କ୍ୟାମେରାମ୍ୟାନ Manas ଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲେ ଏହି ଅଭିନେତ୍ରୀ, ଦେଖନ୍ତୁ କିଏ ଏହି ମ୍ୟାଡମ…

ନମସ୍କାର ବନ୍ଧୁଗଣ ତେବେ ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତୟଆ ମାମଲାର ତଦାଘନା ଜାରି ରଖିଛି କ୍ରାଇମ୍‍ବ୍ରାଞ୍ଚ । ପ୍ରଥମେ ଚାନ୍ଦବାଲି ପୁଲିସ, ତାପରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ଚାନ୍ଦବାଲି ପୁଲିସ ହାତରୁ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିଛି । ଏହି କ୍ରମରେ ଆଜି କ୍ରାଇମ୍‍ବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ତତ୍ତ୍ୱାବଧାନରେ ୫ଜଣିଆ ତଦନ୍ତ ଟିମ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଏହି ତଦନ୍ତରେ କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମକୁ ମଧ୍ୟ ସାମିଲ କରାଯାଇଛି । ତେବେ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁକୁ ଅପହରଣ ପରେ ଏହି ଦୟାଲ ଆଶ୍ରମରେ ହିଁ ହତୟଆ କରା ଯାଇଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ମର୍ଡର ସ୍ପଟରେ ଅଧିକ ତନାଘନା କରିଛି । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତୟଆକାରୀ । ଯେଉଁ ରୁମରେ ମାନସଙ୍କୁ ମାଆଡ ମରଆଆଯାଇଥିଲା ଏବଂ ହତୟଆ କରାଯାଇଥିଲା ସେଠାରେ ଛାନଭିନ୍ କରୁଛି ତଦନ୍ତକାରୀ ଟିମ୍ ।

ମାନସ ମୃତଦେହକୁ କାର୍ ପର୍ଯ୍ୟନ୍ତ କେମିତି ନେଇଥିଲେ ଶର୍ମିଷ୍ଠା ଏବଂ କୋ । ସେଠାରୁ କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ ଏବଂ ପୋତିଥିଲେ ତାର ମଧ୍ୟ ଥ୍ରିଡି ଫୋରେନସିକ୍ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ତେବେ ଅନ୍ୟପଟେ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି । ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତୟଆ ପଛରେ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ଧରିବାରେ ସଫଳ ହୋଇନାହିଁ ।

ଶର୍ମିଷ୍ଠା ସହ ଫେରାର ଥିବା ଝୁନା ଏବେ କେଉଁଠି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ମାନସ ହତୟଆ ଘଟଣା ଓ ଏହାର ପରବର୍ତ୍ତୀ ଘଟଣାକ୍ରମର ଅନ୍ୟତମ ସାକ୍ଷୀ ହେଉଛି ଝୁନା । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୁଲିସ ତାକୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି । ଶର୍ମିଷ୍ଠା କିମ୍ବା ଝୁନାଙ୍କୁ ଗିରଫ କରାଗଲେ ପୁରା ଘଟଣାର ରହସ୍ୟ ଖୋଲିବ ବୋଲି କୁହା ଯାଉଛି ।

ତେବେ ଅନ୍ୟ ପଟରେ ଶର୍ମିଷ୍ଠା ସାଥିରେ ତାଙ୍କର ଏଟିଏମ୍‍ କାର୍ଡ ନେଇଥିଲେ ମଧ୍ୟ କୌଣସି ଟଙ୍କା କାଢୁ ନାହାନ୍ତି । ଜଣେ ସାମ୍ବାଦିକ ହୋଇ ଥିବାରୁ ପୁଲିସର ତଦନ୍ତ କୌଶଳ ବିଷୟରେ ସେ ଅବଗତ ରହିଛି । ତେଣୁ ଧରା ନ ପଡ଼ିବା ପାଇଁ ନା ମୋବାଇଲ ବ୍ୟବହାର କରୁଛନ୍ତି ନା ଏଟିଏମ୍‍ରୁ ଟଙ୍କା ଉଠାଉ ଛନ୍ତି । ଯେଉଁଥି ପାଇଁ ତାଙ୍କୁ ଧରିବା ପାଇଁ ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ ପକ୍ଷେ କଷ୍ଟକର ହୋଇପଡ଼ିଛି । ଅନ୍ୟପଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ୨ମିନିଟର ଅଡ଼ିଓକୁ କ୍ରାଇମ୍‍ବ୍ରାଞ୍ଚ ଜବତ କରିଛି ।

ଏହି ଅଡ଼ିଓ ଶର୍ମିଷ୍ଠାଙ୍କର ନା ଆଉ କାହାର ତାହା ଜାଣିବା ପାଇଁ ବୈଷୟିକ ବିଶେଷଜ୍ଞଙ୍କ ନିକଟକୁ ପଠାଇ ଦିଆଯାଇଛି । ଏହାର ରିପୋର୍ଟ ଆସିବା ପାରେ ଏହା ଶର୍ମିଷ୍ଠାର ନା ଆଉ କାହାର ତାହା ସ୍ପଷ୍ଟ ହେବ ବୋଲି କୁହା ଯାଉଛି । ତେବେ ବର୍ତ୍ତମାନ ପୋଲିସ ଜଣେ ମହିଳା ଙ୍କୁ ଗିରଫ କରିଛନ୍ତି ତେବେ ସେହି ମହିଳା ଜଣଙ୍କ କିଏ ବୋଲି ବର୍ତ୍ତମାନ ସମସ୍ତ ଙ୍କ ମନରେ ପ୍ରଶ୍ନ ।
ଏହା ଛଡା ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ ।

ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ଜଣାପଡ଼ିଛି । ଆଶ୍ରମରୁ କାଠ ଫାଳିଆ ଜବତ କରାଯାଇଥିବା ସୂଚନା ମିଳିଛି । କାଠ ଫାଳିଆ ହତୟଆରେ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍ ଟେଷ୍ଟ ହେବ । ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗର ପ୍ରିଣ୍ଟ୍‌ ଓ ଫୁଟେଜ ସଂଗ୍ରହ କରାଯାଇଛି ।

Leave a Reply

Your email address will not be published. Required fields are marked *