ନମସ୍କାର ବନ୍ଧୁଗଣ ତେବେ ରାଷ୍ଟ୍ରପତି ହେଉଛନ୍ତି ଏକ ଦେଶର ନିର୍ବାଚତ ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ । ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର ଐକ୍ୟର ପ୍ରତୀକ ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ । ତେବେ ଆମ ଭାରତରେ ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ ।
ତେବେ ଆମର ପ୍ରଥମ ରାଷ୍ଟ୍ରପରି ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି । ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ଇଛା କଲେ, ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ନିଜର ଇସ୍ତଫା ଜରିଆରେ ନିଜ ପଦବୀରୁ ଅବ୍ୟାହତ ନେଇପାରିବେ । ଯଦି ମୃତ୍ୟୁ,ଇସ୍ତଫା ଓ ମହାଅଭିଯୋଗ କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡେ ତେବେ ଉପରାଷ୍ଟ୍ରପତି ସର୍ବାଧିକ ଛଅ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ଏହି ଛଅ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଅଧିକ ସମୟ ବୃଦ୍ଧି କରାଯାଇ ପାରିବ ନାହିଁ । ତେବେ ଆପଣ ମାନେ ଆପଣଙ୍କ ଜୀବନ କାଳରେ କେବେବି ଶୁଣିଛନ୍ତି କି ଯେ କେହି ମଣିଷ ଅନ୍ୟ ମଣିଷର ମାଂସ ଖାଇବା କଥା ? ଏପରି ରାକ୍ଷସ ବ୍ୟକ୍ତି ଆମ ପୃଥିବୀରେ ଆଗରୁ ଥିଲା । ଯାହା ସମ୍ବନ୍ଧରେ ଆଜି ଆମେ ଏହି ଲେଖାରେ କହିବୁ । ତେବେ ଇତିହାସ ରୁ ଏହି ସମ୍ବନ୍ଧରେ ଜଣା ଯାଏ ଯେ ଏପରି ଜଣେ ବ୍ୟକ୍ତି ଥିଲା ଯିଏକି ମଣିଷଙ୍କୁ ପଶୁ ଭଳି ଆଚରଣ କରୁଥିଲା ।
ସେ ଯେ ସାଧାରଣ ବ୍ୟକ୍ତି ଥିଲା ତାହା ନୁହେଁ । ସେ ଜଣେ ରାଷ୍ଟ୍ରପତି ହୋଇ ରାଷ୍ଟ୍ରପତି ଭବନ କୁ ହତ୍ୟା କାରଖାନା କରି ପକାଇ ଥିଲା । ତେବେ ୫୦ ବର୍ଷ ତଳେ ଯେତେବେଳେ ଇଦି ଆମୀନ ଉଗାଣ୍ଡାର ଶାସନ ଭାର ହାତକୁ ନେଲା ସେତେବେଳେ ତାର ବର୍ବରତା ବୃଦ୍ଧି ପାଇଲା । ଲୋକଙ୍କୁ ସେ ପଶୁ ତୁଲ୍ୟ ବ୍ୟବହାର କରୁଥିଲା । ୮ ବର୍ଷ କାଳ ଶାସନ ସମୟରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା ।
ସେହି ୮ ବର୍ଷ ଶାସନ ରେ ଦେଶରେ ଯେଉଁ ୧୦ ଲକ୍ଷ ଲୋକଙ୍କ ହତ୍ୟା କରାଯାଇଥିଲା ସେଥିମଧ୍ୟରେ ପୋଲିସ , ସାମ୍ବାଦିକ , ଅଧ୍ୟାପକ , ନେତା ,ମନ୍ତ୍ରୀ ଏବଂ ସାଧାରଣ ଲୋକ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ସେ ଭାରତୀୟ ମାନଙ୍କ ପ୍ରତି ଖରାପ ବିବାହ କରୁଥିଲା ଯେଉଁ କାରଣରୁ ପ୍ରାୟ ୬୦ ହଜାର ଭାରତୀୟ ଉଗାଣ୍ଡା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏବଂ ଉଗାଣ୍ଡା ଛାଡ଼ିବା ସମୟରେ ସେମାନଙ୍କୁ ମାତ୍ର ୨୫୦ କିଲୋର ସାମଗ୍ରୀ ନେବାକୁ ଆଦେଶ ଥିଲା ।
ତେବେ ଏପରି ରାକ୍ଷସ ସଦୃଶ୍ୟ ଶାସକ ପ୍ରଜାଙ୍କ ପ୍ରତି ତ ଏପରି ବ୍ୟବହାର କରୁଥିଲା । ସେ ନିଜ ସ୍ତ୍ରୀ କୁ ମଧ୍ୟ ଅନ୍ୟ ସହ ପରକିୟା ପ୍ରୀତି କରୁଥିବା ସନ୍ଦେହ ରେ ହତ୍ୟା କରି ହାତ ଜାଗାରେ ଗୋଡ଼ କୁ ସିଲେଇ କରି ନିଜ ପିଲାଙ୍କୁ କହିଥିଲା ଯେ ଏ ହେଉଛି ତମ ଧୋକାବାଜ ମା । ତେବେ ନିଜ ବିରୋଧୀ ଙ୍କୁ ମାରି ସେମାନଙ୍କ କଟା ମୁଣ୍ଡକୁ ସେ ଖୁସି ହେଉଥିଲା ଏମିତିକି ନିଜ ସ୍ତ୍ରୀ ର ପୂର୍ବ ପ୍ରେମିକ ର ମୁଣ୍ଡ କାଟି ସେ ଫ୍ରିଜ ରେ ରଖିଥିଲା ।
ଭାରତୀୟ ମାନଙ୍କୁ ସେ ଖୁବ କଟୁ ବ୍ୟବହାର କରୁଥିଲା । ଯାହାକି ଥରେ ସେ କହୁ କହୁ କହି ପକାଇ ଥିଲା ଯେ ଭାରତୀୟ ମାନଙ୍କ ମାଂସ ଭାରି ସ୍ୱାଦିଷ୍ଟ । ଏପରି ଉକ୍ତିରୁ ଆପଣ ମାନେ ଜାଣି ପାରୁଥିବେ ଯେ ରାଷ୍ଟ୍ରପତି ରୂପ ରେ ସେ କିପରି ରାକ୍ଷସ ଥିଲା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।