ସବୁଠୁ ବଡ଼ ଷଡଯନ୍ତ୍ରର ପର୍ଦାଫାସ, ପୋଷ୍ଟମାର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ !

ନମସ୍କାର ବନ୍ଧୁଗଣ ତେବେ ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତୟଆ ମାମଲା । ରିମାଣ୍ଡରେ ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ଖୋଲିଲା ୪ ଅଭିଯୁକ୍ତଙ୍କ ଗୁମର । ରିମାଣ୍ଡର ଦ୍ୱିତୀୟ ଦିନରେ ୪ ଅଭିଯୁକ୍ତଙ୍କୁ ମୁହାଁମହିଁ ଜେରା । ହତୟଆକାଣ୍ଡରୁ ଖସିବା ପାଇଁ ଖସଡ଼ା ତିଆରି କରିଥିଲେ ଶର୍ମିଷ୍ଠା ଆଣ୍ଡ କୋ । ଧରା ପଡ଼ିବା ଭୟରେ ତିଆରି କରିଥିଲେ ଭିଡିଓ ଓ ଅଣ୍ଡରଟେକିଂ ଲେଖାର ଷଡଯନ୍ତ୍ର । ଅଣ୍ଡରଟେକିଂରେ ଲେଖା ଥିବା ଲେଖା ମାନସଙ୍କ ନୁହଁ । ହତୟଆ ପୂର୍ବରୁ ସାଧା କାଗଜରେ ନେଇଥିଲେ ଦସ୍ତଖତ ।

ସେପଟେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ମାନସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ । ଏପରିକି ହତୟଆ କରିବା ପରେ କେମିତି ହୋଇଥିଲେ ଫେରାର କ୍ରାଇମବ୍ରାଞ୍ଚ କଲା ଖୁଲାସା।ତେବେ ଶର୍ମିଷ୍ଠା, ସିକ୍ରେଟ ଓ ସାଂଘାତିକ । ଶର୍ମିଷ୍ଠା ରାଉତ ଓ ଝୁନା ଭୋଇର ଫେରାର କାହାଣୀ ଖୁଲାସା କଲା କ୍ରାଇମବ୍ରାଞ୍ଚ । ପୋଲିସକୁ ଚକମା ଦେବା କରିଥିଲେ ଚାଲ୍ । ଫିଲ୍ମ ଷ୍ଟାଇଲରେ ପ୍ରମାଣ ନଷ୍ଠ ପାଇଁ ଷଡଯନ୍ତ୍ର ।

ହତୟଆକାଣ୍ଡରୁ ଖସିବା ପାଇଁ ଖସଡା ତିଆରି କରିଥିଲେ ଶର୍ମିଷ୍ଠା ଆଣ୍ଡ କୋ । ପୋଲିସକୁ ଭୂାଁ ବୁଲାଇବାକୁ ନିଜ ଫ୍ଲାଟରେ ମୋବାଇଲ ଛାଡି ନୂଆ ସିମରେ କରୁଥିଲେ ଅପରେଟ । କେମିତି ଫେରାର ହୋଇଥିଲା ଶର୍ମିଷ୍ଠା । ଶର୍ମିଷ୍ଠା ତାର ଘନିଷ୍ଠ ସହଯୋଗୀ ଝୁନା ଭୋଇ ସହ ଭୁବନେଶ୍ୱରରୁ ଫେରାର ହୋଇଥିଲା । ଫେରାର ପୂର୍ବରୁ ପୋଲିସକୁ ଭୂଆଁ ବୁଲାଇବାକୁ ନିଜ ମୋବାଇଲକୁ ଫ୍ଲାଟରେ ଜାଣିଶୁଣି ତାର ମୋବାଇଲକୁ ଛାଡି ଯାଇଥିଲା ।

ଶର୍ମିଷ୍ଠା ଆଗରପଡାରୁ ଗୋଟିଏ ନୂଆ ସିମ କାର୍ଡ କିଣିଥିଲା । ମାର୍ଚ୍ଚ ୭ ତାରିଖରେ ଶର୍ମିଷ୍ଠା ଝୁନାକୁ ନେଇ ଯାଜପୁର ଜିଲ୍ଲା କଳାପାଣି ପୁଲିପସି ଶାଶୁଘରେ ପହଞ୍ଚିଥିଲା । ସ୍ୱାମୀଙ୍କ ସହ ସମ୍ପର୍କ ସୁଧାରିବା ଉଦ୍ଦେଶ୍ୟରେ ଏକ ପୂଜା କରିବାକୁ ଆସିଥିବା କହି ଶାଶୁ ସହ ୩ ଦିନ ରହିଥିଲା ଶର୍ମିଷ୍ଠା । ତେବେ ପରେ ମାର୍ଚ୍ଚ ୧୦ ତାରିଖ ଭୋର ସାଢେ ୫ଟାରେ ଶାଶୁଙ୍କୁ ସାଙ୍ଗରେ ନେଇ ପୁଲିପୁସି ଗାଁରୁ ଭଦ୍ରକ ଜିଲ୍ଲାର ଆଗରପଡା ଅଭିମୁଖେ ବାହାରି ଥିଲା ।

ଭଦ୍ରକ ପୁରୁଷଣ୍ଢ ନିଜ ନଣନ୍ଦଙ୍କ ଘରେ ଶାଶୁ ଓଝୁନାଙ୍କ ସହ ୩ ଦିନ ରହିଥିଲା । ସେଠାରୁ ମାର୍ଚ୍ଚ ୧୩ ତାରିଖରେ ବାଲେଶ୍ବରରୁ କୋଲକାତା ଯାଇଥିଲା । କୋତଲକାତରୁ ଦୁଇଟି ସିମ କିଣି ସଂପର୍କୀୟ ସହିତ ଯୋଗଯୋଗରେ ଥିଲା । ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କଲ୍ୟାଣୀ ମାୟାପୁରୀରେ ଅସୀମା ଦାଶ ନାମ୍ନୀ ଜଣେ ମହିଳାଙ୍କ ଘରେ କିଛି ଦିନ ରହିଥିଲେ । ସେଠାରୁ ଜଲପାଇ ଗୁଡି ଚାଲି ଯାଇଥିଲେ । ଟଙ୍କା ସରିଯିବା ପରେ କୋଲକାତା ବସ ଯୋଗେ ଓଡିଶା ଫେରିବା ବେଳେ ଭଦ୍ରକ ନଳଙ୍ଗା ଠାରେ ଶର୍ମିଷ୍ଠା ଓ ଝୁନାକୁ ଗିରଫ କରିଥିଲା ଭଦ୍ରକ ଓ କ୍ରାଇମବ୍ରାଞ୍ଚ ।

ତେବେ ସେପଟେ ହତୟଆକାଣ୍ଡରୁ ଖସିବା ପାଇଁ ଖସଡା ତିଆରି କରିଥିଲେ ଶର୍ମିଷ୍ଠା । ଧରା ନ ପଡିବାକୁ ଭଡିଓ ଓ ଅଣ୍ଡରଟେକିଂ ଲେଖାର କାହାଣୀ ରଚିଥିଲେ। ତେବେ ସାଧା କାଗଜରେ ଜୋର ଜବରଦସ୍ତ ମାନସଙ୍କ ଦସ୍ତଖତ ନେଇ ଅଣ୍ଡଟେକିଙ୍ଗ ଲେଖିଥିଲେ । ଜେରା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଅଣ୍ଡରଟେକିଙ୍ଗର କାହାର ଲେଖା ପାଇଁ ଫରେନସିକ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ଲେଖା ପଠାଇଛି କ୍ରାଇମବ୍ରାଞ୍ଚ ।

ଏ ନେଇ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କ ଦସ୍ତଖତ ନେଇଛି ପୋଲିସ । ମେଳକ ପାଇଁ ମାନସଙ୍କ ପୁରୁଣା ଲେଖାକୁ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ । ସେପଟେ ନିଜକୁ ବଞ୍ଚାଇବା ପାଇଁ ଶର୍ମିଷ୍ଠା କରିଥିଲା ଭିଡ଼ିଓ। ଜଣେ ସହଯୋଗୀଙ୍କ ଜରିଆରେ ତିଆରି କରିଥିଲା ଭିଡ଼ିଓ । ମୃତଦେହ ମିଳିବନି ବୋଲି ଭାବିଥିଲା ଶର୍ମିଷ୍ଠା, ସେଥିପାଇଁ ଭିଡ଼ିଓରେ ଅଣ୍ଡର ଟେକିଙ୍ଗ କଥା କହିଥିଲା । ଜେରା ଟିମକୁ ମିଳିଛି ଏଭଳି ତଥ୍ୟ ।

ସେପେଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ପୋଷ୍ଟମୋର୍ଟମ ରିପୋର୍ଟ । ମାନସଙ୍କୁ କୌଣସି ଶକ୍ତ ସାମଗ୍ରୀରେ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଛ୍ । ମାନସଙ୍କ ପିଞ୍ଜରା ହାଡ ଭାଙ୍ଗି ଯାଇଥିବା ବେଳେ ରକ୍ତଶ୍ରାବ ହୋଇଛି । ତଦନ୍ତ ଲାଗି ୪ ଅଭିଯୁକ୍ତଙ୍କୁ ନେଇ ମର୍ଡର ସ୍ପଟରେ କ୍ରାଇମସିୱ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *