ମୃତ୍ୟୁ ପରେ ଶବକୁ କାହିଁକି ଏକୁଟିଆ ଛଡ଼ାଯାଏ ନାହିଁ ? ଜାଣନ୍ତୁ ରହସ୍ୟ ! (Garuda Purana)

ନମସ୍କାର ବନ୍ଧୁଗଣ ତେବେ ଯେମିତି ଦିନ ପରେ ରାତି ସୁ ନିଶ୍ଚିତ ଅଟେ । ଠିକ ସେହିଭଳି ଏହି ଦୁନିଆରେ ଜନ୍ମ ନେଉଥିବା ବ୍ୟକ୍ତିର ମୃତ୍ୟୁ ବି ସୁ ନିଶ୍ଚିତ । ହିନ୍ଦୁ ଧର୍ମ ଅନୁସାରେ ମୃତ୍ୟୁ ପରେ ଶବକୁ ଅଗ୍ନି ଦିଆଯାଏ । ଏମିତିରେ ଆପଣ ଦେଖିଥିବେ କି ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ସୂର୍ଯ୍ୟ ଅସ୍ତ ପରେ ହୋଇଥାଏ ତେବେ ତାହାର ଅନ୍ତିମ ସଂସ୍କାର ଆସନ୍ତା ଦିନ ସକାଳେ କରାଯାଏ ।
ଏମିତିରେ ଆପଣ ଏହା ବି ଦେଖିଥିବେ କି ଯଦି କୌଣସି ପରିବାରର ସଦସ୍ୟର ମୃତ୍ୟୁ ସନ୍ଧ୍ୟା ପରେ ହୋଇଥାଏ ତେବେ ତାହାର ଶବକୁ ଏକୁଟିଆ ଛାଡା ଯାଏ ନାହିଁ ।

ସେହି ଶବ ପାଖରେ ପରିବାରର କେହି ନା କେହି ଅବଶ୍ୟ ନିଶ୍ଚିତ ବସିଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ରାତିରେ ଶବକୁ ଏକୁଟିଆ କାହିଁକି ଛଡା ଯାଇ ନ ଥାଏ । ଆଜି ଆମେ ଆପଣଙ୍କୁ ଏହାର କାରଣ ବିଷୟରେ କହିବୁ। ତେବେ ଗରୁଡ ପୁରାଣ ଅନୁସାରେ ସୂର୍ଯ୍ୟ ଅସ୍ତ ପରେ ଯଦି କୌଣସି ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର କରାଯାଏ ତେବେ ମୁକ୍ତି ମିଳି ନ ଥାଏ ।

ସେଥିପାଇଁ ରାତିରେ ଯଦି କାହାର ମୃତ୍ୟୁ ହୁଏ ତେବେ ଏହିଭଳି ସ୍ଥିତିରେ ଶବକୁ ନେଇ ଶ୍ମଶାନ ଘାଟ ଯାଆନ୍ତି ନାହିଁ ଓ ଘରେ ହିଁ ଶବକୁ ରଖାଯାଏ ଓ ସକାଳର ଅପେକ୍ଷା କରାଯାଏ । ଏହି ସମୟରେ ମୃତ ବ୍ୟକ୍ତିକୁ ମୁହୂର୍ତ ପାଇଁ ବି ଏକୁଟିଆ ଛଡା ଯାଏ ନାହିଁ। ତେବେ କୌଣସି ନା କୌଣସି ବ୍ୟକ୍ତି ନିଶ୍ଚିତ ସେହି ମୃତ ବ୍ୟକ୍ତି ପାଖରେ ବସିଥିବ । ଶବକୁ ଏକୁଟିଆ ନ ଛାଡିବାର ମୁଖ୍ୟ କାରଣ ହେଉଛି କି କୁକୁର ବିଲେଇ ଭଳି ପଶୁ ତାକୁ ଖାଇ ପାରନ୍ତି ।

ଗୁରୁଡ ପୁରାଣ ଅନୁସାରେ ଏହିଭଳି ହେଲେ ମୃତ ଆତ୍ମାକୁ ଯମରାଜ ଲୋକରେ ବି ଏହିଭଳି ଯନ୍ତ୍ରଣା ସହିବାକୁ ପଡିଥାଏ । ଏହା ସହିତ ଆପଣ ଦେଖିଥିବେ କି ଶବକୁ ଯଦି ଏକୁଟିଆ ଛାଡି ଦିଆଯାଏ ତେବେ ସେଥିରୁ ଗନ୍ଧ ଆସିଥାଏ । ସେଥିପାଇଁ ଏହା ଜରୁରୀ ହୋଇଥାଏ କି ସେହି ସ୍ଥାନରେ ଜଣେ ବ୍ୟକ୍ତି ବସିଥିବା ଦରକାର। ଧୂପକାଠି ଶବର ଚାରି ଆଡେ ଲଗାଉଥିବେ । ଯାହା ଦ୍ଵାରା ଶବ ପାଖରୁ ଆସୁଥିବା ଦୁର୍ଗନ୍ଧ ଚାରିଆଡେ ନ ବ୍ୟାପିବ ।

ଗରୁଡ ପୁରାଣ ଅନୁସାରେ ଯଦି କୌଣସି ଶବକୁ ଏକୁଟିଆ ଛାଡି ଦିଆଯାଏ ତେବେ ତାହାର ଶରୀରରେ ଆଖପାଖରେ ଥିବା ଦୁଷ୍ଟ ଆତ୍ମା ବି ପ୍ରବେଶ କରି ଯାଆନ୍ତି । ଯାହା ଦ୍ଵାରା ମୃତକ ସହିତ ତାହାର ପରିବାର ଲୋକମାନଙ୍କୁ ବି ବହୁତ ଅସୁବିଧା ହୋଇଥାଏ।


ତେବେ ଏହା ବି କୁହାଯାଏ କି ଶବକୁ ଏଥିପାଇଁ ଏକୁଟିଆ ଛଡା ଯାଏ ନାହିଁ କାରଣ ମୃତ ବ୍ୟକ୍ତିର ଆତ୍ମା ସେହି ସ୍ଥାନରେ ବୁଲୁଥାଏ ଓ ନିଜର ପରିଜନଙ୍କୁ ଦେଖୁଥାଏ । କୁହଯାଏ କି ଶରୀରର ଓ ଆତ୍ମା ଅଲଗା ହୋଇ ଯାଆନ୍ତି ଓ ମୃତ ଶରୀରର କୌଣସି ବି ଦୁଷ୍ଟ ଆତ୍ମାର ସାୟା ପଡିପାରେ । ଏହି କାରଣ ଅଟେ କି ରାତିରେ ଶବକୁ ଏକୁଟିଆ ଛଡା ଯାଏ ନାହିଁ । କେହି ନା କେହି ଶବ ପାଖରେ ନିଶ୍ଚିତ ବସିଥାନ୍ତି।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *