କହିଥିଲା ନିହାରିକା, ହେଲେ ପିଛା ଛାଡୁ ନଥିଲା ଗୌତମ ! ତେବେ ଖବର ମୁତାବିକ ଗୌତମ କୁଆଡେ ନିହାରିକାର ପିଛା ଛାଡୁ ନଥିଲା ବୋଲି କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ନିହାରିକା ରାଗି ଯାଉଥିଲା । ତାପରେ ଏ ସବୁ ନିହାରିକା ତା’ ପ୍ରେମିକ କାହ୍ନାକୁ ସବୁ ଜଣାଇ ଥିଲା । ତାପରେ ଉଭୟ ମିଶି ବହୁତ ବଡ ପ୍ଳାନ ରଚିଥିଲେ । ଗୌତମକୁ ଡାକି ଉଭୟ ଧମକାଇବେ ବୋଲି ପ୍ଲାନିଂ କରିଥିଲେ । ଯାହା ଦ୍ଵାରା ସେ ଗୌତମ ଆଉ କେବେ ପଛରେ ପଡିବ ନାହିଁ ।
ତାପରେ ଠିକ ପ୍ଳାନ ମୁତାବିକ ଗୌତମକୁ ପ୍ରେମିକ କାହ୍ନା ଡକାଇଥିଲା । ଏପଟେ ଗୌତମ ସହ ମୃତ ଅଞ୍ଜନ ମଧ୍ୟ ଆସିଥିଲା । ଗୋଟେ ପଟେ କାହ୍ନା, ନିହାରିକା ଓ ତାଙ୍କ ସାଥି 5 ଜଣ ଥିଲେ । ଆଉ ଗୋଟେ ପଟେ ଗୌତମ ଓ ତା’ ସାଥି ଅଞ୍ଜନ ଥିଲା । କଥା କଥାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା । ମୃତ ଅଞ୍ଜନ ସମସ୍ତଙ୍କୁ ଆଣ୍ଠେଇ ବାକୁ କହିଥିଲା । ହେଲେ କଥା ବଦଳି ଯିବାରୁ ନିହାରିକା ଓ କାହ୍ନା ରାଗିଯାଇଥିଲେ ।
ତାପରେ ନିହାରିକା କାହ୍ନାକୁ କହିଥିଲା । ତାପରେ କାହ୍ନା ଅଞ୍ଜନଙ୍କୁ ହାଣିଦେଇଥିଲା । ତାପରେ ଏହା ଦେଖି ଗୌତମ ଦୌଡି ଯାଇ ଟ୍ରକ ତଳେ ଲୁଚି ଯାଇଥିଲା । ହେଲେ ଅଞ୍ଜନ ହଣା ଖାଇ ସେମିତି ଛଟପଟ ହେଉଥିଲା । ତାପରେ ମେଡିକାଲ ଯିବା ବେଳକୁ ଅଧିକ ରକ୍ତସ୍ରାବ ହୋଇବା କାରଣରୁ ଅଞ୍ଜନର ଜୀବନ ଚାଲିଯାଇଥିଲା । ତେବେ କାହ୍ନା ଓ ନିହାରିକା ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ଯେଉଁ ଗୌତମ, ଯାହାକୁ ପୁରୁଣା ପ୍ରେମିକ ବୋଲି ସମସ୍ତେ କହୁଥିଲେ ସେ କୁଆଡେ ପୁରୁଣା ପ୍ରେମିକ ନଥିଲା । ବଂର ଗୌତମ ନିହାରିକାକୁ ସ୍କୁଲ ସମୟରୁ ଏକତରଫା ପ୍ରେମ କରି ଆସୁଥିଲା । ତାପରେ ଗୌତମ ଠାରୁ ନିହାରିକା ନିଜ ପିଛା ଛଡାଇବାକୁ ଗୌତମକୁ ଡାକି ନିହାରିକା ଓ କାହ୍ନା କଥାବାର୍ତ୍ତା କରିଥିଲେ । ହେଲେ କଥାରେ କଥାରେ ଗଣ୍ଡଗୋଳ ସୃଷ୍ଟି ହେବା କାରଣରୁ ନିହାରିକା କଥାରେ ପ୍ରେମିକ କାହ୍ନା ଅଞ୍ଜନକୁ ଖଣ୍ଡାରେ ହାଣି ପକାଇଥିଲା । ତାପରେ ଗୌତମ ଭୟରେ ଦୌଡି ଯାଇ ଏକ ଟ୍ରକ ତଳେ ଲୁଚି ଯାଇଥିଲା । ତେବେ ଏ ବିଷୟରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରୀ ରହିଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।