଷ ଅଛି ତା ହେଲେ ଲୋକ ଯାହା ମାଗୁଛନ୍ତି ଚାହୁଁ ଛନ୍ତି ତାହା କାହିଁକି ତାଙ୍କ ଜୀବନରେ ଆସୁନି ।

କାହିଁକି ମାତ୍ର ଅଳ୍ପ କିଛି ଲୋକଙ୍କ ଜୀବନରେ ଧନ ହେଉ ଜ୍ଞାନ ହେଉ ସେ ସମସ୍ତ ଜିନିଷ ଉପଲବ୍ଧ ହେଉଛି । ବହୁତ ଲୋକ ମାଗିବା ପରେ, ଚେଷ୍ଟା କରିବା ପରେ ଇଶ୍ଵରଙ୍କୁ ପ୍ରାର୍ଥନା କରିଲେ ମଧ୍ୟ ତାଙ୍କ ଇଛା ପୂରଣ ହେଉ ନାହିଁ । ବନ୍ଧୁଗଣ ଯଦି ଆମ ମାନଙ୍କୁ କୌଣସି ବଡ ଉପଲବ୍ଧି ପ୍ରାପ୍ତ କରିବାର ଅଛି ତା ହେଲେ ଆମକୁ ବଡ ପାତ୍ରତା ତିଆରି କରିବାକୁ ପଡିବ । ଆମ ଶରୀର ଆମ ମନକୁ ସେହି ହିସାବରେ ତିଆରି କରିବାକୁ ହେବ ।

ପାତ୍ରର ଅର୍ଥ ହେଉଛି ଆମ ଶରୀର, ଆମ ମସ୍ତିସ୍କ, ଆମ ବୁଦ୍ଧି, ଆମ ଜ୍ଞାନ  ଓ ଆମ ବିବେକ । ଆମେ ଯେ ପର୍ଯ୍ୟନ୍ତ ଏ ସବୁ ଜିନିଷକୁ ବର୍ଦ୍ଧିତ ନ କରିବା ଆମେ ବଡ ଜିନିଷ ପ୍ରାପ୍ତ କରିପାରିବା ନାହିଁ । ଇଶ୍ଵରଙ୍କ ପାଖରେ ସମସ୍ତ ଜିନିଷ ଭରପୁର ମାତ୍ରାରେ ଅଛି । ଆମେ ଜ୍ଞାନ ଗ୍ରହଣ କରିବାକୁ ଚାହୁଁଛୁ ହେଲେ ଆମ ମନ, ମସ୍ତିସ୍କ, ଈର୍ଷା, ଭୟ ଓ ନାନା ବିଚାର ବାଧା ସୃଷ୍ଟି କରୁଛି । ତେଣୁ ଆମକୁ ନିଜ ଶରୀର ପ୍ରସ୍ତୁତ କରିବାକୁ ପଡିବ ।

ଯଦି ଆମକୁ ଆମ ମସ୍ତିସ୍କରେ ଏକ ବଡ ଜିନିଷ ପୁରେଇବାକୁ ପଡିବ ତା ହେଲେ ଅନବଶ୍ୟକ ଜିନିଷକୁ ବାହାର କରିବାକୁ ହେବ । ଜଣେ ବ୍ୟକ୍ତି ବହୁତ ଧନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ବହୁତ ପଇସା ରୋଜଗାର କରିବାକୁ ଚାହୁଁଛନ୍ତି । ଆମେ ଯଦି ଆଳସ୍ୟତାରେ ଆଜି କରିବା କାଲି କରିବା ପରେ କରିବା ଆଦି ଭାବି ମନ ମସ୍ତିସ୍କ ଭିତରେ ରଖିଥାଉ ତା ହେଲେ ଏ ଛୋଟ ପାତ୍ରରେ ଆମେ ବଡ ଆକାରର ଅର୍ଥ କେମିତି ଆମେ ପ୍ରାପ୍ତ କରିବା ।

ତେଣୁ ଯଦି ଆମକୁ ବଡ ଜିନିଷ ପ୍ରାପ୍ତ କରିବାକୁ ହେବ ସେ ଧନ ହେଉଛି, ଜ୍ଞାନ ହେଉ ବା ସୁଖ ହେଉ ତା ହେଲେ ପ୍ରଥମେ ଆମ ପାତ୍ରତାକୁ ବୃଦ୍ଧି କରିବାକୁ ହେବ । ଆମର ମନ ମସ୍ତିସ୍କ, ବ୍ୟବହାର, ଚାଲି ଚଳନ ଓ ଭାଷା ଆଦି ସମସ୍ତ ଜିନିଷକୁ ପରିବର୍ତ୍ତନ କରିବାକୁ ପଡିବ । ବନ୍ଧୁଗଣ ଏହା ହିଁ ହେଉଛି ସତ୍ୟତା । ଆମେ ଯେତେ ଚେଷ୍ଟା କରିଲେ ମଧ୍ୟ ଯେତେ ଘରେ ରହି ବାଡେଇ ପିଟି ହେଲେ ମଧ୍ୟ ଆମକୁ ସଫଳତା ପ୍ରାପ୍ତ ହେବ ନାହିଁ ଯେତେବେଳ ପର୍ଯ୍ୟନ୍ତ ଆମ ପାତ୍ରତା ବୃଦ୍ଧି ନ ହୋଇଛି ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *