ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାମ୍ନା କୁ ଆସିଲେ ଆଉ ଜଣେ ନାବାଳିକା । ଯିଏ ଥିଲେ ପୁରୀ ସୁଟିଂ ସେଟ ରେ କୁନି କଳାକାର । କଣ ଥିଲା ପୁରୀ ସୁଟିଂ ସେଟ ର ସିକ୍ରେଟ?ସାରା ଦିନ ପୁରୀ ରେ ଘଟିଥିଲା କଣ? ଏପଟେ ଆଜି ସବୁ ଗୁମର ଖୋଲିବେ କି ଶର୍ମିଷ୍ଠା?ରିମାଣ୍ଡରେ ଗଲେ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନ । “ଭଜନ ପ୍ରୋଗ୍ରାମ ଅଛି ବୋଲି କହି ମୋତେ ଡାକି ନେଇଥିଲେ । ଆମେ କାର ରେ ପୁରୀ ଗଲୁ ।
ତିନି ଜଣ ଅଙ୍କଲ ଯାଇଥିଲେ ଏବଂ ତିନି ଜଣ ଆଣ୍ଟି ଯାଇଥିଲେ । ତାଙ୍କ ସହିତ ଥିଲେ ମାନସ ଭାଇ । ମାନସ ଭାଇ ଆମର ସୁଟିଂ କରୁଥିଲେ” । କିଛି ଏଭଳି ବୟାନ ଦେଇଛନ୍ତି ସେଦିନ ପୁରୀ ସୁଟିଂ ସେଟ ରେ ଥିବା ଏହି ନାବାଳିକା ଜଣକ । ଏପଟେ ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଙ୍କୁ ପାଞ୍ଚ ଦିନିଆ ରିମାଣ୍ଡ ରେ ନେଇଛି ତଦନ୍ତକାରୀ ସଂସ୍ଥା । ଏହା ସହିତ ସହଯୋଗୀ ଝୁନା, ନିରଞ୍ଜନ ସେଠୀ ଏବଂ ରଞ୍ଜନ ନାୟକ ଙ୍କୁ ବି ରିମାଣ୍ଡରେ ନିଆ ଯାଇଛି ।
ମାନସ ଙ୍କୁ କାହିଁକି ହତୟା କରିଥିଲେ? ହତୟାକାଣ୍ଡ ର ମୂଳ କାରଣ କଣ? ଯେଉଁ ମେମୋରୀ ଚିପ୍ କଥା ଉଠୁଛି ତା’ର ସତ୍ୟତା କେତେ? ମେମୋରୀ ଚିପ୍ ରେ କଣ ଥିଲା? ଏବଂ ତାହା ବର୍ତ୍ତମାନ କେଉଁଠି? ଏହାଛଡା ମାନସ ଙ୍କୁ ଅପହରଣ, ହତୟା ଏବଂ ମୃତ ଦେହ କୁ ପୋତିବା ଏହି ସମସ୍ତ ଘଟଣା ଏବଂ ଏହା ସହିତ ଜଡ଼ିତ ପ୍ରମାଣ କୁ ଏକାଠି କରିବ କ୍ରାଇମବ୍ରାଞ୍ଚ ।
ଭୁବନେଶ୍ୱର ର ଦୟାଲ ଆଶ୍ରମ ଯେଉଁଠି ଅପହରଣ ପରେ ରଖା ଯାଇଥିଲା ମାନସ ଙ୍କୁ ସେଠାକୁ ମଧ୍ୟ ଅଭିଯୁକ୍ତ ଙ୍କୁ ଅଣା ଯାଇପାରେ । ଏହା ସହିତ ଦୟାଲ ଆଶ୍ରମ ରୁ କେୟାର ଟେକର ପାଇଥିବା ମାନସ ଙ୍କ ମୃତ୍ୟୁ ପୂର୍ବରୁ ଚିଠି ବର୍ତ୍ତମାନ କେଉଁଠି? କାହାର ଛତ୍ରଛାୟା ରେ ରହି ଶର୍ମିଷ୍ଠା ଚଳାଇଥିଲେ ନିଜର ସାମ୍ରାଜ୍ୟ ?
ଏଭଳି ଏକାଧିକ ପ୍ରଶ୍ନ ର ଉତ୍ତର ଖୋଜିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ । ତେବେ ଉକ୍ତ ଘଟଣା ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।